Wed. Oct 14th, 2026

ଯଶୋଦା ମା ଫାଉଣ୍ଡେସନର ତୃତୀୟ ବାର୍ଷିକ ଉତ୍ସବ ଓ ଏହାର ପ୍ରତିଷ୍ଠାତ୍ରୀ ଶ୍ରୀମତୀ ନିବେଦିତା ଲେଙ୍କାଙ୍କ ୬୦ତମ ଜନ୍ମ ବାର୍ଷିକୀ ଅବସରରେ ରସୁଲଗଡ଼ ସ୍ଥିତ ସେବା ହିଁ ସେବା ଅନୁଷ୍ଠାନର ବୟସ୍କ ମାଆ ବାପାଙ୍କ ଗହଣରେ ଅତି ସୁନ୍ଦର ଭାବରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଭୁବନେଶ୍ବର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଉପସ୍ଥିତ ରହି ଜଗନ୍ନାଥଙ୍କ ବିଗ୍ରହରେ ପୁଷ୍ପ ଦେବା ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ ଛେନାପୋଡ଼ କାଟି ଅନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଯୋଶାଦା ମା’ଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ। ଜୟ ଓଡ଼ିଶାର ପ୍ରତିଷ୍ଠାତା ତଥା ସମାଜସେବୀ ରୁଦ୍ର ସାମନ୍ତରାୟ, କର୍କଟ ରୋଗରୁ ବଞ୍ଚି ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ଶ୍ରୀମତୀ ବିଜୟଲକ୍ଷ୍ମୀ କର, ପାରିଜାତ ଫାଉଣ୍ଡେସନର ପରିଚାଳନା ମୁଖ୍ୟ ପ୍ରିତି ପଟ୍ଟନାୟକ, ବିଶିଷ୍ଟ ସମାଜସେବୀ ଓ ବ୍ୟବସାୟୀ ପୂର୍ଣ୍ଣଚନ୍ଦ୍ର ସାହୁ, ଆଦର୍ଶ ଗୃହିଣୀ ବିଦ୍ୟୁତଲତା ସ୍ୱାଇଁ, ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ କ୍ଷଣପ୍ରଭା ପରିଡ଼ା,ଶଦ୍ଦ ମିଡିଆର ନିର୍ଦ୍ଦେଶକ ଶକ୍ତି ଶଙ୍କର ଦାଶ,ନବଜ୍ୟୋତି ମହାବିଦ୍ୟାଳୟର ଅଧ୍ୟକ୍ଷ ଶାନ୍ତନୁ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଯଶୋଦା ମାଙ୍କୁ ଶୁଭେଚ୍ଛାର ଭେଟି ପ୍ରଦାନ କରିବା ସହ ନିବେଦିତା ଲେଙ୍କା ମଧ୍ୟ ଅନୁରୂପ ଭାବରେ ସମସ୍ତଙ୍କୁ ପୁଷ୍ପଗୁଚ୍ଛ ଓ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ସଂଘର୍ଷ ଟିଭିର ରିପୋର୍ଟର ପ୍ରମୋଦ ପରିଡ଼ାଙ୍କୁ ଓ ସମାଜସେବୀ ପ୍ରୀତମ୍ ମହାପାତ୍ରଙ୍କୁ ସମ୍ବନ୍ଧିତ କରାଯାଇଥିଲା। ନିବେଦିତା ଲେଙ୍କା ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ। ନୃତ୍ୟ, ଗୀତା ଓ କବିତାର ଆସର ବେଶ୍ ଆକର୍ଷିଣୀୟ ହୋଇଥିଲା। ଯଶୋଦା ମା ପରିବାରର ୪୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦେଇ ଯୋଶାଦା ମା’ଙ୍କ ସଂଘର୍ଷର କାହାଣୀକୁ ବର୍ଣନା କରିଥିଲେ। ପରେ ପରେ ବୃଦ୍ଧ ବୃଦ୍ଧା ମାଆ ବାପା ମାନଙ୍କୁ ଅଙ୍ଗବସ୍ତ୍ର ଓ ପୁଷ୍ପଗୁଚ୍ଛ ଦେଇ ଯୋଶାଦା ମା ପୂଜ୍ୟପୂଜାର ପରମ୍ପରାକୁ ଉଜ୍ଜୀବିତ କରିଥିଲେ। ସମସ୍ତଙ୍କୁ ଛେନାପୋଡ଼,ପିଠା, କଦଳୀ ବଣ୍ଟନ କରାଯାଇଥିଲା। ବିଶିଷ୍ଟ ନୃତ୍ୟଶିଳ୍ପୀ ତଥା ସମାଜସେବୀ ଶ୍ରୀମତୀ ପ୍ରଭାସିନୀ ଷଡ଼ଙ୍ଗୀ ସହଯୋଗ କରିଥିଲେ। ଯୁବ ସମାଜସେବୀ ଓ ସାହିତ୍ୟିକ ପ୍ରତ୍ୟୁଷ ଭଞ୍ଜ କବିତା ପାଠ କରିବା ସହ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ୬୦ଟି ଦୀପ ଜଳାଇବା ସହ ମଧ୍ୟାହ୍ନ ଭୋଜନ କରି କାର୍ଯ୍ୟକ୍ରମକୁ ସାଙ୍ଗ କରାଯାଇଥିଲା।

Leave a Reply

Your email address will not be published. Required fields are marked *