Wed. Oct 14th, 2026

ନବରଙ୍ଗପୁର:ରସାୟନ ବିଜ୍ଞାନ ର ନୂତନ ଗବେଷଣା ମାନବ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ହୋଇପାରିବା ସଙ୍ଗେ ସଙ୍ଗେ ବହୁ ଉଦ୍ୟୋଗ ପ୍ରତିଷ୍ଠା ସମ୍ଭବ ହୋଇ ପାରିଛି ବୋଲି ଦେଶର ସର୍ବୋଚ୍ଚ ବିଜ୍ଞାନ ସମ୍ମାନ ର ବିଜୟିନୀ ପ୍ରଫେସର ଜ୍ୟୋତିର୍ମୟୀ ଦାଶ ମତବ୍ୟକ୍ତ କରିଛନ୍ତି ।’ମୁଁ ବି ସମର୍ଥ’ କାର୍ଯ୍ୟକ୍ରମ ର ୧୫ତମ ଭାଗରେ ଯୋଗ ଦେଇ ଶାନ୍ତି ସ୍ବରୂପ ଭଟ୍ଟନାଗର ପୁରସ୍କାର ବିଜୟିନୀ ପ୍ରଫେସର ଦାଶ ରୋଗ ଚିକିତ୍ସା ଠାରୁ ଆରମ୍ଭ କରି ଉଦ୍ୟୋଗ ପ୍ରତିଷ୍ଠା ଭଳି ପ୍ରତ୍ୟେକ କ୍ଷେତ୍ରରେ ରସାୟନ ବିଜ୍ଞାନ ଅଧ୍ୟୟନ ଛାତ୍ରଛାତ୍ରୀ ଙ୍କୁ ନିଶ୍ଚିତ ଭାବେ କର୍ମସଂସ୍ଥାନ ଯୋଗାଇବା ସହ ଉଦ୍ୟୋଗ ପ୍ରତିଷ୍ଠା ଦିଗରେ ସହାୟକ ହୋଇ ପାରିବ ବୋଲି କଲିକତା ସ୍ଥିତ ଇଣ୍ଡିଆନ୍ ଏସୋସିଏସନ୍ ଫର୍ କଲଟିଭେସନ ଅଫ୍ ସାଇନସ୍ ବିଶ୍ଵ ବିଦ୍ୟାଳୟ ର ପ୍ରଫେସର ଜ୍ୟୋତିର୍ମୟୀ ଦାଶ ମତବ୍ୟକ୍ତ କରିଛନ୍ତି । ବିଜ୍ଞାନ ରେ ଅଧ୍ୟୟନ ଏକ ନିରନ୍ତର ପ୍ରୟାସ , ଧୈର୍ଯ୍ୟ ଏବଂ ଶୃଙ୍ଖଳା ଥିଲେ ବିଜ୍ଞାନ କୁ ଆୟତ୍ତ କରିବା ସହଜ ହୋଇ ପାରିବ ବୋଲି ନର୍ଥ ଇଷ୍ଟ ଇନ୍ଷଟିଚ୍ୟୁଟ୍ ଅଫ୍ ସାଇନସ୍ ଏଣ୍ଡ ଟେକ୍ନୋଲୋଜି ର ନିର୍ଦେଶକ ଡ଼ଃ ଜି. ନରହରି ଶାସ୍ତ୍ରୀ ମତବ୍ୟକ୍ତ କରିଛନ୍ତି । ଉତ୍ତର ପୂର୍ବ ରାଜ୍ୟ ମାନଙ୍କରେ ନିଷ୍ଟ ର ଯୋଗଦାନ ଏବଂ ରସାୟନ ବିଜ୍ଞାନ ର ପ୍ରୟୋଗ ର ଲୋକ ଙ୍କ ଆର୍ଥିକ ଓ ସାମାଜିକ ପ୍ରଗତି ହୋଇପାରିଛି । ସୁଗନ୍ଧି ଫସଲ ଓ ଔଷଧୀୟ ବୃକ୍ଷ ଚାଷ ରେ ରସାୟନ ବିଜ୍ଞାନ ର ପ୍ରୟୋଗ ଅନେକ ଉଦ୍ୟୋଗ ପ୍ରତିଷ୍ଠା ଦିଗରେ ସମ୍ଭବ ହୋଇ ପାରିଛି ବୋଲି ଡ଼ଃ ଶାସ୍ତ୍ରୀ ମତ ପ୍ରକାଶ କରିବା ସଙ୍ଗେ ବିଦ୍ୟାର୍ଥୀ ନିଜକୁ ବୈଜ୍ଞାନିକ ଚିନ୍ତାଧାରା ରେ ବ୍ରତୀ ହେବାକୁ ପରାମର୍ଶ ଦେଇଛନ୍ତି । ବିକାଶ ଗ୍ରୁପ ଅଫ୍ ଇନ୍ଷଟିଚ୍ୟୁସନ୍ ର ନିର୍ଦେଶକ ସମରେନ୍ଦ୍ର ପଣ୍ଡା ଯୋଗ ଦେଇ ସବୁଜ ରସାୟନ ବିଜ୍ଞାନ (ଗ୍ରୀନ୍ କେମେଷ୍ଟ୍ରୀ) ର ପ୍ରୟୋଗ ରେ ଅନେକ ଶିଳ୍ପ ଗଢି ଉଠି ପାରିବା ସଙ୍ଗେ ସଙ୍ଗେ ସମୟୋପଯୋଗୀ ସମସ୍ୟା ଦୂର ହୋଇ ପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି । ଏହା ଛଡ଼ା ବୈଜ୍ଞାନିକ ଓ ଛାତ୍ରଛାତ୍ରୀ ମଧ୍ୟରେ ‘ମୁଁ ବି ସମର୍ଥ’‌ କାର୍ଯ୍ୟକ୍ରମ ବିଦ୍ୟାର୍ଥୀ ଙ୍କୁ ଦିଗ୍ ଦର୍ଶନ ଦେଇ ପାରିଛି ବୋଲି ସେ କହିଥିଲେ । ବିଟସ୍ ପିଲାନି ର ଆସୋସିଏଟ୍ ପ୍ରଫେସର ଡ଼ଃ ସରୋଜ ବରାଳ ରସାୟନ ଇଞ୍ଜିନିୟରିଂ ରେ ରହିଥିବା ସୁଯୋଗ ଏବଂ ଗବେଷଣା ସମ୍ପର୍କରେ ବିଦ୍ୟାର୍ଥୀ ଙ୍କୁ ବୁଝାଇଥିଲେ ।’ମୁଁ ବି ସମର୍ଥ’‌ କାର୍ଯ୍ୟକ୍ରମ ର ସଂଯୋଜକ ତଥା ଉପସ୍ଥାପକ ଲକ୍ଷ୍ମୀ ନାରାୟଣ ବକ୍ସି ବୈଜ୍ଞାନିକ ଏବଂ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ଦୂରତ୍ବ କମ୍ ହୋଇପାରିଲେ ସମାଜ ର ବିକାଶ ଦିଗରେ ନୂତନ ଅଧ୍ୟାୟ ସୃଷ୍ଟି ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଓଡ଼ିଶା ତଥା ଭାରତର ବିଭିନ୍ନ ପ୍ରଦେଶର ବିଦ୍ୟାର୍ଥୀ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *