ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ

କ୍ଷୁଦ୍ର ଜଳସେଚନ ବିଭାଗ ରାୟଗଡା ପକ୍ଷରୁ ଆଜି ପାଣି ପଞ୍ଚାୟତ ଦିବସ ଅଶୋକ କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭରେ ଦୀପ ପ୍ରଜଳନ କରି ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ପ୍ରଥମେ କ୍ଷୁଦ୍ର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଦୁସି ସୁଧାକର କୁମାର ଅତିଥିଙ୍କୁ ସ୍ବାଗତ କରିବା ସହ ରାଜ୍ୟ ସରକାରଙ୍କ ଜନ ହିତକାରୀ ଯୋଜନା ପାଣି ପଞ୍ଚାୟତ ଗଣତାନ୍ତ୍ରିକ ପଦ୍ଧତିରେ ସଫଳ ରୂପାୟନ କରିବା ଆମର ଲକ୍ଷ୍ୟ ବୋଲି ବୁଝାଇଥିଲେ । ଜିଲ୍ଲାର ଚାଷୀମାନଙ୍କୁ ଅନୁରୋଧ ଯେ ପ୍ରତି ଫସଲ ଋତୁ ରବି ଏବଂ ଖରିଫ ଫସଲ ଉପୁଜାଇବା ପାଇଁ ମୃତ୍ତିକା ଏବଂ କୃଷି ଜଳବାୟୁ ଅନୁକୂଳର ଏକ ଫସଲ ଖସଡା ପ୍ରସ୍ତୁତ କରିବା ଗୁରୁଦାୟିତ୍ୱ ଅଟେ ବୋଲି କହିଥିଲେ। ବର୍ତ୍ତମାନ ଜିଲ୍ଲାର ଭୂତଳ ମାଧ୍ୟମରେ ନଦୀ ନାଳରୁ ଜଳ ସେଚନ କରିବା ପାଇଁ ଜିଲ୍ଲାରେ ୭ଟି ସ୍ଥାନରେ କାର୍ଯ୍ୟ ଚାଲୁଅଛି । ଆଗାମୀ ଦିନରେ ଏହା କାର୍ଯ୍ୟକାରୀ ହେଲେ ଅନେକ ଚାଷୀ ଜଳସେଚନ ସୁବିଧା ପାଇ ଉପକୃତ ହେବେ। ଜିଲ୍ଲାରେ ମୋଟ ୮୬ଗୋଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ୮୭ଟି ପାଣି ପଞ୍ଚାୟତ କାର୍ଯ୍ୟକ୍ଷମ ରହିଛି । ଜଳକୁ ସୁବିନିଯୋଗ କରିବା ସହ ଜଳ ଅପଚୟ କରିବା ନାହିଁ ବୋଲି ସୁଧାକର କୁମାର କହିଥିଲେ । ସେହିପରି ପ୍ରକଳ୍ପ ନିର୍ଦେଶକ (ଯାନ୍ତ୍ରିକ) କାଡା ବ୍ରହ୍ମପୁର ଭଗତ ଚରଣ ମହାନ୍ତି କହିଛନ୍ତି ଆମ ଦେଶ ଚାଷ ଉପରେ ନିର୍ଭର କରୁଛି । ତେଣୁ ସରକାର ଜଳ ସେଚନ ନିମନ୍ତେ କେନାଲ ବ୍ୟବସ୍ଥା କରିଛନ୍ତି । ଏହି ଜଳସେଚନ ରକ୍ଷଣାବେକ୍ଷଣ ହେଲା ପାଣି ପଞ୍ଚାୟତର ଦାୟିତ୍ୱ ଅଟେ। ଏହାର ସୁ ବିନିଯୋଗକରି ଚାଷୀ ଉପକୃତ ହେଲେ ରାଜ୍ୟ ଓ ଦେଶର ପ୍ରଗତିରେ ସହାୟକ ହେବ। ସମସ୍ତ ଜିଲ୍ଲା ସ୍ତରରେ ଥିବା ଅଧିକାରୀମାନେ ଚାଷୀଙ୍କୁ ସଚେତନ କରନ୍ତୁ । ଚାଷୀ ସଚେତିତ ହେଲେ ନିଶ୍ଚିତ ଆମ ଦେଶର ବିକାଶ ହେବ ବୋଲି ମତବ୍ୟକ୍ତ କରିଥିଲେ । ଏହି ପାଣି ପଞ୍ଚାୟତ ପକ୍ଷ ପାଳନ ପାଇଁ ବିଭିନ୍ନ ବିଦ୍ୟାଳୟରେ କୁଇଜ , ଚିତ୍ରାଅଙ୍କନ, ଭାଷଣ ଏବଂ ପ୍ରବନ୍ଧ ପ୍ରତିଯୋଗିତା କରାଯାଇଥିଲା । ମୂଖ୍ୟ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ବତୀ ମାଝୀ ସେମାନଙ୍କୁ ମାନପତ୍ର ସହ ଅର୍ଥ ରାଶି ପ୍ରଦାନ କରିଛନ୍ତି ।

