ରାଜସ୍ଥାନରେ ମିଗ-୨୧ ଦୁର୍ଘଟଣାଗ୍ରସ୍ତ

ରାଜସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହେଲା ସେନାର ଫାଇଟର ବିମାନ । ଜନବସତି ଅଂଚଳରେ ମିଗ-୨୧ର ବିମାନ ତଳକୁ ଖସି ପଡିଛି । ଯେଉଁଥିରେ ୩ ଜଣଙ୍କ ଜୀବନ ଯାଇଥିବାର ସୂଚନା ମିଳିଛି । ଜେଟ୍ଟି ସୁରତଗଡରୁ ଉଡାଣ ଭରୁଥିଲା ବେଳେ ଘଙ୍କିଛି ଅଘଟଣ । ହନୁମାନଗଡ଼ ପାଖରେ ଏକ ଜନ ବସତି ଅଂଚଳର ଏକ ଘର ଉପରେ ଖସିପଡିଥିଲା । ପାଇଲଟ ସୁରକ୍ଷିତ ଥିବାର ସୂଚନା ଦେଇଛି ଭାରତୀୟ ବାୟୁସେନା । ମିଗ-୨୧ର ବିମାନ ଯେତେବେଳେ ତଳକୁ ଖସୁଥିଲା, ପାଇଲଟ ଦ୍ୱୟ ପାରାସୁ୍ୟଟ ମାଧ୍ୟମରେ ନିଜ ଜୀବନ ବଂଚାଇବାରେ ସକ୍ଷମ ହୋଇଥିଲେ । ଘଟଣାସ୍ଥଳର କିଛି ଦୂରରେ ସେମାନେ ପଡିଯାଇଥିଲା ଏବଂ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଯାହା ସୂଚନା ଦିଆଯାଇଛି ଯେ, ଏହି ଅଘଟଣରେ ୩ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ, ଦୁର୍ଘଟଣାର କାରଣ ଏଯାଏଁ ମଧ୍ୟ ସ୍ପଷ୍ଟ ହୋଇପାରିନି । ତେବେ କିଛି ଯାନ୍ତ୍ରିକ ତ୍ରୁଟି କିମ୍ବା ପାଗ ଜନିତ କିଛି ସମସ୍ୟା ଉପୁଜି ଥିବାରୁ ଏପରି ଅଘଟଣ ଘଟିଥିବାର କୁହାଯାଉଛି । ତେବେ ଅନ୍ୟ ପକ୍ଷେ ଏହି ମିଗ୍-୨୧ ଫାଇଟର ଜେଟ ନିଜର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ଥ ହୋଇଥିବା ସ୍ଥାନୀୟ ଲୋକେ ମତ ବାଢିଛନ୍ତି । ଅନ୍ୟପକ୍ଷେ ପାଇଲଟଙ୍କ ୟୁନିଫର୍ମରୁ ଯାହା ଅନୁମାନ କରାଯାଉଛି ଯେ, ସେମାନେ କୌଣସି ଫାଇଟର ପାଇଲଟ ନୁହଁନ୍ତି । କାରଣ ସେମାନେ ନାରଙ୍ଗୀ ରଙ୍ଗର ପୋଷାକ ପରିଧାନ କରିଛନ୍ତି । ଯାହା ସାଧାରଣତଃ ଏରୋବେଟିକ ଟିମର ପାଇଲଟମାନେ ପିନ୍ଧିଥାନ୍ତି । ଯାହା କେବଳ ଦେଶ ନୁହେଁ ବରଂ ବିଦେଶର ମଧ୍ୟ ଭାରତୀୟ ସେନାର ବିଭିନ୍ନ କାର୍ଯ୍ୟ କରିଥାନ୍ତି । ତେବେ ଆଜିକାଲି ସେନାର ଦୁର୍ଘଟଣାର ଅନେକ ଖବର ସାମ୍ନାକୁ ଆସୁଛି । ପୂର୍ବରୁ ମଧ୍ୟ ଏପରି ଅନେକ ଛାତିଥରା ଘଟଣା ଘଟିଛି । ପୂର୍ବତନ ସେନାମୁଖ୍ୟ ଜେନେରାଲ ବିପିନ ରାୱତ ମଧ୍ୟ ଏପରି ଏକ ହେଲିକପ୍ଟର ଦୁର୍ଘଟଣାର ଶୀକାର ହୋଇଥିଲେ । ଏହା ସହ ଜାମ୍ମୁ କାଶ୍ମୀରର କିସ୍ତିୱାର ନିକଟରେ ମଧ୍ୟ ଏପରି ଏକ ଅଘଟଣ ଘଟିଥିଲା । ବିଭିନ୍ନ ସମୟରେ ଖରାପ ପାଗ ମଧ୍ୟ ଏହାର ଏକ କାରଣ ପାଲଟୁଛି । କିନ୍ତୁ ବର୍ତମାନର ଏହି ମିଗ-୨୧ ବିମାନ ଦୁର୍ଘଟଣା ର ପ୍ରକୃତ କାରଣ ଏପର୍ଯ୍ୟନ୍ତ ମଧ୍ୟ ସ୍ପଷ୍ଟ ହୋଇପାରିନାହିଁ । ତେବେ ବାୟୁସେନା କର୍ତୁପକ୍ଷଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଜାରି କରାଗଲେ ହିଁ ପୂରା ଖବର ଜଣା ପଡିବ ।

You May Also Like

More From Author

+ There are no comments

Add yours