ଭୁବନେଶ୍ୱର ସ୍ଥିତ କ୍ରିଷ୍ଟଲ୍ କ୍ରାଉନ ହୋଟେଲରେ ଆୟୋଜିତ ପ୍ରେରଣା ସମ୍ମାନରେ ସମ୍ମାନିତ ହୋଇଛନ୍ତି ଯଶୋଦା ମା ଫାଉଣ୍ଡେସନ ପ୍ରତିଷ୍ଠାତ୍ରୀ ତଥା ବିଶିଷ୍ଟ ସମାଜସେବୀ ଶ୍ରୀମତୀ ନିବେଦିତା ଲେଙ୍କା। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଟ ଅଭିନେତ୍ରୀ ଋତୁପର୍ଣ୍ଣା ସେନଗୁପ୍ତା, ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ପରମିତା ପଣ୍ଡା ଓ ଆୟୋଜକ ତଥା ଓଟିଭି ପରିଚାଳନା ମୁଖ୍ୟ ଶ୍ରୀମତୀ ଜାଗୀ ମଙ୍ଗତ୍ ପଣ୍ଡା ଉପସ୍ଥିତ ରହି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ସାତ ଜଣ ମହିଳାଙ୍କୁ ପ୍ରେରଣା ସମ୍ମାନ – ୨୦୨୬ରେ ସମ୍ମାନୀତ କରିଥିଲେ। ଏହି ପୁରସ୍କାର ମତେ ଆହୁରି ସମାଜିକ କାର୍ଯ୍ୟକ୍ରମ କରିବା ପାଇଁ ପ୍ରେରଣା ଓ ଉତ୍ସାହ ଯୋଗାଇବ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀମତୀ ଲେଙ୍କା କହିଛନ୍ତି।


