ଭୋଟର ଲିଷ୍ଟରେ ଯୋଡ଼ିହେବ ଜନ୍ମମୃତ୍ୟୁ ପଞ୍ଜୀକରଣ

ଜନଗଣନାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କ ଏକ ବଡ ଘୋଷଣା କରିଛନ୍ତି । ଶାହ କହିଛନ୍ତି, ସରକାର ସଂସଦରେ ଏକ ବିଲ ଆଣିବାକୁ ଯାଉଛନ୍ତି । ଏହି ବିଲ ଅନୁଯାୟୀ, ଜନ୍ମମୃତ୍ୟୁ ପଞ୍ଜୀକରଣକୁ ଭୋଟର ଲିଷ୍ଟରେ ଯୋଡିବାର ଯୋଜନା ରହିଛି । ସୋମବାର ଗୃହମନ୍ତ୍ରୀ ଅମିତ ଶାହ ରେଜିଷ୍ଟ୍ରାର ଜେନରାଲ ଏବଂ ଜନଗଣନା କମିଶନଙ୍କ କାର୍ୟ୍ୟାଳୟ ଜନଗଣନା ଭବନର ଉଦଘାଟନ ଅବସରରେ ଏହା କହିଛନ୍ତି ।
ପିଟିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶାହ କହିଛନ୍ତି, ଜନ୍ମ ଏବଂ ମୃତ୍ୟୁ ସହ ଜଡିତ ଭୋଟରଙ୍କ ସମ୍ପର୍କିତ ସମସ୍ତ ସୂଚନା ଭୋଟର ଲିଷ୍ଟ ସହ ଯୋଡାଯିବ । ସେ କହିଛନ୍ତି ଜନଗରନା ବିକାର ଏଜେଣ୍ଟା ଆଧାରରେ ହେବା ଉଚିତ । ଡିଜିଟାଲ ଜନଗଣନା ଯଥେଷ୍ଟ ଲାଭ ଦାୟକ ହେବ ।
ସେ ଆହୁରି କହିଛନ୍ତି, ଜନ୍ମ ଏବଂ ମୃତ୍ୟୁ ପ୍ରମାଣପତ୍ର ସ୍ୱତନ୍ତ୍ର ଭାବେ ସଂରକ୍ଷିତ କରାଯାଇ ପାରିଲେ ସାମଗ୍ରିକ ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିବା ସହଜ ହେବ । ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣକୁ ଜନଗଣନା ସହ ଯୋଡିବା ପାଇଁ ସରକାର କାମ କରୁଛନ୍ତି । ଏ ନେଇ ସରକାର ଏକ ବିଲ ମଧ୍ୟ ଆଣୁଛନ୍ତି ବୋଲି ଗୃହମନ୍ତ୍ରୀ କହିଛନ୍ତି ।
ଗୃହମନ୍ତ୍ରୀ ଏକଥା ମଧ୍ୟ କହିଛନ୍ତି ଯେ, ଏହି ପଦକ୍ଷେପରୁ ଆଉ ଏକ ବଡ ସଫଳତା ମିଳିବ । ତାହା ହେଲା, ୧୮ ବର୍ଷ ହେବା ପରେ ଭୋଟର ଲିଷ୍ଟରେ ଆପେ ଆପେ ନାଁ ଚଢିଯିବ । ଏଥିପାଇଁ ଆବେଦନ କରିବାକୁ ପଡିବ ନାହିଁ । ସେହିପରି ଯଦି ଜଣଙ୍କର ମୃତ୍ୟୁ ଘଟିଲା ତେବେ ମୃତ୍ୟୁ ପ୍ରମାଣପତ୍ର କାଢିବା ପରେ ପରେ ଡାଟା ଆପେ ଆପେ ନିର୍ବାଚନ ଆୟୋଗଙ୍କ ପାଖକୁ ଚାଲିଯିବ ଏବଂ ତାଙ୍କର ନାଁ ଭୋଟର ଲିଷ୍ଟରୁ କାଟିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯିବ ।
ଏହି ଯୋଜନା ଦ୍ୱାରା ଅନେକ ସହଜ ହେବା ସହ ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ ବାହାର କରିବା ତଥା ଅନ୍ୟାନ୍ୟ ସରକାରୀ କାମ କରିବା ପାଇଁ ସହଜ ହେବ ।

You May Also Like

More From Author

+ There are no comments

Add yours