Wed. Oct 14th, 2026

ଭୁବନେଶ୍ୱର, ୨୭ ସେପ୍ଟେମ୍ବର 2025: ବିଶ୍ୱ ପର୍ଯ୍ୟଟନ ଦିବସ – 2025 ଉପଲକ୍ଷ୍ୟରେ ଓଡ଼ିଶା ରାଜ୍ୟ ପର୍ଯ୍ୟଟନ ଗାଇଡ୍‌ ସଂଘ ପକ୍ଷରୁ ଜୟଦେବ ଭବନରେ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଓଡ଼ିଶା ରାଜ୍ୟ ପର୍ଯ୍ୟଟନ ଗାଇଡ୍‌ ସଂଘ, ଭୁବନେଶ୍ୱର ପକ୍ଷରୁ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ସହଯୋଗରେ ଏହି ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ମୁଖ୍ୟ ଅତିଥି ଭାବରେ ପୂର୍ବତନ ବିଧାୟକ, ବରିଷ୍ଠ ରାଜନେତା ଶ୍ରୀ ସୌମ୍ୟ ରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିଲେ। ଏହି ସହିତ ଅନ୍ୟାନ୍ୟ ସମ୍ମାନନୀୟ ଅତିଥିମାନେ ହେଲେ — ବିଧାୟକ ଶ୍ରୀ ପ୍ରିୟଦର୍ଶି ମିଶ୍ର, ବିଧାୟକ ଶ୍ରୀ ବବୁ ସିଂହ, ପୂର୍ବତନ ମନ୍ତ୍ରୀ ଶ୍ରୀ ସୁରେଶ କୁମାର ରାଉତରାୟ ଓ ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରଦୋଷ ପଟ୍ଟନାୟକ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ସାଜିଥିଲେ DAV Public School ରେ ପାଠ ପଢୁଥିବା ଛାତ୍ରୀ ଲାଶ୍ୟା । ତାଙ୍କର ସମଗ୍ରିକ କୃତି ପାଇଁ “Odisha Youth Icon Award – 2025” ପ୍ରଦାନ କରାଯାଇଛି । ଏହି ସହ ଏହି କ୍ଷେତ୍ରରେ ଅବଦାନ ରଖିଥିବା ବ୍ୟକ୍ତିମାନଙ୍କୁ “ଟୁରିଜମ ଗୌରବ ପୁରସ୍କାର – 2025” ଦିଆଯାଇଛି। ପର୍ଯ୍ୟଟନ ଦିବସ ଅବସରରେ ଅନେକ ଶ୍ରେଷ୍ଠ ଅତିଥିମାନଙ୍କ ଉପସ୍ଥିତି ଏହି କାର୍ଯ୍ୟକ୍ରମକୁ ଗରିମାମୟ କରିଥିଲା।

Leave a Reply

Your email address will not be published. Required fields are marked *