Wed. Oct 14th, 2026

ନିକଟରେ ବିଶ୍ଵ ତପାନକୁ ନେଇ ଫ୍ରାନ୍ସରେ ଏକ ଅଧ୍ୟୟନ କରାଯାଇଛି। ପଲ୍ ସବେଟିୟର୍ ବିଶ୍ୱବିଦ୍ୟାଳୟର ପରିବେଶ ବୈଜ୍ଞାନିକ ଆଡ୍ରେ ମିନିୟରଙ୍କ ନେତୃତ୍ୱରେ ହୋଇଥିବା ଏହି ଷ୍ଟଡିରୁ ଜଣା ପଡ଼ିଛି ଯେ ପୃଥିବୀର ଉଷ୍ମତା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହାର ବିଶେଷ ପ୍ରଭାବ ସମୁଦ୍ରର ତାପମାତ୍ରା ଉପରେ ପଡ଼ୁଛି।ଜଳବାୟୁ ବୈଜ୍ଞାନିକ ଜେ.କେ ସ୍ୱାମୀ ଦି ଆସୋସିଏଟେଡ୍ ସୂଚନା ଦେଇ କହିଛନ୍ତି ଯେ ୨୦୧୦ ମସିହାରୁ ଗ୍ଲୋବାଲ୍‌ ଓ୍ଵାର୍ମିଂ ହାର ୫୦ ପ୍ରତିଶତ ବୃଦ୍ଧି ପାଇଛି । ବର୍ତ୍ତମାନ ମିଳିଥିବା ତଥ୍ୟ ଅନୁସାରେ ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସକୁ ସୀମିତ କରିବାକୁ ବିଶ୍ୱସ୍ତରୀୟ ପ୍ରତିଶ୍ରୁତି ଭଙ୍ଗ କରାଯାଉଛି ଏବଂ ଏଥିପାଇଁ ଗରମ ବୃଦ୍ଧି ପାଉଛି । ବନ୍ୟା, ଅଗ୍ନିକାଣ୍ଡ ଏବଂ ଝଡ ଭଳି ଭୟଙ୍କର ଦୁର୍ବିପାକ ଘଟଣାର ବୃଦ୍ଧି ଯୋଗୁଁ ପୃଥିବୀର ଉଷ୍ନତା ଦ୍ରୁତ ଗତିରେ ବୃଦ୍ଧି ପାଉଛି । କାର୍ବନ ଡାଇଅକ୍ସାଇଡ ମାତ୍ରାର ଅତ୍ୟଧିକ ବୃଦ୍ଧି ଓ ଏରୋସୋଲ୍‌ ହ୍ରାସ ପାଉଥିବା ଯୋଗୁଁ ଗରମ ପ୍ରଭାବ ବଢ଼ିଚାଲିଛି ବୋଲି ଏହି ଗବେଷଣାରୁ ଜଣା ପଡ଼ିଛି। ଆସନ୍ତା ଫେବୃଆରୀ ମାସ ମଧ୍ୟରେ ତାପମାତ୍ରା ଅଧିକ ବଢ଼ିବ ବୋଲି ଅଧ୍ୟୟନରେ ପ୍ରକାଶ କରାଯାଇଛି । ତାପମାତ୍ରା ବୃଦ୍ଧିକୁ ନେଇ ସାଧାରଣ ଲୋକେ ଚିନ୍ତାରେ ଅଛନ୍ତି ।
ଗତ ବର୍ଷ ଅର୍ଥାତ ୨୦୨୩ ସବୁଠାରୁ ଉତ୍ତପ୍ତ ବର୍ଷ ଥିଲା ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ତେବେ ୧୦୦ ବର୍ଷ ମଧ୍ୟରେ ଏହା ବିଶ୍ୱର ସବୁଠାରୁ ଉତ୍ତପ୍ତ ବର୍ଷ ଥିଲା ବୋଲି ୟୁରୋପୀୟ ସଂଘର କୋପରନିକସ୍‌ ଜଳବାୟୁ ପରିବର୍ତ୍ତନ ସେବା ତଥ୍ୟ ଦେଇଛି ।
ପାଣିପାଗରେ ଯେଉଁ ପରିବର୍ତ୍ତନ ହେଉଛି ସେଥିପାଇଁ କେବଳ ମଣିଷ ଦାୟୀ । କୋଇଲା, ତେଲ ଏବଂ ପ୍ରାକୃତିକ ଗ୍ୟାସ ଭଳି ଜୀବାଷ୍ମ ଇନ୍ଧନକୁ ବ୍ୟବହାର କରି ବିଦ୍ୟୁତ୍‌ ଉତ୍ପାଦନ କରାଯାଉଛି । ବିଭିନ୍ନ କାରଖାନାରୁ ନିର୍ଗତ ଗ୍ୟାସ ମଧ୍ୟ ପରିବେଶକୁ ଦୂଷିତ କରୁଛି । ଅନ୍ୟପଟେ ଜଙ୍ଗଲକୁ କାଟି ସଫା କରାଯାଉଛି । କାର୍ବନ ଡାଇଅକ୍ସାଇଡକୁ କେବଳ ଗଛ ହିଁ ଅବଶୋଷଣ କରିଥାଏ କିନ୍ତୁ ଗଛ କାଟିବା ଫଳରେ କାର୍ବନ ଡାଇଅକ୍ସାଇଡର ମାତ୍ରା ବଢ଼ିବାରେ ଲାଗିଛି । ଏନେଇ ପ୍ରକୃତି ନଷ୍ଟ ହେଉଛି । ଜଳବାୟୁରେ ହେଉଥିବା ଏଭଳି ପରିବର୍ତ୍ତନ ସମସ୍ତଙ୍କ ଚିନ୍ତା ବଢ଼ାଇଛି । ଏଥିପାଇଁ ଲୋକମାନଙ୍କୁ ସତର୍କ କରାଯାଉଛି । ଯଦି ମଶିଷ ନିଜେ ସତର୍କ ନହେବ ତେବେ ମଣିଷ ହିଁ ସମସ୍ତ ସମସ୍ୟାର ସମ୍ମୁଖୀନ ହେବ ।

Leave a Reply

Your email address will not be published. Required fields are marked *