ଦଶମନ୍ତପୁର: ଦଶମନ୍ତପୁର ବ୍ଲକ ମାଛପୁଟ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ସୁରକ୍ଷା ପାଚେରୀ ନ ଥିବା ରୁ ଛାତ୍ରୀ/ଛାତ୍ର ମାନେ ନିଜ କୁ ସୁରକ୍ଷିତ ମଣୁନଥିବା ଅଭିଯୋଗ କରିଥିବା ଦେଖିବାକୁ ମିଳିଛି । ଗତ ବର୍ଷ – ଏହି ହାଇସ୍କୁଲ କୁ ସରକାର ଙ୍କ ପକ୍ଷରୁ 5T ଯୋଜନାରେ ସାମିଲ କରାଯାଇଛି। ଷଷ୍ଠ ଶ୍ରେଣୀରୁ ଆରମ୍ଭ କରି ଦଶମ ଶ୍ରେଣୀ ଯାଏଁ ଥିବା ଏହି ବିଦ୍ୟାଳୟ ରେ ମୋଟ:- ୪୪୯ ଜଣ ଛାତ୍ରୀ/ଛାତ୍ର ଙ୍କ ମଧ୍ୟରୁ ଅନୁସୂଚିତ ଜାତି ଓ ଜନଜାତି ର ମୋଟ:- ୨୭୫ ଜଣ ଛାତ୍ର ଏବଂ ୧୦୦ ଜଣ ଅନ୍ତେବାସୀ ଛାତ୍ରୀ ଅଧ୍ୟୟନ କରୁଥିବା ସହ ଡେସକୋଲର ଭାବେ ମୋଟ:- ୭୪ ଜଣ ଛାତ୍ରୀ/ଛାତ୍ର ଅଧ୍ୟୟନ କରୁଥିବା ଜଣାପଡିଛି, ତେବେ ଦଶମନ୍ତପୁର ବ୍ଲକ ମଧ୍ୟରେ ଏହି ବିଦ୍ୟାଳୟ ରେ ଉପଯୁକ୍ତ ଶିକ୍ଷାଦାନ ହେଉ ଥିବାରୁ ପ୍ରାୟ ଆଖ ପାଖ ଅଞ୍ଚଳରୁ ଅନେକ ବିଦ୍ୟାଳୟ ଥାଇ ମଧ୍ୟ ଏହି ବିଦ୍ୟାଳୟ ପ୍ରତି ଛାତ୍ରୀ/ଛାତ୍ର ମାନେ ଆକୃଷ୍ଟ ହେଉଥିବା ନଜରକୁ ଆସୁଛି। ଏହି ବିଦ୍ୟାଳୟ ପାଇଁ ମୁଖ୍ୟ ସମସ୍ୟା କହିଲେ ବିଦ୍ୟାଳୟ ର ଚତୁଃପାର୍ଶ୍ଵରେ ଥିବା ସୁରକ୍ଷା ପାଚେରୀ। ଏଠାରେ ସଂସ୍କୃତ ଶିକ୍ଷକ ପଦବୀ ଦୀର୍ଘ ଦିନ ହେଲା ଖାଲି ପଡିଥିବା ଯୋଗୁଁ ଛାତ୍ର ଛାତ୍ରୀ ଉକ୍ତ ବିଷୟ ପଢ଼ିବାରୁ ବଞ୍ଚିତ ହେଉଛନ୍ତି,ଏହି ବିଦ୍ୟାଳୟ ଟି ସରକାର ଙ୍କ ମୋଟ:- ୩୮ ଲକ୍ଷ୍ୟ ଅର୍ଥ ବ୍ୟୟ କରାଯାଇ 5T ଯୋଜନା ରେ ସାମିଲ ହୋଇଥିଲେ ହେଁ ଛାତ୍ରୀ/ଛାତ୍ର ଙ୍କ ସୁରକ୍ଷା ପାଇଁ ଖଣ୍ଡିଏ ସୁରକ୍ଷା ପାଚେରୀ ନ ଥିବା ନେଇ ଅବିଭାବକ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି। 5T କାର୍ଯରେ ବିଦ୍ୟାଳୟ ମଝିରେ ତିନି ଫୁଟ ର ଏକ ପ୍ରଚେରୀ କରାଯାଇଥିବା ବେଳେ କିଛି ଟାଇଲସ ପକାଯିବା ସହ କେବଳ ଚୂନ ମାରି ଟଙ୍କା ହଡ଼ପ କରାଯାଇଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି! ଯାହା ନିହାତି ଆବଶ୍ୟକ ତାହା ନ କରି ଅଯଥା କାମ କରାଯାଇଥିବା ଅଭିଯୋଗ ହୋଇଛି ! ସ୍କୁଲ ରେ ପାଚେରୀ ନ ଥିବା ଦ୍ବାରା ଏହି ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ବିଦ୍ୟାର୍ଥୀ ମାନେ ନିଜକୁ ସୁରକ୍ଷିତ ମଣୁ ନଥିବା ଦେଖିବାକୁ ମିଳୁଛି। ଦୀର୍ଘ ବର୍ଷ ହେବ ପାଚେରୀ ନିର୍ମାଣ ନଥିବା ସହ ଚତୁଃପାର୍ଶ୍ଵରେ ବଣ,ପାହାଡ ଓ ଜଙ୍ଗଲ ମଧ୍ୟରେ ଏହି ବିଦ୍ୟାଳୟ ଟି ଥିବା ଦ୍ବାରା ଅନ୍ତେବାସୀ ଛାତ୍ରୀ/ଛାତ୍ର ସନ୍ଧ୍ୟା ହେଲେ ବିଷଧର ସରୀସୃପ ଏବଂ ବନ୍ୟ ଜନ୍ତୁ ଙ୍କ ଭୟରେ ବାହାରକୁ ବାହାରିବା କୁ ଭୟ କରୁଥିବା ବେଳେ ଦିନରେ ମଧ୍ୟ ଗାଇ,ଗୋରୁ, ଛେଳି, ମେଣ୍ଢା ଓ କୁକୁର ଭଳି ପଶୁ ମାନେ ପଶି ଆସୁଛନ୍ତି ଏବଂ ଅସାମାଜିକ ବ୍ୟକ୍ତିଙ୍କ ମଧ୍ୟ ଅବାଦ୍ଧ ପ୍ରବେଶ ରହିଛି, ଫଳରେ ପାଠ ପଢା ରେ ଘୋର ସମସ୍ୟା ଉପୁଜୁଥିବା ସଂପୃକ୍ତ ବିଦ୍ୟାଳୟ ର ଛାତ୍ରୀ ଛାତ୍ର ମାନେ ପ୍ରକାଶ କରିଛନ୍ତି। ବିଦ୍ୟାଳୟ ର ଖେଳ ପଡିଆ ନ ଥିବା ରୁ ପିଲାମାନେ ଖେଳିବାରୁ ବଞ୍ଚିତ ହେଉଛନ୍ତି ! ଆଗାମୀ ଦିନରେ ବିଦ୍ୟାଳୟ ରେ ଥିବା ଅନ୍ୟାନ୍ୟ ପିଲାଙ୍କ ଶିକ୍ଷାରେ ବ୍ୟବହାର ହେଉଥିବା ସାମଗ୍ରୀ ଚୋରୀ ହେବା ସହ ପିଲାଙ୍କ ଯଦିଓ କୌଣସି ଅଘଟଣ ଘଟେ ତେବେ ଏଥି ପ୍ରତି ଦାୟୀ କିଏ ରହିବ ବୋଲି ଅଭିଭାବକ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ତେବେ ଖୁବ ଶୀଘ୍ର ବିଦ୍ୟାଳୟ ଚତୁଃପାର୍ଶ୍ଵରେ ସୁରକ୍ଷା ପାଚେରୀ ନିର୍ମାଣ କରା ନ ଯାଏ ତେବେ ଆମେ ଆଗାମୀ ଦିନରେ ବିଦ୍ୟାଳୟ ରେ ତାଲା ଠୁଙ୍କିବୁ ବୋଲି ଅବିଭାବକ ମାନେ ଚେତାବନୀ ଦେଇଥିବା ଜଣାପଡ଼ିଛି। ଏ ସଂପର୍କ ରେ ପ୍ରଧାନ ଶିକ୍ଷକ:- ନରେନ୍ଦ୍ର ଖୋସଲା ଙ୍କୁ ଯୋଗାଯୋଗ କରିବାରୁ ସେ ସମସ୍ୟା ଉପରେ ସ୍ବୀକାର କରିବା ସହ ମୁଁ ସୁରକ୍ଷା ପାଚେରୀ ନିର୍ମାଣ ପାଇଁ ମଙ୍ଗଳ ବିଭାଗ ଅଧିକାରୀ ଏବଂ ଆଇ.ଟି.ଡି.ଏ. ବିଭାଗ ଙ୍କୁ ବହୁବାର ଲିଖିତ ଭାବେ ଜଣାଇଛି ଏବଂ ଟଙ୍କା ମଧ୍ୟ ଆସିଛି କିନ୍ତୁ କିଛି ସ୍ଥାନୀୟ ଲୋକ ଜମି ଜମା କୁ ନେଇ ବିରୋଧ କରୁଥିବା ଯୋଗୁଁ କାର୍ଯ୍ୟ ରେ ବିଳମ୍ବ ହେଉଥିବା ପ୍ରକାଶ କରିଥିଲେ, ତେଣୁ ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଅତି ଶୀଘ୍ର ପାଚେରୀ ନିର୍ମାଣ କଲେ ବିଦ୍ୟାଳୟ ସୂଚାରୁ ରୂପେ ପରିଚାଳିତ ହେବ ବୋଲି ଶ୍ରୀ ଖୋସଲା ପ୍ରକାଶ କରିଥିଲେ । ଦଶମନ୍ତପୁରରୁ ଶୈଳେଶ ଏସ ଖୋଡିଆର, ଶବ୍ଦ ମିଡ଼ିଆ
You May Also Like
ତିନିଦିନ ଚାଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ
September 20, 2024
ଡେଙ୍ଗୁ ଜ୍ୱରକୁ ମହାମାରୀ ଘୋଷଣା
September 3, 2024
ରାଜ୍ୟସ୍ତରୀୟ ଦେଶଭକ୍ତିର କାର୍ଯ୍ୟକ୍ରମ – “ମାତୃଭୂମିକୁ ପ୍ରଣାମ ଉତ୍ସବ”
August 15, 2024
More From Author
ତିନିଦିନ ଚାଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ
September 20, 2024
ଡେଙ୍ଗୁ ଜ୍ୱରକୁ ମହାମାରୀ ଘୋଷଣା
September 3, 2024
ଓଡ଼ିଶା ଆସୁଛି ୪୮ ହଜାର କ୍ଵିଣ୍ଟାଲ ଆଳୁ
August 21, 2024
+ There are no comments
Add yours