Wed. Oct 14th, 2026

ବନବିଭାଗ ସାଂସ୍କୃତିକ ଅନୁଷ୍ଠାନ ଅରଣ୍ୟ ଭବନର ୨୪ ତମ ସାଂସ୍କୃତିକ ସମାରୋହ ଭୁବନେଶ୍ୱର ସ୍ଥିତ ରବିନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୁନାମଧନ୍ୟ ନାଟ୍ୟକାର ତଥା ବରିଷ୍ଠ ନିର୍ଦ୍ଦେଶକ ଶ୍ରୀ ପ୍ରଭାତ ମହାନ୍ତିଙ୍କ ସୃଜନଶୀଳ ସୃଷ୍ଟିରେ ପାରିବାରିକ କାହାଣୀ, ଜାତିପ୍ରଥାର ବିଭେଦ,ମଣିଷ ମଧ୍ୟରେ ସ୍ୱାର୍ଥପରତା ଭାବ, ଜମିଦାର ପ୍ରଥା ଓ ହସ,ଲୁହ, ଲହୁ କୁ ନେଇ ସୁନ୍ଦର ସାମାଜିକ ନାଟକ ତଥାପି ତମସା ମଞ୍ଚସ୍ଥ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଏକାମ୍ର ଭୁବନେଶ୍ଵରର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ,ସମ୍ମାନୀୟ ଅତିଥି ଭାବେ ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା,ମୁଖ୍ୟ ବକ୍ତା ରୂପେ କାଦମ୍ବିନୀର ସମ୍ପାଦିକା ଡ଼ଃ ଇତିରାଣୀ ସାମନ୍ତ ଅତିଥି ଭାବେ ଯୋଗ ଦେଇ ନିଜର ମୂଲ୍ୟବାନ ଅଭିଭାଷଣ ରଖିଥିଲେ। ଅନୁଷ୍ଠାନର ସଭାପତି ତଥା ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଶ୍ରୀ ସୁରେଶ ପନ୍ଥ ଅଧ୍ୟକ୍ଷତା କରିଥିବା ବେଳେ ଅନୁଷ୍ଠାନର ଉପସଭାପତି ଶ୍ରୀ ଭୁବନ ବିହାରୀ ମହାପାତ୍ର ସଭା ପରିଚାଳନା କରିଥିଲେ ଓ ସମ୍ପାଦକ ଶ୍ରୀ ମହେଶ୍ଵର ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ। ବରିଷ୍ଠ ଅଭିନେତା ତଥା ପୂର୍ବତନ ବନ ବିଭାଗ ଅଧିକାରୀ ଶ୍ରୀ ପ୍ରଫୁଲ୍ଲ ଲେଙ୍କାଙ୍କ ନିଖୁଣ ଅଭିନୟରେ ଦର୍ଶକ ମୁଗ୍ଧ ହୋଇଥିଲେ। ଶେଷରେ ସମସ୍ତ କଳାକାର ମାନଙ୍କୁ ପୁରସ୍କୃତ କରାଯାଇଥିଲା।

Leave a Reply

Your email address will not be published. Required fields are marked *