ପୁରୀଜିଲ୍ଲାର ୧୧ ନମ୍ବର ଜିଲ୍ଲାପରିଷଦ ଜୋନ ପାଇଁ ଉପନିର୍ବାଚନ ପ୍ରାର୍ଥୀପତ୍ର ଦାଖଲ ହୋଇଛି। ଏହାର ଦ୍ଵିତୀୟ ଦିନର ପ୍ରାର୍ଥୀପତ୍ର ଦାଖଲ ପାଇଁ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ନାରୀନେତ୍ରୀ ପ୍ରଭାତୀ ପରିଡା, ଓମ୍ ପ୍ରକାଶ ମିଶ୍ରଙ୍କ ସହିତ ପାଞ୍ଚ ଶହରୁ ଉର୍ଦ୍ଧ୍ବ ବାଇକରେ ହଜାରରୁ ଉର୍ଦ୍ଧ୍ବ କର୍ମୀଙ୍କ ସହିତ ଜିଲ୍ଲାପରିଷଦ ପ୍ରାର୍ଥୀ ପ୍ରମୋଦ କୁମାର ରାୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଜିଲ୍ଲାପାଳ ଭବତ ଚରଣ ସାହୁଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ l ସେ ପୂର୍ବରୁ କଂଗ୍ରେସ ଦଳର ଆଗଧାଡିର ନେତା ଥିଲେ। ଦୁଇଦିନ ତଳେ ବିଜେପିରେ ମିଶି ପ୍ରାର୍ଥୀ ହୋଇଛନ୍ତି l ବିଜେପି ନେତ୍ରୀ ପ୍ରମୋଦଙ୍କ ଉପରେ ଭରସା ରଖିଛନ୍ତି ଯେ ପାଞ୍ଚ ହଜାରରୁ ଅଧିକ ଭୋଟରେ ଜିତିବେ ବୋଲି ଗଣମାଧ୍ୟମକୁ ସୂଚନା ଦେବା ସହିତ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁର ଉଚିତ ଜବାବ ଦେବେ ବୋଲି କହିଥିଲେ l