Wed. Oct 14th, 2026

ଚିତା ପ୍ରୋଜେକ୍ଟ ପାଇଁ ଖୁସି ଖବର ମିଳିଛି। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଏକ ମାଈ ଚିତା ୩ଟି ଶାବକକୁ ଜନ୍ମ ଦେଇଛି। କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏ ନେଇ ଏକ୍ସରେ ସୂଚନା ଦେଇଛନ୍ତି। ‘କୁନୋର ନୂଆ ଛୁଆ! ଜ୍ୱାଲା ନାମକ ନାମିବୀୟ ଚିତା ତିନୋଟି ଛୁଆକୁ ଜନ୍ମ ଦେଇଛି। ନାମିବୀୟ ଚିତା ଆଶା ତା’ର ଛୁଆମାନଙ୍କୁ ଜନ୍ମ ଦେବାର କିଛି ସପ୍ତାହ ପରେ ଏହା ଘଟିଛି’ ବୋଲି ଯାଦବ ଟ୍ୱିଟ୍ କରି କହିଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି, ଦେଶର ସମସ୍ତ ବନ୍ୟପ୍ରାଣୀ ଆଗଧାଡ଼ିର ଯୋଦ୍ଧା ଓ ବନ୍ୟପ୍ରାଣୀ ପ୍ରେମୀଙ୍କୁ ଅଭିନନ୍ଦନ। ମନ୍ତ୍ରୀ ନବଜାତ ଚିତା ମାନଙ୍କର ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି।

ଏହା ପୂର୍ବରୁ ଜାନୁଆରି ୩ ତାରିଖରେ କୁନୋ ଜାତୀୟ ଉଦ୍ୟାନରେ ଏକ ନାମିବୀୟ ଚିତା ଆଶା ୩ଟି ଶାବକକୁ ଜନ୍ମ ଦେଇଥିଲା। ତେବେ ୨୦୨୨ ସେପ୍ଟେମ୍ବର ୨୨ ତାରିଖରେ ଆଫ୍ରିକା ନାମିବ୍ୟାରୁ ୮ଟି ଚିତାକୁ ଭାରତକୁ ଅଣାଯାଇଥିଲା। ୨୦୨୨ରୁ ଏବେ ସୁଦ୍ଧା କୁନୋରେ ୭ଟି ଚିତା ଓ ୩ଟି ଛୁଆ ଚିତାଙ୍କର ବିଭିନ୍ନ କାରଣରୁ ମୃତ୍ୟୁ ଘଟିଛି। ପୂର୍ବରୁ ଚିତା ମୃତ୍ୟୁକୁ ନେଇ ଚିନ୍ତା ଦେଖାଯାଇଥିଲା।

Leave a Reply

Your email address will not be published. Required fields are marked *