ଜାଣନ୍ତୁ ଜଗନ୍ନାଥଙ୍କ ଷୋଡ଼ଶ କଳା

ପ୍ରଥମ କଳା– ନିବୃତ୍ତି : ସଂସାରରେ ରହି ସଂସାରିକତାରୁ ମୁକ୍ତ ହେବାର କଳା ।

ଦ୍ଵିତୀୟ କଳା – ପ୍ରତିଷ୍ଠା : ସତ୍ ମାର୍ଗରେ ଯଶ ଅର୍ଜନ କରିବାର କଳା ।

ତୃତୀୟ କଳା – ବିଦ୍ୟା : ନିଃସ୍ଵାର୍ଥ ଭାବରେ ଆଜି ଜନହିତକର ବିସ୍ତାର କରିବାର କଳା ।

ଚତୁର୍ଥ କଳା– ଶାନ୍ତି : ମନ ଓ ମସ୍ତିଷ୍କ ମଧ୍ୟରେ ସମନ୍ଵୟ ରଖି ସ୍ଥିର ଚିତରେ ରହିବାର କଳା ।

ପଞ୍ଚମ କଳା – ଇନ୍ଧିକା : ନିଜ ଅନ୍ତଃଶକ୍ତିକୁ ସଂଗ୍ରହ କରିବାର କଳା ।

ଷଷ୍ଠ କଳା – ଦୀପିକା: ଶକ୍ତିର ସତ ଏବଂ ଉପଯୁକ୍ତ ପ୍ରୟୋଗର କଳା ।

ସପ୍ତମ କଳା – ରେଚିକା : ନିଜ ଦୁଷ୍ଟ ପ୍ରବୃତ୍ତିକୁ ଚିହ୍ନି, ତାହାକୁ ସ୍ଵୀକାର କରି ପରିତ୍ୟାଗ କରିବାର କଳା ।

ଅଷ୍ଟମ କଳା – ମୋଚିକା : ମାୟା ଓ ମୋହରୁ ମୁକ୍ତ ହେବାର କଳା ।

ନବମ କଳା– ପରା : ନୂଆ ଦିଶା ଅଙ୍କନ ଓ ଭିନ୍ନ ଅମୃତ ଲକ୍ଷ ସ୍ଥାପନ କରିବାର କଳା ।

ଦଶମ କଳା– ସୂକ୍ଷ୍ମ : ସତ୍ ସୂକ୍ଷଗତ ବିଚାର କରିବାର କଳା ।

ଏକାଦଶ କଳା– ସୁକ୍ଷ୍ମ ଅମୃତ : ଅମୃତତୁଲ୍ୟ କଥାର ପ୍ରୟୋଗ ତଥା ତାହାକୁ ଅମୃତ ପରି ବିସ୍ତରଣର କଳା ।

ଦ୍ଵାଦଶ କଳା– ଜ୍ଞାନ : ଠିକ ଓ ଭୁଲ ମଧ୍ୟରେ ପ୍ରଭେଦକୁ ବୁଝିବା ଓ ବୁଝାଇବା କଳା ।

ତ୍ରୟୋଦଶ କଳା- ଜ୍ଞାନ ଅମୃତ : ଜ୍ଞାନ ଅର୍ଜନ କରି ତାହାକୁ ଅମୃତ ପରି ବାଣ୍ଟିବାର କଳା ।

ଚତୁର୍ଦ୍ଦଶ କଳା– ଆପ୍ୟାୟିନୀ : ନିଜ କର୍ମଦ୍ଵାରା ସମାଜ କଲ୍ୟାଣ କରିବାର କଳା ।

ପଞ୍ଚଦଶ କଳ – ବ୍ୟାପିନୀ : ସତ୍ୟକୁ ସର୍ବବ୍ୟାପୀ କରିବାର କଳା ।

ଷୋଡ଼ଶ କଳା – ବ୍ୟୋମରୂପା : ଆକାଶ ପରି ନିଜ ବିରାଟ ବ୍ୟକ୍ତିତ୍ଵରେ ସମସ୍ତଙ୍କୁ ସମାହିତ କରିବାର କଳା।

You May Also Like

More From Author

+ There are no comments

Add yours