‘ବିଜ୍ଞାନ ସମାଜର ଅନେକ ସମସ୍ୟା କୁ ଦୂର କରି ପାରିଛି’

ନବରଙ୍ଗପୁର: ବିଜ୍ଞାନ ସମସ୍ୟା କୁ ଦୂର କରିବା ସହ ସମାଜ ର ଅର୍ଥନୀତି କୁ ସୁଦୃଢ଼ କରିପାରିଛି ବୋଲି ଭାରତର ବିଶିଷ୍ଟ ବୈଜ୍ଞାନିକ ତଥା ପଦ୍ମଭୂଷଣ ପ୍ରଫେସର ଜି.ପଦ୍ମନାବନ ମତବ୍ୟକ୍ତ କରିଛନ୍ତି ।’ମୁଁ ବି ସମର୍ଥ’‌ କାର୍ଯ୍ୟକ୍ରମ ର ୧୮ତମ ଅଧ୍ୟାୟ ରେ ଯୋଗ ଦେଇ ଆଇ.ଆଇ.ଏସ୍.ସି ର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ପଦ୍ମନାବନ କୃଷି, ପରିବେଶ ତଥା ଜୀବ ବିଜ୍ଞାନ ଅଗ୍ରଗତି ରେ ବୈଜ୍ଞାନିକ ଙ୍କ ଅନେକ ଭୂମିକା ରହିଛି। ତେଣୁ ବିଜ୍ଞାନ ରେ ଅନେକ କର୍ମନିଯୁକ୍ତି ରହିଛି । କେବଳ ଅର୍ଥ ଉପାର୍ଜନ ର ପନ୍ଥା ନହୋଇ ସମାଜକୁ ନୂତନ ଦିଗଦର୍ଶନ ଦେବାରେ ଛାତ୍ରଛାତ୍ରୀ ଛାତ୍ରଛାତ୍ରୀ ଆଗେଇ ଆସିବାକୁ ଡ଼ଃ ପଦ୍ମନାବନ ଆହ୍ବାନ ଦେଇଛନ୍ତି । ବିଦ୍ୟାର୍ଥୀ ବିଜ୍ଞାନ ରେ ଅଧିକ ଆକୃଷ୍ଟ ହେବା ସହ ଗବେଷଣା ଦିଗରେ ଆଗେଇ ଆସିବା ଦରକାର ବୋଲି ସେ ମତ ପ୍ରକାଶ କରିଛନ୍ତି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ର କୂଳପତି ଡ଼ଃ ପବନ କୁମାର ଅଗ୍ରୱାଲ ଯୋଗ ଦେଇ କୃଷି, ଉଦ୍ୟାନ କୃଷି,ପଶୁ ବିଜ୍ଞାନ ସାଙ୍ଗକୁ ନୂତନ କାରିଗରୀ ବିଦ୍ୟା ର ବ୍ୟବହାର ଦ୍ଵାରା ଅନେକ ବିଦ୍ୟାର୍ଥୀ ଙ୍କୁ ନୂତନ ସୁଯୋଗ ଆଣି ଦେଇ ପାରିବ ବୋଲି ଓୟୁଏଟି ର କୂଳପତି ମତବ୍ୟକ୍ତ କରିଛନ୍ତି ।ସେ ଆହୁରି ମଧ୍ୟ କହିଛନ୍ତି କାର୍ଯ୍ୟକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ଆଗକୁ ବଢି ପାରିଲେ ବିଦ୍ୟାର୍ଥୀ ନିଶ୍ଚିତ ସଫଳ ହୋଇ ପାରିବ ବୋଲି ଅଗ୍ରୱାଲ କହିଛନ୍ତି । କେନ୍ଦ୍ରୀୟ ଔଷଧୀୟ ଓ ସୁଗନ୍ଧି ଫସଲ ସଂସ୍ଥାନ ଲକ୍ଷ୍ନୌ ର ମୁଖ୍ୟ ବୈଜ୍ଞାନିକ ଡଃ ଅଜିତ କୁମାର ଶାସନୀ ଯୋଗ ଦେଇ ଭାରତରେ ରହିଥିବା ସମୁଦ୍ର ଉପକୂଳ ଅଞ୍ଚଳରେ ସୁଗନ୍ଧି ଫସଲ ଚାଷ ଏବଂ ଆରୋମା କୁ ନେଇ ଅନେକ କୃଷକ ଓ ଶିଳ୍ପ ଗଢି ଉଠି ପାରିବା ସଙ୍ଗେ ସଙ୍ଗେ ଅନେକ କର୍ମ ସଂସ୍ଥାନ ମିଳିପାରିବ ବୋଲି ସେ କହିଛନ୍ତି। ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର ଭୁବନେଶ୍ଵର ର ନିର୍ଦ୍ଦେଶିକା ଡ଼ଃ ସଂଘମିତ୍ରା ପତି ଯୋଗ ଦେଇ ବିଜ୍ଞାନ କୁ ନେଇ ଅନେକ ସମ୍ଭାବନା ଭରିରହିଛି ପୋଷଣ, କୃଷି, ସ୍ବାସ୍ଥ୍ୟ ଭଳି ଅନେକ ସମସ୍ୟା ରେ ଆତ୍ମ ନିର୍ଭରଶୀଳ ହେବା ପାଇଁ ଯୁବ ପିଢ଼ି ଆଗେଇ ଆସିବା ଦରକାର ବୋଲି ଆର୍.ଏମ୍.ଆର୍.ସି ର ନିର୍ଦ୍ଦେଶିକା ଡ଼ଃ ପତି ମତବ୍ୟକ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମ କୁ ‘ମୁଁ ବି ସମର୍ଥ’‌ କାର୍ଯ୍ୟକ୍ରମ ର ସଂଯୋଜକ ଲକ୍ଷ୍ମୀ ନାରାୟଣ ବକ୍ସି ଉପସ୍ଥାପନା କରିବା ସହ ଆଗକୁ ବିଜ୍ଞାନ ଓ କଳା ବିଦ୍ୟାର୍ଥୀ ଙ୍କ ପାଇଁ ଅନେକ କାର୍ଯ୍ୟକ୍ରମ ଯୋଜନା ରହିଥିବାରୁ ବିଦ୍ୟାର୍ଥୀ ଏହି ସୁଯୋଗ କୁ ଆପଣେଇବା ଦରକାର ବୋଲି ସେ କହିଥିଲେ । ରାଜ୍ୟ ଏବଂ ରାଜ୍ୟ ବାହାରୁ ଛାତ୍ରଛାତ୍ରୀ ଯୋଗ ଦେଇ ବିଭିନ୍ନ ପ୍ରଶ୍ନ ବିଶେଷଜ୍ଞ ଙ୍କ ଠାରୁ ପଚାରି ବୁଝିଥିଲେ ।

You May Also Like

More From Author

+ There are no comments

Add yours