ମେ ୩୦ ରୁ ୨୧ତମ ଜାତୀୟ ଲୋକମେଳା ଓ ୧୪ତମ ଜାତୀୟ କୃଷିମେଳା

ଚଳିତ ମାସ ୩୦ ତାରିଖ ରୁ ଜୁନ ୩ତାରିଖ ପର୍ଯ୍ୟନ୍ତ ପୁରୀ ଶରଧାବାଲି ଠାରେ ଅନୁଷ୍ଠିତ ହେବ ୨୧ତମ ଜାତୀୟ ଲୋକମେଳା ଓ ୧୪ତମ କୃଷିମେଳା। ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପକ୍ଷରୁ ଆୟୋଜିତ ଏହି ମେଳାରେ ଭାରତବର୍ଷର ବିଭିନ୍ନ ପ୍ରଦେଶର ତିନିଶହ କଳାକାର ଓ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶହେ ଜଣ କଳାକାର ଯୋଗଦେବା ସହ ପାଞ୍ଚଦିନ ବ୍ୟାପି ଏହି ଜାତୀୟ ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ଏହି ମେଳାର ସଫଳତା ପାଇଁ ଓ ଦେଶର ବିଭିନ୍ନ ସ୍ଥାନରୁ ଆସୁଥିବା କଳାକାର ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଆସୁଥିବା କୃଷି, ପାଣିପାଗ, ବିଜ୍ଞାନ, ଜଳସଂପଦ ବିଶେଷ କରି ପୁସ୍ତକଭିତ୍ତିକ ଷ୍ଟଲକୁ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଏହା କରାଯିବ ବୋଲି କହିଛନ୍ତି ଭାରପ୍ରାପ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଓ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ।

ଏ ନେଇ ପୁରୀ ସର୍କିଟ୍ ହାଉସ ସମ୍ମିଳନୀ କକ୍ଷରେ ଅନୁଷ୍ଠାନର ସଭାପତି ପ୍ରଫେସର ହରେକୃଷ୍ଣ ଶତପଥିଙ୍କ ଅଧ୍ୟକ୍ଷତା ଓ ସଂପାଦକ ରାଜେଶ କୁମାର ମହାନ୍ତିଙ୍କ ସଞ୍ଚାଳନ ରେ ଅନୁଷ୍ଠିତ ପ୍ରଥମ ପ୍ରସ୍ତୁତି ବୈଠକରେ ପୁରୀ ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ, ସିଟି ଡିଏସପି କେକେ ହରିପ୍ରସାଦ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁଙ୍କ ସମେତ ପୁଲିସ୍, ବିଦ୍ୟୁତ, ଜଳଯୋଗାଣ, ଶ୍ରୀମନ୍ଦିର ପ୍ରଶାସନ, ଅଗ୍ନିଶମ, ୱାଟକୋ, ପୂର୍ତ୍ତ, ଜଳସେଚନ, ଗ୍ରାମ୍ୟ ଉନ୍ନୟନ, ଜଂଗଲ ଓ ପ୍ରାଣୀସମ୍ପଦ, ସ୍ବାସ୍ଥ୍ୟ, ପରିବହନ, କୃଷି, ଉଦ୍ୟାନ, ମୂର୍ତ୍ତିକା ସଂରକ୍ଷଣ, ମତ୍ସ୍ୟ ଓ ପଶୁପାଳନ, ପଶୁସମ୍ପଦ, ସଂସ୍କୃତି, ଶିଳ୍ପବିକାଶ, ହସ୍ତତନ୍ତ ଓ ବୟନଶିଳ୍ପ, ପର୍ଯ୍ୟଟନ, ରେଳବାଇ,କ୍ରୀଡା ଓ ବିଭିନ୍ନ ବ୍ୟାଙ୍କ ର ଅଧିକାରୀମାନେ ଯୋଗ ଦେଇଥିଲେ । ଏହି ବୈଠକରେ ଉତ୍ସବ କମିଟି ଅଧ୍ୟକ୍ଷ ବଦ୍ରି ମିଶ୍ର ସ୍ବାଗତ କରିଥିବା ବେଳେ ହେକ୍ଟର ମିଶ୍ର ଧନ୍ୟବାଦ ଦେଇଥିଲେ। ଏହି ବୈଠକରେ ବିଶ୍ଵନାଥ ମିଶ୍ର, ବିଦ୍ରୋହ ସିଂ, ସଂଗ୍ରାମ କାନୁନଗୋ, ଭରତ ନାୟକ ଓ ଶ୍ୟାମ ପ୍ରକାଶ ସେନାପତି , ନାରାୟଣ ପାତ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।

You May Also Like

More From Author

+ There are no comments

Add yours