ଶ୍ରୀ ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ସାରା ଭାରତବର୍ଷରେ ଆନନ୍ଦ ଉଲ୍ଲାସ ସହିତ ପାଳିନ କରାଯାଇଥିବା ବେଳେ ଯଶୋଦା ମାଆ ଫାଉଣ୍ଡେସନ ତରଫରୁ ଏକ ଭିନ୍ନ ଧରଣରେ ପାଳନ କରାଯାଇଛି । ଗରିବ ଅଭାବୀ ଓ ଅନାଥ ଛାତ୍ରଛାତ୍ରୀମାନଙ୍କୁ ଅମର କୁମାର ମହାନ୍ତି ଓ ଶ୍ରୀମତୀ ପ୍ରଭା ମହାନ୍ତିଙ୍କ ସହୋଯୋଗରେ ଫାଉଣ୍ଡେସନର କର୍ମକର୍ତ୍ତା ଅନ୍ୟୁନ ୪୦ ଜଣଙ୍କୁ କମଳ ବଣ୍ଟନ କରି ଏହି ମହାନ୍ ଉତ୍ସବ କୁ ଗୁଣ୍ଡୁଚି ମୂଷା ସଦୃଶ ପାଳନ କରିବାକୁ ଏକ ଛୋଟ ପ୍ରୟାସ କରାଥିଲେ। ଶେଷରେ ସମଗ୍ର ବିଶ୍ଵରେ ରାମ ରାଜ୍ୟର ଅୟମାରମ୍ଭ ହେଉ ଏହାହିଁ ଅନୁଷ୍ଠାନ ତରଫରୁ ରାମଲାଲଙ୍କ ଉଦ୍ଦେଶ୍ୟରେ ଭକ୍ତିପୂତ ନିବେଦନ କରାଯାଇଥିଲା । ଏହି ସଂସ୍ଥା ସର୍ବଦା ଅସହ୍ୟ ଲୋକଙ୍କ ସାହାରା ହୋଇଥାଏ।