ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ଆଉ ମାତ୍ର ୪ ଦିନ ବାକି । ଅଯୋଧ୍ୟାରେ ଚାଲିଛି ଜୋରଦାର ପ୍ରସ୍ତୁତି । ଆସନ୍ତା ୨୨ ତାରିଖରେ ରାମ ମନ୍ଦିରରେ ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା କରାଯିବ। ଏହାର ୭ ଦିନ ଆଗରୁ କାର୍ଯ୍ୟକ୍ରମକୁ ଆରମ୍ଭ କରିଦିଆଯାଇଛି। ମନ୍ଦିରକୁ ପ୍ରବେଶ କରିଛନ୍ତି ଭଗବାନ ରାମଲଲା। ହୋମ ଯଜ୍ଞରେ କମ୍ପୂଛି ଅଯୋଧ୍ୟା ନଗରୀ। ରାମଙ୍କ ପାଇଁ ସବୁ ସ୍ୱତନ୍ତ୍ର । ଦେଶ ତଥା ଦେଶ ବାହାରୁ ବିଭିନ୍ନ ସ୍ଥାନରୁ ରାମଲାଲାଙ୍କ ପାଇଁ ଆସୁଛି ନାନା ଜିନିଷ । ଶ୍ରଦ୍ଧାରେ ପଠାଉଛନ୍ତି ଶ୍ରଦ୍ଧାଳୁ। ଉତ୍ତରପ୍ରଦେଶ ବରେଲିର ଜଣେ ବ୍ୟବସାୟୀ ରାମଙ୍କ ପାଇଁ ପ୍ରସ୍ତୁତ କରିଛନ୍ତି ସ୍ବତନ୍ତ୍ର perfume ବା ଅତର । ଏହାସହ କେଶର ଧୂପ ବି ସେ ତିଆରି କରିଛନ୍ତି । ଏସବୁ ସେ ରାମମନ୍ଦିରକୁ ପଠାଇବେ । ଏହା ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିର ପ୍ରଣ ପ୍ରତୀତା ସମାରୋହରେ ଏକ ନିଆରା ଶ୍ରଦ୍ଧାଞ୍ଜଳି ବୋଲି ଏହି ବ୍ୟବସାୟୀ କହିଛନ୍ତି। ଏହାର ବାସ୍ନା ବହୁ ଦୂର ପର୍ଯ୍ୟନ୍ତ ବ୍ୟାପୀବ। ତେବେ ଏହି ସମୟରେ, ଜାନୁଆରୀ ୨୨ ରେ ରାମ ମନ୍ଦିର ପ୍ରାଣପ୍ରତିଷ୍ଠା ସମାରୋହ ପରେ ଭାରତୀୟ ରେଳ ପକ୍ଷରୁ ୨୦୦ ରୁ ଅଧିକ ଆସ୍ଥା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ପ୍ରାଣ ପ୍ରତିଷ୍ଠାକୁ ଆଉ ୪ ଦିନ ବାକି ଥିବାବେଳେ ବିଧି ବିଧାନର ଦ୍ବିତୀୟ ଦିନରେ ଜନ୍ମଭୂମି ପରିସରରେ ପରିକ୍ରମା କରିବା ପରେ ରାମ ମନ୍ଦିର ପରିସରରେ ପହଞ୍ଚି ଯାଇଛି ରାମଲାଲାଙ୍କ ପ୍ରତିମା । ଜାନୁଆରୀ ୨୨ କୁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ନେଇ ସାରା ଦେଶରେ ଉତ୍ସାହ ଦେଖିବାକୁ ମିଳିଛି । ଗେରୁଆମୟ ପାଲଟୁଛି ସାରା ଭାରତ।