Thu. Oct 15th, 2026

ଆସୁଛି ସୌରଝଡ଼। ଯାହା ବନ୍ଦ କରିଦେବ ଇଣ୍ଟରନେଟ। ଆସନ୍ତା ୨ ବର୍ଷ ମଧ୍ୟରେ ସୂର୍ଯ୍ୟ ଚରମ ସ୍ଥିତିରେ ପହଞ୍ଚତ୍ବ। ଫଳରେ ଅନେକ ମାସ ଧରି ସୌରଝଡ଼ ଲାଗିରହିବ। ଇଣ୍ଟରନେଟ୍‌ ପାଇଁ ଏହା ବିନାଶକାରୀ ସାଜିବା ସହ ବିଶ୍ୱ ଅର୍ଥନୀତିକୁ ମଧ୍ୟ ବହୁଳ ଭାବେ ପ୍ରଭାବିତ କରିବ ବୋଲି ଆମେରିକୀୟ ବୈଜ୍ଞାନିକମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ସୂର୍ଯ୍ୟର ସୌରଚକ୍ରରୁ ସୌରଝଡ଼ ସୃଷ୍ଟି ହେଉଥିବାରୁ ଏହା ଉପରେ ଅଧିକ ତଥ୍ୟ ଜାଣିବା ପାଇଁ ବୈଜ୍ଞାନିକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିବାରେ ଲାଗିଛି।୨୦୨୫ ସୁଦ୍ଧା ସୌରଝଡ଼ ଯୋଗୁ ଇଣ୍ଟରନେଟ ସବୁଦିନ ପାଇଁ ବନ୍ଦ ହୋଇଯିବା ଆଶଙ୍କା ଉପରେ ଏହି ସ୍ପେସ୍‌ ଏଜେନ୍ସି ପକ୍ଷରୁ କୌଣସି ମନ୍ତବ୍ୟ ଆସିନାହିଁ। କିନ୍ତୁ ଏଭଳି ସ୍ଥିତି ଉପୁଜିଲେ ସବୁବେଳେ ଇଣ୍ଟରନେଟ ଦୁନିଆରେ ମଜ୍ଜି ରହୁଥିବା ‘ଅଲ୍‌ଓ୍ବେଜ୍‌ ଅନ୍‌ଲାଇନ୍‌’ ବର୍ଗର ଲୋକେ କ’ଣ କରିବେ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। କେହି କେହି ଏହାକୁ ଅତିରଞ୍ଜିତ ପ୍ରଚାର ବୋଲି ବର୍ଣ୍ଣନା କରୁଥିବାବେଳେ ପ୍ରକାଶିତ ରିପୋର୍ଟ କହୁଛି, ସୌରଝଡ଼ ପ୍ରଭାବରେ ଇଣ୍ଟରନେଟ ଠପ୍‌ ହୋଇଯିବା ବିଷୟ ସମ୍ପୂର୍ଣ୍ଣ କାଳ୍ପନିକ ନୁହେଁ।

Leave a Reply

Your email address will not be published. Required fields are marked *