କର୍ଣ୍ଣାଟକ ବିଧାନସଭା ନିର୍ବାଚନ ୨୦୨୩: ସରିଲା ପ୍ରଚାର, ୧୦ରେ ମତଦାନ

ନିର୍ବାଚନକୁ ଆଉ ଦିନ କେଇଟା ବାକି ରହିଲା । ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଦଳର ହେଭିୱେଟ ନେତାମାନେ କରୁଛନ୍ତି ଜୋରଦାର କସରତ । ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବାଦ ପଡିନାହାନ୍ତି । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ୨୦୨୩ ପାଇଁ ପ୍ରଚାର ଆଜି ଅର୍ଥାତ୍ ମେ ୮ ତାରିଖ ଅପରାହ୍ନ ୫ଟାରେ ଶେଷ ହୋଇଛି । ଗତ କିଛି ଦିନ ହେବ ରାଜ୍ୟରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, କଂଗ୍ରେସ ଓ ଜେଡିଏସ୍ ର ଷ୍ଟାର ପ୍ରଚାରକମାନେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ମେଗା ରାଲି ଓ ରୋଡ୍ ସୋ’ କରିଛନ୍ତି । ଆସନ୍ତା ୧୦ ତାରିଖରେ ହେବାକୁ ଥିବା କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସ ଏକକ ବୃହତ୍ତମ ଦଳ ଭାବେ ଉଭା ହେବ ବୋଲି ଏକ ବିଭିନ୍ନ ଗଣମାଧ୍ୟମର ରିସର୍ଚ୍ଚରୁ ଜଣାପଡ଼ିଛି। ଇଣ୍ଡିଆ ଟିଭି-ସିଏନଏକ୍ସ ଓପିନିଅନ୍ ପୋଲ୍ ଦ୍ୱାରା ଏହି ଜନମତ ସର୍ବେକ୍ଷଣ କରାଯାଇଥିଲା। ଆକଳନ ଅନୁଯାୟୀ କଂଗ୍ରେସ ୧୦୫ ଟି ଆସନ ଜିତିପାରେ ଏବଂ ଶାସକ ବିଜେପି ୮୫ ଟି ଆସନ ଜିତିପାରେ । ଜନମତ ସର୍ଭେରେ ଜନତା ଦଳ ସେକ୍ୟୁଲାର ୩୨ଟି ଆସନ ରେ ବିଜୟୀ ହୋଇପାରେ ଏବଂ ଅନ୍ୟମାନେ ୨ଟି ଆସନରେ ବିଜୟୀ ହୋଇପାରନ୍ତି ବୋଲି ଆକଳନ କରାଯାଇଛି।

କିନ୍ତୁ ପ୍ରଚାର ମୈଦାନରେ ବିଜେପିର ପଲ୍ଲା ମଧ୍ୟ କିଛି କମ ନାହିଁ । ଏହାକୁ ଭାରି କରିଦେଇଥିଲେ ଖୋଦ୍ ବଜରଙ୍ଗବାଲୀ । କାରଣ ଯେଉଁଠି ବଜରଙ୍ଗ ଦଳକୁ କଂଗ୍ରେସ କଟାକ୍ଷ କରିଥିଲା ସେଠି ମଂଚରେ ବିଜେପିର ଜୟ ବଜରଙ୍ଗବାଲୀ ନାରା ଲୋକଙ୍କୁ କ୍ଷଣିକ ମଧ୍ୟରେ ନିଜ ଆଡକୁ ଟାଣିବାରେ ସକ୍ଷମ ହୋଇଥିଲା । ସେ ନରେନ୍ଦ୍ର ମୋଦି ହୁଅନ୍ତୁ ଅବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ମଂଚ ଉପରେ ଯେଉଁଠି ବଜରଙ୍ଗ ଦଳକୁ କଂଗ୍ରେସ ଭସôର୍ନା କରିଥିଲା, ତାହା ବିଜେପି ପାଇଁ ସଂଜିବନୀ ବୁଟି ସାବ୍ୟସ୍ତ ହୋଇଛି । କାରଣ ମୋଦିଙ୍କ ଜୟ ବଜରଙ୍ଗବାଲୀ ସ୍ଲୋଗାନରେ ତାଳ ମିଳାଇଥିଲେ ଜନତା । ଯାହାକୁ ନେଇ ରାଜନୀତି ରଣନୀତିଜ୍ଞମାନେ ଅଙ୍କ କଷା ଆରମ୍ଭ କରିସାରିଲେଣି । ସେପଟେ ଜେଡିଏସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଦେବ ଗୌଡା ମଧ୍ୟ ନିର୍ବାଚନ କ୍ୟାମ୍ପେନରୁ ବାଦ ପଡିନାହାନ୍ତି । ଲୋକଙ୍କ ଭରଷା ଜିତିବା ପାଇଁ ପ୍ରାଣମୁର୍ଚ୍ଛା ଉଦ୍ୟମ କରୁଛନ୍ତି ଜେଡିଏସର ପ୍ରାର୍ଥୀ ଓ ଷ୍ଟାର ପ୍ରଚାରକ । ତେବେ କିଏ ହେବ ଲୋକଙ୍କ ପ୍ରତିନିଧି, ଏବଂ କିଏ ଜତିବ ଲୋକଙ୍କ ଭରଷା ତାହା ଫଳାଫଳ ଆସିବା ପରେ ହିଁ ଜଣା ପଡିବ ।

You May Also Like

More From Author

+ There are no comments

Add yours