Sat. Oct 17th, 2026

ରେଡକ୍ରସ ବିଶ୍ୱର ସର୍ବ ବୃହତ ମାନବ ସେବାକାରୀ ଅନୁଷ୍ଠାନ। ଏହା ଯୁଦ୍ଧ କ୍ଷେତ୍ରରେ ମଧ୍ୟ ଭେଦଭାବ ନ ରଖି ସେବା ଦେଇଥାଏ।ପୁରୀ ଜିଲ୍ଲା ରେଡକ୍ରସ ଶାଖା ସେହିପରି ମାନବସେବାକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛି ଓ ଏହି ସେବାକୁ ଆହୁରି ପରିବ୍ୟାପ୍ତ କରିବାକୁ ଆହ୍ୱାନ ଦେଇଛନ୍ତି ଭାରପ୍ରାପ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ। ଆଜି ବିଶ୍ୱ ରେଡ଼କ୍ରସ ଦିବସ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରେଡ଼କ୍ରସ ପତାକାକୁ ଉତ୍ତୋଳନ କରିବା ସହ ଆଗାମୀ ରଥଯାତ୍ରାରେ ରେଡକ୍ରସ ସ୍ୱଛାସେବୀମାନେ ଉତ୍କୃଷ୍ଟ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦେଇଥିଲେ।

ପରେ ମୁଖ୍ୟ ଚିକିତ୍ସାଳୟ, ନୀଳାଦ୍ରି ନୀଳୟ, ଚନ୍ଦନ ହଜୁରୀ ଶିଶୁ କେନ୍ଦ୍ର, କମଳାଦେବୀ ମାତୃ ଚିକିତ୍ସାଳୟର ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଏହି ଅବସରରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ୨୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।

ଅପରାହ୍ନରେ ନୂତନ ରେଡକ୍ରସ ଭବନର ଉଦଘାଟନ ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ସାହୁ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ସହକାରୀ ନିର୍ଦ୍ଦେଶକ ପର୍ଯ୍ୟଟନ ସରୋଜ କାନ୍ତ ପ୍ରଧାନ, ଗୋପ ବିଡ଼ିଓ ଦିପ୍ତୀ ରାଣୀ ସାହୁ, ସତ୍ୟବାଦୀ ବିଡ଼ିଓ ଲୋଚନ ଦାସ ପ୍ରମୁଖଙ୍କ ଉପସ୍ଥିତରେ କରାଯାଇଥିଲା।

ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ବିରଜା ଶଙ୍କର ରଥ, ଗୋପବନ୍ଧୁ ଆୟୁର୍ବେଦ କଲେଜର ଅଧ୍ୟକ୍ଷ ଡଃ ସୁଦର୍ଶନ ବେହେରା, ରେଡକ୍ରସର ଯୁଗ୍ମ ସମ୍ପାଦକ ଗୀତାଞଳି ପଣ୍ଡା, କାର୍ଯ୍ୟ କାରିଣୀ ସଦସ୍ୟ ଜୟନ୍ତୀ ମହାପାତ୍ର, ସଦସ୍ୟ ଶ୍ୟାମ ପ୍ରକାଶ ସେନାପତି, ରେଡକ୍ରସ କର୍ମଚାରୀ ଆଦିତ୍ୟ କୁମାର ବରାଳ, ବିଶ୍ୱଭୂଷଣ ଦାଶ, ଆଜୀବନ ସଦସ୍ୟ,ଜୁନିୟର ରେଡକ୍ରସ ସଦସ୍ୟ ଓ ଛାତ୍ରଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *