କୋଟି କୋଟି ଭାରତୀୟଙ୍କ ଆଶା ଆକାଂକ୍ଷାକୁ ନେଇ ୪ ମାସର ଯାତ୍ରା ଆରମ୍ଭ କରିଛି ଆଦିତ୍ୟ ଏଲ-୧ । ସତୀଶ ଧାବନ ମହାକାଶ କେନ୍ଦ୍ର, ଶ୍ରୀହରିକୋଟା ଲଞ୍ଚ୍ ପ୍ୟାଡରୁ ସଫଳତାର ସହ ଉତକ୍ଷେପଣ ପରେ ଆରମ୍ଭ ହୋଇଛି ଭାରତର ପ୍ରଥମ ସୌର ଅଭିଯାନ।
ଗତକାଲି ଦିନ ୧୧ଟା ୫୦,ଲଞ୍ଚ୍ ହେବାର ମାତ୍ର ୩ ସେକେଣ୍ଡ ଭିତରେ କାର୍ଯ୍ୟ ଆରମ୍ଭ କରିଥିଲା ରକେଟର ପ୍ରଥମ ସ୍ତର ।ଆଦିତ୍ୟ ଏଲ୍-୧କୁ ଧରି ଉପରକୁ ଉଠିଥିଲା ଶକ୍ତିଶାଳୀ ପିଏସଏଲଭି -ସି୫୭ ।
ଗୋଟିଏ ପରେ ଗୋଟିଏ ରକେଟର ୩ଟି ସ୍ତର ସଫଳତାର ସହ କାର୍ଯ୍ୟ କରିବା ପରେ ଚତୁର୍ଥ ବା ପିଏସ୍-୪ ଅର୍ଥାତ୍ ରକେଟର ଉପର ସ୍ତର ୩୦ ସେକେଣ୍ଡ ପାଇଁ ଫାୟାର ହୋଇଥିଲା ଏହାର ୨୬ ମିନିଟ ପରେ ପୁଣି ଥରେ ୮ ମିନିଟ୍ ପାଇଁ ଫାୟାର ହୋଇଥିଲା ପିଏସ୍-୪।
ଦିନ ୧୨ଟା ୧୫,ଲଞ୍ଚ୍ ହେବାର ୬୩ ମିନିଟ୍ ୨୦ ସେକେଣ୍ଡ ପୃଥିବୀର କକ୍ଷପଥରେ ପହଞ୍ଚିଥିଲା ଆଦିତ୍ୟ ଏଲ୍-୧। ୨୩୫ କିମି-୧୯,୫୦୦କିମି ଅଣ୍ଡାକାର କକ୍ଷପଥରେ ପୃଥିବୀ ଚାରିପଟେ ବୁଲିବା ଆରମ୍ଭ କରିଥିଲା। ଇସ୍ରୋ ଯାହା ନିର୍ଦ୍ଧାରଣ କରିଥିଲା ସେହି ଅନୁସାରେ ଆଗକୁ ବଢ଼ୁଛି ଭାରତର ସୂର୍ଯ୍ୟ ଅଭିଯାନ ।
ପୃଥିବୀ କକ୍ଷପଥରେ ୧୬ ଦିନ ଯାଏଁ ବୁଲିବ ଆଦିତ୍ୟ ଏଲ୍-୧।ମୋଟ ୫ ଥର ହେବ କକ୍ଷପଥ ପରିବର୍ତ୍ତନ।
ସେପ୍ଟେମ୍ବର ୩, ଦିନ ୧୧ଟା ୪୫ରେ ହେବ ପ୍ରଥମ କକ୍ଷପଥ ପରିବର୍ତ୍ତନ।୧୬ ଦିନ ପରେ ଲକ୍ଷ୍ୟପଥ ଅଭିମୁଖେ ଗତି କରିବ ଆଦିତ୍ୟ ଏଲ୍-୧ । ୧୨୫ ଦିନ ଧରି ଯାତ୍ରା କରିବା ପରେ ଲାଗରେଞ୍ଜ୍ ପଏଣ୍ଟ-୧ରେ ପହଁଚିବ ସାଟେଲାଇଟ୍ । ଏହି ଠାରେ ହିଁ ସୂର୍ଯ୍ୟକୁ ନିରୀକ୍ଷଣ କରି ତଥ୍ୟ ପ୍ରେରଣ କରିବ ।
ଆଦିତ୍ୟ ଏଲ୍-୧ଆଦିତ୍ୟ ଏଲ୍-୧ରେ ରହିଛି ୭ଟି ପେ-ଲୋଡର। ସୂର୍ଯ୍ୟର ଫଟୋସ୍ପିୟର, କ୍ରୋମୋସ୍ପିୟର, କରୋନା ସଂପର୍କରେ ଏହା ତଥ୍ୟ ଦେବ। ଉପର ସ୍ତରର ତାପମାତ୍ରା ସଂପର୍କରେ ଜଣାଇବ।ଅତି ବାଇଗଣୀ ରଶ୍ମୀ ବିକିରଣ ଓ ବିଶ୍ୱ ଜଳବାୟୁ ନେଇ ଗବେଷଣା ପାଇଁ ସୂଚନା ଦେବ। ସୌର ଚୁମ୍ବକୀୟ ଝଡ଼, ବାୟୁ ମଣ୍ଡଳ ସଂପର୍କରେ ଅନୁଧ୍ୟାନ କରିବ।
ସୌର ଶକ୍ତିକୁ ନେଇ ଅଧିକ ଗବେଷଣା କରିବ ଭାରତ।ଦେଶରୁ ଶକ୍ତି ସଂକଟ ଦୂର କରିବା ପାଇଁ ସହାୟକ ହେବ।ସୌର ଶକ୍ତିକୁ ସଂଚୟ କରିପାରିଲେ ଧନୀ ରାଷ୍ଟ୍ର ହୋଇଯିବ ଭାରତ।
ବିଦେଶ ପୁଞ୍ଜି ନିବେଶ ବଢ଼ିବ। ଗବେଷଣାରୁ ଉପଲବ୍ଧ ତଥ୍ୟର ପ୍ୟାଟେଂଟରୁ ମିଳିବ ଲାଭ। ବିକାଶଶୀଳ ଦେଶରୁ ବିକଶିତ ଦେଶ ହୋଇପାରିବ ଭାରତ
+ There are no comments
Add yours