Thu. Oct 15th, 2026

ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଆଜି ଗୁଡାରି ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଆଜି ମୋଟ ୨୬ ଟି ଅଭିଯୋଗ ଜିଲ୍ଲାପାଳଙ୍କ ନିକଟକୁ ଆସିଥିଲା ସେଥି ମଧ୍ୟରୁ ୨୩ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୩ ଗୋଟି ଗ୍ରାମବାସୀମାନଙ୍କ ସାମୁହିକ ଅଭିଯୋଗ ଥିଲା l ସାମାଜିକ ସୁରକ୍ଷା ବିଭାଗ ତରଫରୁ ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଜଣେ ସକ୍ଷମ ବ୍ୟକ୍ତି ବିବାହ କରିଥିବାରୁ ବିଭାହ ପ୍ରତ୍ସାହନ ୨ଲକ୍ଷ ୫୦ହଜାର ଟଙ୍କା ଅତିରିକ୍ତ ଜିଲ୍ଲାପାଳ ପ୍ରଦାନ କରିଥିଲେ l ଆଜିର ଅଭିଯୋଗ ଗୁଡିକୁ ପାଇଲା ପରେ ବିଭାଗୀୟ ଅଧିକାରୀମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଏହି ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ,ଜିଲ୍ଲାପରିଷଦ, ଶ୍ରୀ ରବିନାରାୟଣ ତ୍ରିପାଠୀ, ଉପଜିଲ୍ଲାପାଳ ଗୁଣପୁର ଲଳିତ କୁମାର କଂହର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଲାଲମୋହନ ରାଉତରାୟ, ପ୍ରକଳ୍ପ ପ୍ରଶାସକ, ଆଇଟିଡିଏ, ଗୁଣପୁର ଶାନ୍ତି ପ୍ରଭା ପ୍ରଧାନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ସୁଦାମ ମଲ୍ଲିକ,ପଂଚାୟତ ସମିତି ଅଧକ୍ଷା ଲକ୍ଷ୍ମୀ ଶବର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭଜନଲାଲ ମାଝୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଯାଜ୍ଞସେନୀ ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ବସନ୍ତ କୁମାର ପ୍ରଧାନ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁରେନ୍ଦ୍ର ଗମାଙ୍ଗ,ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁଶ୍ରୀ ସୂର୍ଯ୍ୟମଣି ଭୋଇ,ସହକାରୀ ଯନ୍ତ୍ରୀ, ଜିଲ୍ଲା ଗ୍ରାମୀୟ ଜଳଯୋଗାଣ ସଂସ୍ଥା ରାୟଗଡ, ବିଡିଓ ଅନ୍ନେଷା ଦାଶ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ।

Leave a Reply

Your email address will not be published. Required fields are marked *