ଅଧ୍ୟକ୍ଷା ସୁଶ୍ରୀ ମାଝୀ କହିଥିଲେ ଯେ, ଚାଷୀମାନେ ପାଣି ପଞ୍ଚାୟତ ମାଧ୍ୟମରେ ଜଳର ସୁବିନିଯୋଗ କରି ଜଳସେଚନ ସୁବିଧା ନେଇପାରିବେ। ଯଦ୍ବାରା ରବି ଋତୁରେ ଚାଷ କରି ଲାଭବାନ ହୋଇପାରିବେ। ଏହାର ସୁବିଧା ନିମନ୍ତେ ଇ କାର୍ଡ ଆପିଲିକେସ ମାଧ୍ୟମରେ ମୋବାଇଲରେ ସମସ୍ତେ ସୁଚନା ପାଇପାରିବେ । ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ତାଙ୍କ ବକ୍ତବ୍ୟରେ ପାଣି ସଂରକ୍ଷଣ, ପାଣିର ସୁବ୍ୟବହାର, ପାଣି ଅପଚୟ ନକରିବା ଆମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବିଶ୍ବରେ ଜଳର ଅଭାବ ରହିଛି । ଯଦିଓ ଜଳର ସଠିକ ବ୍ୟବହାର ନ କରିବା ତେବେ ଦେଶ ମରୁଭୂମିରେ ପରିଣତ ହେବ ତେଣୁ ଆପଣ ହାତରେ ଆମ ଜୀବନ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଜଳ ବିଭାଜିକା ମିଶନ ପ୍ରକଳ୍ପ ନିର୍ଦେଶକ ଡଃ ଦୟାନିଧି ବାଗ, ଉଦ୍ଯାନ ବିଭାଗ ଉପ ନିର୍ଦ୍ଦେଶକ ଦୟାନିଧି ରାଉତ, ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ସୁମନ ସିଂ ପଟ୍ଟନାୟକ, ନିର୍ବାହୀ ଯନ୍ତ୍ରୀ ଉଠା ଜଳସେଚନ ବିଭାଜନ ଗୁଣପୁର ବିନୋଦ ଚନ୍ଦ୍ର ଦାସ, ସହଜିଲ୍ଲାପାଳ କ୍ରୀଷ୍ଣା ଚନ୍ଦ୍ର ଦାସ, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ନରେନ୍ଦ୍ର ନାୟକ ମଞ୍ଚାସିନ ଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପାଣି ପଞ୍ଚାୟତ ପ୍ରତିନିଧିମାନେ ପାଣି ଯୋଗାଣ ଏବଂ ଉତ୍ପାଦନ ଉପରେ କହିଥିବା ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । ଏହାର ପ୍ରତିକାର ନିମନ୍ତେ ଅଧିକାରୀ ମାନଙ୍କୁ ସମାଧାନ କରିବା ନିମନ୍ତେ ସୂଚିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରୁଥିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ, ଆକଳନକାରୀ ବିଜୟ କୁମାର ପରିଡ଼ା,ରାୟଗଡା ଉପ କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ପଦ୍ମଚରଣ ସାହୁ, ଗୁଣପୁର ଉପ କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଚିନ୍ମୟୀ ମଲ୍ଲିକ, ଅନୁଜ ଯନ୍ତ୍ରୀ ଅଶୋକ କୁମାର ସେଠି । ଜିଲ୍ଲାର ବିଭିନ୍ନ ପାଣି ପାଞ୍ଚାୟତର ସଭାପତି,ସମ୍ପାଦକଙ୍କ ସହ ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ । କ୍ଷୁଦ୍ରଜଳସେଚନ ବିଭାଗର ସମସ୍ତ କର୍ମଚାରୀ ସହଯୋଗ କରିବା ସହ ବିଭିନ୍ନ ମଡେଲ ଓ ଲିପଲେଟ ମାଧ୍ୟମରେ ଚାଷୀଙ୍କୁ ସଚେତନା କରାଯାଇଥିଲା।

You May Also Like

More From Author

+ There are no comments

Add yours