Sat. Oct 17th, 2026

ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଉଦଘାଟିତ ହୋଇଯାଇଛି ଭ୍ରାମ୍ୟମାଣ ଚାରା ବିତରଣ ରଥ । ଏହାକୁ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାଏ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ । ଏହି ଆବସରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଟା, ପଡି ଡିଆଡିଏ ନିହାର ରଞନ କହଁର ଓ ଜିଲ୍ଲା ବନାଧିକାରୀ ମଦନ ଲାଲ ଶର୍ମା ପ୍ରମୁଖ ଯୋଗ ଦେଇ ଆଗାମୀ ଦିନରେ ଜିଲ୍ଲାକୁ ବନୀକରଣ କରି ସବୁଜ ସୁନ୍ଦର କରାଯିବାକୁ ଲକ୍ଷ ରଖାଯାଇଥିବା କହିଥିଲେ । ଏହି ରଥ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ବ୍ଲକର ଗାଁ ଗାଁକୁ ବୁଲିବା ସହିତ ସାଧାରଣ ଲୋକଙ୍କୁ ୧ଟଙ୍କାରେ ଚାରା ଯୋଗାଇବ ବୋଲି କହିଥିଲେ । ଆଗାମି ଦିନରେ ପ୍ରତ୍ୟେକ ଘରେ କିପରି ଭାବରେ ଚାରା ରୋପଣ ହେବା ସହିତ ସାରା ଜିଲ୍ଲା ସବୁଜ ସୁନ୍ଦର ହେବ ସେ ଦିଗରେ ଏହା ଏକ ପ୍ରୟାସ ବୋଲି ପ୍ରକାଶ କରିଛନ୍ତି ଜିଲ୍ଲା ବନଅଧିକାରୀ ଓ ଜିଲ୍ଲାପାଳ ।

Leave a Reply

Your email address will not be published. Required fields are marked *