Wed. Oct 14th, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଅଯୋଧ୍ୟାରେ ଥିବା ଶ୍ରୀ ରାମ ଜନ୍ମଭୂମି ମନ୍ଦିରରେ ରାମ ଲାଲା ମୂର୍ତ୍ତି ଉନ୍ମୋଚନ କରିଛନ୍ତି। ଏହି ଅବସରରେ ସମଗ୍ର ଦେଶ ଉତ୍ସବମୁଖର ଥିଲା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିଭିରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଦେଖିଛନ୍ତି। ପବିତ୍ର ମୂହୁର୍ତ୍ତକୁ ଦେଖିବାକୁ ହାତଛଡ଼ା କରିନାହାଁନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠାର ଲାଇଭ ଦେଖିଲେ ନବୀନ । ବାସଭବନରେ ଥାଇ ଟିଭିରେ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଦେଖିଛନ୍ତି । ତାଙ୍କ ସହ ରହିଛନ୍ତି 5ଟି ଅଧକ୍ଷ ଭିକେ ପଣ୍ଡିଆନ। ପ୍ରାଣ ପ୍ରତିଷ୍ଠା ଉତ୍ସବ ଦେଖି ପ୍ରଭୁଙ୍କୁ ହାତଯୋଡି ପ୍ରଣାମ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Leave a Reply

Your email address will not be published. Required fields are marked *