Sat. Oct 17th, 2026

ସଂରକ୍ଷିତ ଜଙ୍ଗଲରୁ ବାରହା ମାଂସ ଜବତ। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ସିଂହପାଳି ନିକଟ ଚଣ୍ଡଳି ସଂରକ୍ଷିତ ଜଙ୍ଗଲରୁ ବାରହା ମାଂସ ଜବତ ସହ ଦୁଇ ଗିରଫ। ଅଭିଯୁକ୍ତମାନେ ସିଂପାଲି ଗାଁର ବିଲସେନ ଟପନୋ ଏବଂ ହାତୀଳିମୁଣ୍ଡା ଗାଁର ନବୀନ ଡୁଙ୍ଗଡୁଙ୍ଗ ବୋଲି ଜଣାପଡିଛି । ଜଙ୍ଗଲରେ ବାରହା ମାଂସ କାଟୁଥିବା ବନବିଭାଗ ଖବର ପାଇ ରେଞ୍ଜର ସଂଜୀବ ରାଉତଙ୍କ ନେତୃତ୍ୱରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ସେଠାରୁ କିଛି କଟା ମାଂସ, ଶିକାର ପାଇଁ ବ୍ୟବହୃତ ବିଦ୍ୟୁତ ତାର, ଗୋଟିଏ ଟାଙ୍ଗିଆ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲେ । ଏହି ଘଟଣାରେ ଦୁଇଜଣଙ୍କୁ ବନବିଭାଗ ଅଟକ ରଖି ପଚରା ଉଚୁରା କରିବା ସହ ଅଧିକ ତଦନ୍ତ ଜାରି ରଖିଛି । ତେବେ ଏହି ଘଟଣାରେ ଆଉ କେତେ ଜଣଙ୍କ ସଂପୃକ୍ତି ରହିଛି ତଦନ୍ତ ଜାରି ରହିଥିବା ବେଳେ ଉଭୟ ଅଭିଯୁକ୍ତଙ୍କୁ ଆଜି ଅପରାହ୍ନ ସମୟରେ କୋର୍ଟ ଚାଲାଣ କରାଯିବ ବୋଲି ଜଣା ପଡ଼ିଛି ।

Leave a Reply

Your email address will not be published. Required fields are marked *