ବିଶ୍ବ ନେତ୍ରଦାନ ଦିବସ ଅବସରରେ ଯଶୋଦା ମାଆ ଫାଉଣ୍ଡେସନ, ମଦର ଫାଉଣ୍ଡେସନ ଓ ଅମୂଲ୍ୟ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ନେତ୍ରଦାନ ଓ ଅଙ୍ଗଦାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ମୁଖ୍ୟ ଅତିଥି ଭାବରେ ପୁରୀ ଶ୍ରୀମନ୍ଦିର ମୁଖ୍ୟ ପୂଜକ ରାମଚନ୍ଦ୍ର ବଡ଼ପଣ୍ଡା ସାମନ୍ତ, ମଦର ର ଅଧ୍ୟକ୍ଷ ତ୍ରୈଲୋକ୍ୟ ନାଥ ପଣ୍ଡା, ଯଶୋଦା ମାଆ ନିବେଦିତା ଲେଙ୍କା ଯୋଗଦେଇଥିଲେ। ଶ୍ରୀମତୀ ଲେଙ୍କା ଅଙ୍ଗଦାନ ସନ୍ଦର୍ଭରେ କହିଥିଲେ ଯେ ଅଙ୍ଗଦାନ କରିବା ଦ୍ବାରା ମଣିଷ ଟେ ମରି ମଧ୍ୟ ଅମର ହୋଇ ରହିପାରିବ‌। ଇହ ଓ ପରଲୋକରେ ମଧ୍ଯ ସମାଜର ହିତ ସାଧନ କରିପାରିବ ତେଣୁ ଅଙ୍ଗଦାନ ଏକ ସେବା ନୁହଁ ଏହା ଏକ ମହତ କାର୍ଯ୍ୟ। ପରିଶେଷରେ ଅନେକ ବ୍ଯକ୍ତି ଏହି କାର୍ଯ୍ୟକ୍ରମ ଦ୍ବାରା ପ୍ରଭାବିତ ହୋଇ ଅଙ୍ଗଦାନ କରିବା ପାଇଁ ସହମତ ପ୍ରକାଶ କରିଥିଲେ ।

You May Also Like

More From Author

+ There are no comments

Add yours