Wed. Oct 14th, 2026

ଓଡ଼ିଶାର ପ୍ରତିଷ୍ଠିତ ସାଂସ୍କୃତିକ ଅନୁଷ୍ଠାନ ସତ୍ୟନଗର ଉନ୍ନୟନ ସାଂସ୍କୃତିକ ସମିତିର ବାର୍ଷିକ ଉତ୍ସବ ପଦ୍ମଶ୍ରୀ ପ୍ରଫୁଲ୍ଲ କର ପାର୍କ ସତ୍ୟନଗରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ମାନ୍ୟବର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଉପସ୍ଥିର ଥିଲେ । ସବୁ ଧର୍ମ ଓ ସବୁ ବର୍ଗର ବ୍ୟକ୍ତି ବିଶେଷଙ୍କୁ ନିଜର ଦୈନନ୍ଦିନ ଜୀବନରେ କିପରି ସମାଜର ଉନ୍ନତି ନିମନ୍ତେ ଚିନ୍ତା କରିବା ସହ ନିଜକୁ ଉନ୍ନତ କରାଇବା ଏବଂ ଦେଶର ବିକାଶ ପଥରେ
ସାମିଲ ହେବାକୁ କହିଥିଲେ । ଏହି କାର୍ଯ୍ୟକ୍ରମରେ ଡିଏଭି ସ୍କୁଲ ଛାତ୍ରୀ ଲାସ୍ୟା ଓ ଦିଶିତା ଚମତ୍କାର ଯୋଗଭ୍ୟାସର ପ୍ରଦର୍ଶନ କରିଥିଲ । ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା କୁନି ଛାତ୍ରୀଙ୍କ ଯୋଗାଭ୍ୟାସ ସମ୍ପର୍କିତ ପରିବେଷଣ । ଚନ୍ଦ୍ରଶେଖରପୁର ଡିଏଭି ପବ୍ଲିକ ସ୍କୁଲ୍ ପଞ୍ଚମଶ୍ରେଣୀର ଛାତ୍ରୀ ଲାଶ୍ୟା ଓ ଦିଶିତାଙ୍କୁ “ଯୋଗ କଳାଶ୍ରୀ ସମ୍ମାନ” ପ୍ରଦାନ କରାଯାଇଥିଲା । ଏହା ସହ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହମ କରିଥିବା ଅନ୍ୟ ୧୧ଜଣ ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ସତ୍ୟନଗରର ୪୭ଜଣ ବରିଷ୍ଠ ନାଗରିକଙ୍କୁ ବିଭିନ୍ନ କ୍ଷେତ୍ରରେ “ସୁବର୍ଣ୍ଣ ପ୍ରତିଭା ସମ୍ମାନ” ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ କିଶଳୟ ଘୋଷ ଓ ଜୀବନ ସାହୁ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କର ଓଡ଼ିଶାର ଉନ୍ନତିକୁ ନେଇ ସମସ୍ତ କାର୍ଯ୍ୟକ୍ରମ ଉପରେ ଅବଗତ କରାଇଥିଲେ । ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ଲୋକନାଥ ପଣ୍ଡା, ସମ୍ପାଦକ ଶ୍ରୀଯୁକ୍ତ ରାଜେନ୍ଦ୍ର ଆଚାର୍ଯ୍ୟ, ଶ୍ରୀମତୀ ନିବେଦିତା ଭଞ୍ଜ ନିଜର ବକ୍ତବ୍ୟ ମାଧ୍ୟମରେ ସତ୍ୟନଗରର ଉନ୍ନତିକୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଂସଦଙ୍କୁ ନିବେଦନ କରିଥିଲେ । ଅନୁଷ୍ଠାନର ଉପଦେଷ୍ଟା ଶ୍ରୀଯକ୍ତୁ ସଚ୍ଚିଦାନନ୍ଦ ମିଶ୍ର, ଶ୍ରୀ ୟୁ.ସି. ପଟ୍ଟନାୟକ ଓ ଶ୍ରୀ ପ୍ରକାଶ ଚନ୍ଦ୍ର ସାମଲ ବକ୍ତବ୍ୟରେ କହିଥିଲେ କି ନାଗରିକମାନେ ସଚେତନ ହେଲେ ଏକ ଦୁର୍ନିତିମୁକ୍ତ ଦେଶ ଗଠନ ହୋଇପାରିବ । ସେଥିପାଇଁ ଆଗାମୀପିଢିଙ୍କୁ ଉପଯୁକ୍ତ ପଥ ଦେଖାଇବା ମାତା ପିତାଙ୍କର କର୍ତ୍ତବ୍ୟ । ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶ୍ରୀ ମହାପ୍ରସାଦ କର ଓ ଶ୍ରୀମତୀ ଗୀତିଭାରତୀ ନାୟକ ସଙ୍ଗୀତ ପରିବେଷଣ କରିଥିଲେ । ଉପସଭାପତି ଶ୍ରୀମତୀ କଳ୍ପନା ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *