ଭାରତରେ ଡିଜିଟାଲ ଇଣ୍ଡିଆ ଓ ଡିଜିଟାଲ କାରବାର ନାରା ଦିଆଯାଉଛି । କିନ୍ତୁ ୨୦୨୨ ବର୍ଷରେ ସମଗ୍ର ବିଶ୍ୱରେ ଭାରତ ଏମିତି ଏକ ଦେଶ ଯେଉଁଠି ସର୍ବାଧିକ ଥର ଇଂଟରନେଟ ସଟଡାଉନ କରାଯାଇଛି । ବା ଇଂଟରନେଟକୁ ପ୍ରଶାସନ ବନ୍ଦ କରିଛି । ଭାରତରେ ଇଂଟରନେଟକୁ କେମିତି ବନ୍ଦ କରାଯାଉଛି ତା’ର ରିପୋର୍ଟ ବର୍ତମାନ ସାମ୍ନାକୁ ଆସିଛି । ଡିଜିଟାଲ ଅଦିକାର ପାଇଁ ଓକିଲାତି କରୁଥିବା କମ୍ପାନୀ ଆକ୍ସେସ ନାଓଁ ପକ୍ଷରୁ ଏପରି ରିପୋର୍ଟ ପ୍ରକାଶ କରାଯାଇଛି ।ବିଦାୟୀ ବର୍ଷ ୨୦୨୨ରେ ସମଗ୍ର ବିଶ୍ୱରେ ୧୮୭ଟି ଇଣ୍ଟରନେଟ ଶଟଡାଉନ ଘଟଣା ରେକର୍ଡ କରାଯାଇଛି। ଏହା ମଧ୍ୟରୁ ୮୪ ଥର ଭାରତରେ ଇଣ୍ଟରନେଟକୁ ବନ୍ଦ କରାଯାଇଛି। କେବଳ କଶ୍ମୀରରେ ଏହି ସଂଖ୍ୟା ୪୯ ରହିଛି। ସରକାର ଓ ପ୍ରଶାସନ ବିଭିନ୍ନ ଆଳରେ ଏପରି ଇଣ୍ଟରନେଟ ଶଟଡାଉନ କରି ଲୋକଙ୍କ ଡିଜିଟାଲ ଅଧିକାର ଉପରେ ରୋକ ଲଗାଇଥିଲେ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଇଣ୍ଟରନେଟ ଶଟଡାଉନ କରିବା ମାମଲାରେ ଭାରତ କ୍ରମାଗତ ୫ମ ବର୍ଷ ପାଇଁ ସମଗ୍ର ବିଶ୍ୱରେ ୧ନଂ ସ୍ଥାନରେ ରହିଛି। ଭାରତକୁ ବାଦ ଦେଲେ ମଧ୍ୟ ୨୦୨୨ରେ ପୂରା ବିଶ୍ୱରେ ସବୁଠାରୁ ଅଧିକ ଥର ଇଣ୍ଟରନେଟ ଶଟଡାଉନ କରାଯାଇଛି। ରାଜନୀତିକ ଅସ୍ଥିରତା ଓ ହିଂସାକାଣ୍ଡ ପାଇଁ ସ୍ଥାନୀୟ ପ୍ରଶାସନ ଜମ୍ମୁ-କଶ୍ମୀରରେ ୪୯ଥର ଇଣ୍ଟରନେଟ ବ୍ୟବହାର ଉପରେ ରୋକ ଲଗାଇଥିଲା। ଏପରି କି ଜାନୁଆରୀ-ଫେବୃଆରୀରେ ୧୬ ଥର କ୍ରମାଗତ ୩ ଦିନ ଲେଖାଏ କର୍ଫ୍ୟୁ ଷ୍ଟାଇଲ ଶଟଡାଉନ ମଧ୍ୟ ଲାଗୁ ହୋଇଛି ବୋଲି ଇମମରଗ୍ଦଗ୍ଦ ଘକ୍ଟଙ୍ଗ କହିଛି।ବିଶ୍ୱର ୩୫ଟି ଦେଶ ୨୦୨୨ରେ ୧୮୭ ଥର ଇଣ୍ଟରନେଟ ଶଟଡାଉନ ଲାଗୁ କରିଛନ୍ତି। ଭାରତ ତାଲିକାରେ ୧ନଂ ସ୍ଥାନରେ ଥିବା ବେଳେ ରୁଷ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ରୁଷ ୨୨ ଥର ଇଣ୍ଟରନେଟ ଶଟଡାଉନ କରିଛି। ଇଥୋପିଆ ପକ୍ଷରୁ ଟିକରୟରେ ଦୀର୍ଘ ୨ ବର୍ଷ ହେଲା ଇଣ୍ଟରନେଟ ଶଟଡାଉନ କରାଯାଇଛି। ମିଆଁମାରରେ ଏହି ସଂଖ୍ୟା ୭ ରହିଛି।୨୦୨୨ ମେ’ ମାସରେ ମିଳିତ ଜାତିସଂଘର ମାନବାଧିକାର ଅଫିସ କହିଥିଲା ଯେ ଇଣ୍ଟରନେଟ ଶଟଡାଉନର ପ୍ରଭାବ ଅର୍ଥନୀତି ଠାରୁ ଆରମ୍ଭ କରି ଆର୍ଥିକ କାରବାର, ବ୍ୟବସାୟ, ଶ୍ରମ ମାର୍କେଟ ଓ ଡିଜିଟାଲ ସେବା ଉପରେ ପଡ଼ିଥାଏ। ଶଟଡାଉନ ଯୋଗୁ ପୁଞ୍ଜିନିବେଶ ପରିବେଶକୁ ମଧ୍ୟ ଦ୍ୱନ୍ଦ୍ୱ ମଧ୍ୟକୁ ଠେଲି ଦେଇଥାଏ। ଏହା ସତ୍ତ୍ୱେ ଭାରତ ଇଣ୍ଟରନେଟ ଶଟଡାଉନରେ ୧ନଂ ସ୍ଥାନରେ ରହିଛି।
You May Also Like
ତିନିଦିନ ଚାଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ
September 20, 2024
ଡେଙ୍ଗୁ ଜ୍ୱରକୁ ମହାମାରୀ ଘୋଷଣା
September 3, 2024
ରାଜ୍ୟସ୍ତରୀୟ ଦେଶଭକ୍ତିର କାର୍ଯ୍ୟକ୍ରମ – “ମାତୃଭୂମିକୁ ପ୍ରଣାମ ଉତ୍ସବ”
August 15, 2024
More From Author
ବନ୍ଦ୍ ହୋଇଯିବ ଇଣ୍ଟରନେଟ!
July 13, 2023
ବିଜେପି ଜାତୀୟ କାର୍ଯ୍ୟକାରୀ କମିଟିରେ ସମୀର
July 13, 2023
ସଂରକ୍ଷିତ ଜଙ୍ଗଲରୁ ବାରହା ମାଂସ ଜବତ, ୨ଗିରଫ
July 12, 2023
+ There are no comments
Add yours