ନିଆଳି ପୋହଳ ଗ୍ରାମର ଗ୍ରାମଦେବୀ ମା ନିଘେଁଇ ଠାକୁରାଣୀଙ୍କର ମନ୍ଦିର ଓ ପାର୍ଶ୍ଵଦେବୀ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ୧୫ ରୁ ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଅଞ୍ଚଳର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବାସହ ସ୍ଥାନୀୟ ବିଜେଡ଼ି ନେତା ତଥା ଗଛ ଡାକ୍ତର ଭାବେ ପରିଚିତ ପ୍ରମୋଦ କୁମାର ମଲ୍ଲିକ ସାମିଲ ହୋଇଥିଲେ। ଏହି ଅବସରରେ ବିଭୂ କୃପାଲାଭ କରିବା ସହ ମା’ ଙ୍କର ଆନନ୍ଦ ବଜାରର ପ୍ରସାଦ ସେବନ କରିବା ସ୍ଥାନୀୟ ଲୋକଙ୍କ ସହ ବିଭିନ୍ନ ବିଷୟରେ ଏକ ସୌଜନ୍ୟ ମୂଳକ ଆଲୋଚନା କରିଥିଲେ।
ତେବେ ସୋମବାର- ସନ୍ଧ୍ୟାରେ ଅଙ୍କୁର ରୋପଣ ଓ ମଣ୍ଡଳକରଣ ରୀତିନୀତିରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଗୁରୁବାର ବିଗ୍ରହମାନଙ୍କର ପ୍ରାଣ ପ୍ରତିଷ୍ଠା, ଦେବୀଙ୍କର ଷୋଡଶ ଉପଗ୍ରହ ପୂଜା, ମନ୍ଦିର ପ୍ରବେଶ ସାୟଂକାଳ ପୂର୍ଣ୍ଣାହୁତିରେ ଶେଷ ହୋଇଥିଲା।


