ଚିଲିକାରେ ଡଙ୍ଗା ବ୍ୟବସାୟୀଙ୍କୁ ଜୀବନ ରକ୍ଷାକାରୀ ସରଞ୍ଜାମ ବାଣ୍ଟିଲେ ମନ୍ତ୍ରୀ ଟୁକୁନି ସାହୁ

ଆଜି ଖୋର୍ଦ୍ଧା ଜିଲ୍ଲା ସ୍ଥିତ ବଡ଼କୁଳ ପାନ୍ଥନିବାସ ଠାରେ ସହିଦ ବାଜି ରାଉତ ନୌଯାତ୍ରା ସୁରକ୍ଷା ଯୋଜନା ଅନ୍ତର୍ଗତ ନୌଯାତ୍ରୀଙ୍କ ସୁରକ୍ଷା ପାଇଁ ଏକ ଜୀବନ ରକ୍ଷାକାରି ସରଞ୍ଜାମ ବିତରଣ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ସମ୍ମାନିତ ଅତିଥି ଭାବେ ପ୍ରମୁଖ ଶାସନ ସଚିବ,ବାଣିଜ୍ୟ ଓ ପରିବହନ ସଚିବ ଉଷା ପାଢ଼ୀ, ସ୍ୱତନ୍ତ୍ର ଶାସନ ସଚିବ ବାଣିଜ୍ୟ ଓ ପରିବହନ ଲକ୍ଷ୍ମୀକାନ୍ତ ବେହେରା, ନିର୍ଦ୍ଦେଶକ, ବନ୍ଦର ଅନ୍ତର୍ଦେଶୀୟ ଜଳପଥ ପରିବହନ ପଦ୍ମଲୋଚନ ରାଉଳ ଓ ଖୋର୍ଦ୍ଧା ଜିଲ୍ଲାପାଳ, ଏସପି ଏବଂ ସ୍ଥାନୀୟ ପ୍ରଶାସନ ଉପସ୍ଥିତ ଥିଲେ ।

ଉତ୍ସବ ସମାପନ ପରେ ଚିଲିକା ଯାତ୍ରୀବାହୀ ମାଲିକ ମାନଙ୍କୁ ଗୋଟିଏ ଡ଼ଙ୍ଗା ପିଛା ୧୨ ଲାଇପ ଜ୍ୟାକେଟ, ଦୁଇଟି ଲ୍ୟାଇପ ଗାର୍ଡ ଓ ଗୋଟିଏ ଅଗ୍ନି ବିର୍ବାପକ ଯନ୍ତ୍ର ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ମୋଟ ୨୭୬ ଡ଼ଙ୍ଗା ମାଲିକଙ୍କୁ ପ୍ରଦାନ କରାଯାଇଥିଲା ।

ମା କାଳିଜାଇ ମଟର ବୋଟ ଆସୋସିଏସନ, ବାଳୁଙ୍ଗା, ମା କାଳିଜାଇ ମଟର ବୋଟ ୱାର୍କରସ୍ ଇଉୟନ୍, ମା କାଳିଜାଇ ମଟର ଡ଼ଙ୍ଗା ମାଲିକ୍ ସଙ୍ଘ, ଶ୍ରୀ ଶ୍ରୀ ମହାବୀର ପକ୍ଷୀ ସୁରକ୍ଷା ସମିତି, ମଙ୍ଗଲାଯୋଡ଼ିର ମାଲିକ ସଂଘ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।

You May Also Like

More From Author

+ There are no comments

Add yours