Wed. Oct 14th, 2026

ଉତ୍ତର ପ୍ରଦେଶରୁ ୨ଟି ଟ୍ରେନ୍ରେ ଓଡ଼ିଶା ଆସୁଛି ୪୮ ହଜାର କ୍ଵିଣ୍ଟାଲ ଆଳୁ। ୫ ଦିନ ମଧ୍ୟରେ ଆଳୁ ଟ୍ରେନ୍ ପହଞ୍ଚିବ। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପଶ୍ଚିମବଙ୍ଗ ଉପରେ ନିର୍ଭର କରିହେବନି। ଯେଉଁଠୁ ସୁବିଧା ହେବ ସେଠାରୁ ଆଳୁ ଆସିବ। ୟୁପିରୁ ଆଳୁ ଆସିବା ଫଳରେ ପଶ୍ଚିମବଙ୍ଗର ବ୍ୟବସାୟୀ ଘାଟାରେ ପଡ଼ିଲେ।
ଯୋଗାଣ ମନ୍ତ୍ରୀ କହିଛନ୍ତି ଯେ, ଚଢା ଦରରେ ଆଳୁ ବିକିଲେ ଅସାଧୁ ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ଯେଉଁମାନେ ବ୍ୟାପକ ପରିମାଣରେ ବେଆଇନ ଭାବେ ଆଳୁ ମହଜୁଦ ରଖିଛନ୍ତି ସେମାନଙ୍କ ଉପରେ ଚଢ଼ାଉ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଯୋଗାଣ ବିଭାଗ ପକ୍ଷରୁ ଓଡ଼ିଶାରେ ୧୯ଶହ ଦୋକାନ ଖୋଲାଯାଇଛି। ଏଠାରେ ୩୦ ଟଙ୍କାରେ ଆଳୁ ବିକ୍ରି ହେଉଛି। ସମ୍ବଲପୁରରେ ଆଳୁ ଦର ୨୬, ଭୁବନେଶ୍ଵରରେ ୩୦ ରୁ ୩୫ ମଧ୍ୟରେ ରହିଛି। ଲୋକମାନେ ପ୍ୟାନିକ୍ ହୁଅନ୍ତୁ ନାହିଁ। ରାଜ୍ୟରେ ଭରପୁର ଆଳୁ ମହଜୁଦ ଅଛି।

Leave a Reply

Your email address will not be published. Required fields are marked *