Wed. Oct 14th, 2026

ଯଦି ବାରମ୍ବାର ଲଗାତାର ସାପ କାମୁଡୁଛି ତେବେ ଏହାକୁ କଣ ଆପଣ ଦୁର୍ଘଟଣା କହିବେ କି ? ନା କୌଣସି ଷଡଯନ୍ତ୍ର ର ଆଖ୍ୟା ଦେବେ l ଉତ୍ତରପ୍ରଦେଶର ଜଣେ ଯୁବକ ଙ୍କ ସହିତ ଏଭଳି କିଛି ଘଟଣା ଘଟି ଯାଇଛି l ଯାହାକୁ କେହିବି ବୁଝି ପାରୁ ନାହାନ୍ତି l ଗୋଟିଏ ସାପ ଗୋଟିଏ ମାସ ମଧ୍ୟରେ ଜଣେ ଯୁବକ ଙ୍କୁ ୬ ଥର ଦଂଶନ କରି ସାରିଲାଣି l ଏବଂ ଆଉ ୩ଥର ଦଂଶନ କରିବାର ଧମକ ମଧ୍ୟ ଦେଇଛି l ଆସନ୍ତୁ ଜାଣିବା ସମ୍ପୂର୍ଣ ଘଟଣା l

ଉତ୍ତରପ୍ରଦେଶ ର ଫତେହପୁର ଜିଲ୍ଲା ରୁ ଗୋଟିଏ ଆଶ୍ଚର୍ଯ୍ୟ କଲାଭଳି ଘଟଣା ସାମ୍ନାକୁ ଆସିଛି l ଫତେହପୁର ରେ ରହୁଥିବା ବିକାଶ ଦୁବେ ନାମକ ଜଣେ ଯୁବକ ପଛରେ ସାପ ଏଭଳି ପଡି ଯାଇଛି ଯାହାକୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗୁଚି l ହିନ୍ଦୀ ଚଳଚିତ୍ରର ଘଟଣା ଭଳି ଏହା ଲାଗୁଥିଲେ ମଧ୍ୟ ଏହା ସତ୍ୟ ଅଟେ l ଗତ ଦେଢ଼ ମାସ ମଧ୍ୟରେ ବିକାଶ ୬ ଥର ସାପ ଦଂଶନ ର ସମୁଖୀନ ହୋଇଛନ୍ତି l ବିକାଶ ଙ୍କୁ ୬ ଥର ସାପ ଦଂଶନ କରିବା ପରେ ବିକାଶ ଙ୍କୁ ତାଙ୍କ ପରିଜନ ଡାକ୍ତର ଙ୍କ ନିକଟକୁ ନେଇ ଯାଇଥିଲେ ଏବଂ ଡାକ୍ତର ତାଙ୍କ ଜୀବନ ରକ୍ଷା କରିଛନ୍ତି l

ଆରମ୍ଭ ରେ ବିକାଶ ଙ୍କୁ ସାପ ୩ଥର କାମୁଡି ଥିଲା ସେତେବେଳେ ଡାକ୍ତର ବିକାଶ ଙ୍କୁ ନିଜ ଘର ନିକଟରୁ ଦୁରକୁ ଯିବା ପାଇଁ ପରାମର୍ଶ ଦେଇଥିଲେ, ଏହାପରେ ବିକାଶ ନିଜ ମାଉସୀ ଙ୍କ ଘରକୁ ଚାଲି ଯାଇଥିଲେ, ସେଠାରେ ମଧ୍ୟ ସାପ ମଧ୍ୟ ପହଂଚି ଯାଇଥିଲା l ବିକାଶ କହିଥିଲେ ଯେ ଶନିବାର କିମ୍ବା ରବିବାର ଦିନ ହିଁ ଆକ୍ରମଣ କରିଥାଏ l

ବର୍ତମାନ ବିକାଶ ଏଭଳି ଗୋଟିଏ କଥା କହିଛନ୍ତି ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି l ସୂଚନା ଅନୁସାରେ ସାପଟି ବିକାଶ ଙ୍କ ସ୍ୱପ୍ନରେ ଆସି ତାଙ୍କୁ ଧମକ ଦେଇ କହିଛି ଯେ ‘ ମୁଁ ତତେ ୬ ଥର କାମୁଡି ସାରିଲିଣି, ଆହୁରି ୩ଥର କାମୁଡ଼ିବି l ୮ଥର ପର୍ଯ୍ୟନ୍ତ ତୁ ବଂଚି ଯିବୁ , କିନ୍ତୁ ୯ ଥର ବେଳକୁ ତତେ କୌଣସି ଶକ୍ତି, ତାନ୍ତ୍ରିକ କିମ୍ବା ଡାକ୍ତର ମଧ୍ୟ ବଞ୍ଚାଇ ପାରିବେ ନାହିଁ l ‘ ଏହି ଘଟଣା କୁ ନେଇ ବିକାଶ ଙ୍କର ସମସ୍ତ ପରିଜନ ଏବଂ ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି l

Leave a Reply

Your email address will not be published. Required fields are marked *