ଶବ୍ଦ ଓଡିଶା ବ୍ୟୁରୋ : ଖମାରି ଥାନା ପଦାପସି ଗାଁରେ ଜଘନ୍ୟ ହତ୍ୟାକାଣ୍ଡ। ସାନଭାଇକୁ ଟାଙ୍ଗିଆରେ ହାଣିଲା ବଡ଼ଭାଇ। ଅଭିଯୁକ୍ତର ଥାନାରେ ଆତ୍ମସମର୍ପଣ।
ରାତି ପ୍ରାୟ ସାଢେ ୧୨ଟା ସମୟରେ ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ଖମାର ଥାନା ପଦାପସି ଗାଁରେ ସାନ ଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ବଡ଼ଭାଇ। ଜମିବାଡ଼ି ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଛି। ଗତକାଲି ସାନଭାଇ ଖଜୁରି କିସାନ୍ ବାରଣ୍ଡାରେ ଶୋଇଥିବା ବେଳେ ବଡ଼ଭାଇ ଗେଣ୍ଡୁ କିସାନ୍ ଟାଙ୍ଗିଆରେ ଚୋଟ ପକାଇଥିଲା। ଉଭୟଙ୍କ ଭିତରେ ବେଶ କିଛି ବର୍ଷ ଧରି ଜମିଜମା ବିବାଦ ଲାଗି ରହିଥିଲା। ସାନଭାଇ ଖଜରି ବଡ଼ଭାଇକୁ ମାରିବାକୁ ଧମକ ଦେଇ ଆସୁଥିଲା।
