Wed. Oct 14th, 2026

ଶବ୍ଦ ଓଡିଶା ବ୍ୟୁରୋ : ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଗୁମିକିଆ ରାଣୀପଦର ଗାଁରେ। ମୃତ ଶିଶୁ ଦ୍ୱୟ ହେଲେ ରାଣୀପଦର ଗାଁର ପିତସ ପ୍ରଧାନ ଓ ଲଳିତ ପ୍ରଧାନଙ୍କ ପାଞ୍ଚ ବର୍ଷର ଦୁଇ ଶିଶୁ ହିମାଂଶୁ ପ୍ରଧାନ ଓ ସଲଟିଜନ୍ ପ୍ରଧାନ।

ପିତସଙ୍କ ସ୍ତ୍ରୀ ଗତକାଲି ଚୁଆକୁ ପାଣି ଆଣିବା ପାଇଁ ଯାଇଥିଲେ। ତାଙ୍କ ସାଥିରେ ହିମାଂଶୁ ଓ ସଲଟିଜନ୍ ସହ ଆଉ ଜଣେ ଶିଶୁ ଯାଇଥିଲେ। ପିତସଙ୍କ ସ୍ତ୍ରୀ ଚୁଆକୁ ପାଣି ଆଣି ଘରକୁ ଫେରିବା ପୂର୍ବରୁ ତିନି ଜଣ ଶତଶୁ ଘରକୁ ପଳାଇ ଆସିଥିଲେ। ଘରକୁ ଫେରିବା ବାଟରେ ହିମାଂଶୁ ଓ ସଲଟିଜନ ବାଟରେ ଥିବା ପୋଖରୀକୁ ଯାଇଥିଲେ। ସେଠାରେ ସେମାନଙ୍କ ଗୋଡ଼ ଖସିଯାଇଥିଲା। ଉଭୟ ପାଣିରେ ବୁଡ଼ି ଯାଇଥିଲେ।

Leave a Reply

Your email address will not be published. Required fields are marked *