Thu. Oct 15th, 2026

ପୁରୀ ସରକାରୀ ଶିଳ୍ପ ତାଲିମ ଶିକ୍ଷାନୁଷ୍ଠାନ ଆନୁକୂଲ୍ୟରେ ପ୍ରଧାନମନ୍ତ୍ରୀ ଜାତୀୟ ଆପ୍ରେଣ୍ଟିସିପ୍ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳା ରେ ମୁଖ୍ୟ ଅତିଥି ଭାବେ ପୁରୀ ଜିଲ୍ଲା କର୍ମନିଯୁକ୍ତି ଅଧିକାରୀ ଶ୍ରୀ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ମେଳାର ଉଦ୍ଦେଶ୍ୟ ସମ୍ପର୍କରେ ବୁଝାଇଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିଳ୍ପ କେନ୍ଦ୍ରର ସହକାରୀ ପରିଚାଳିକା ଶ୍ରୀମତି ସମୁଚିକା ମଲ୍ଲିକ୍ ଉପସ୍ଥିତି ଥିବା ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ଉପରେ ଆଲୋକପାତ କରିଥିଲେ ।

ପୁରୀ ସରକାରୀ ଶିଳ୍ପ ତାଲିମ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଇଂ. ଅରବିନ୍ଦ ଘୋଷଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ମେଳାରେ ଯୋଗଦେଇଥିବା ବିଭିନ୍ନ ସଂସ୍ଥାମାନଙ୍କୁ ଆପ୍ରେଣ୍ଟିସିପର ଗୁରୁତ୍ୱ ବୁଝାଇବା ସହିତ, ଛାତ୍ରଛାତ୍ରୀମାନଙ୍କୁ ଆପ୍ରେଣ୍ଟିସିପରେ ସୁଯୋଗ ଦେବାକୁ ଅଧ୍ୟକ୍ଷ ଅନୁରୋଧ କରିଥିଲେ। ଏହି ମେଳାକୁ ଆପରେଣ୍ଟିସିପ୍ ଅଧିକାରୀ ଶ୍ରୀ କୃତିଦୀପ୍ତ ସାହୁ ପରିଚାଳନା କରିଥିଲେ। ଅନୁଷ୍ଠାନର ସମସ୍ତ ପ୍ରଶିକ୍ଷକ ଓ କର୍ମଚାରୀ ମେଳାରେ ସମ୍ପୂର୍ଣ୍ଣ ସହ ଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *