ଗ୍ରୀଷ୍ମ କାଳୀନ ଭାରୋତ୍ତୋଳନ ଶିବିର ଉଦଯାପିତ

ଗତ ମାସ ୨୪ ତାରିଖ ଠାରୁ ଦିଗବାରେଣୀ ସ୍ଥିତ ଓଡିଶା ଜାତୀୟ ବ୍ୟାୟାମ କ୍ରିଡା ପରିଷଦ ଠାରେ ଗ୍ରୀଷ୍ମ କାଳୀନ ଭାରୋତ୍ତୋଳନ ଶିବିର ଆୟୋଜିତ ହୋଇଥିଲା। ଆଜି ଏହି ଶିବିର ଉଦଯାପିତ ହେବା ସହ ପ୍ରଶିକ୍ଷିତ ପିଲାମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି। କ୍ରୀଡା ଶୃଙ୍ଖଳା, ଭାଇଚାରା ଓ ପାରସ୍ପରିକ ସଦଭାବନାର ଶିକ୍ଷା ଦେଇଥାଏ ବୋଲି ଅତିଥିମାନେ କହିବା ସହ ପିଲା ମାନେ ଏହି ପ୍ରଶିକ୍ଷଣକୁ ନିୟମିତ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ।

ପରିଷଦର ସଂପାଦକ ସତ୍ୟ ନାରାୟଣ ମହାନ୍ତିଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ପ୍ରଶିକ୍ଷକ ହରେକୃଷ୍ଣ ସିଂହାରୀ, ସୌମ୍ୟ ରଞ୍ଜନ ଖୁଣ୍ଟିଆ, ଗଣେଶ୍ୱର ମହାପାତ୍ର ଓ ବରିଷ୍ଠ କ୍ରୀଡାବିତ ହରିବଲ୍ଲଭ ସିଂହାରୀ ପ୍ରଶିକ୍ଷଣର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ। କର୍ମଚାରୀ ସୌମ୍ୟ ରଞ୍ଜନ ପୁଜାରୀ ଓ ଦିବାକର ପଟ୍ଟନାୟକ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ। ରାଜ୍ୟର ପୁରୀ ସହ ୧୨ ଟି ଜିଲ୍ଲାର ୧୫ ଟି ସ୍ଥାନରେ ଏହି ଭଳି ଗ୍ରୀଷ୍ମ କାଳୀନ ଶିବିର କ୍ରୀଡା ବିଭାଗ ପକ୍ଷରୁ ଆୟୋଜନ କରାଯାଇଥିଲା।

You May Also Like

More From Author

+ There are no comments

Add yours