ନବ ବିବାହିତା ସ୍ତ୍ରୀ ନିଖୋଜ ,ସ୍ୱାମୀ ର ଥାନା ରେ ଏତଲା

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ବରୀଗୁଡା ଗ୍ରାମ ର ନବ ବିବାହିତା ବହୁ ସାଇରା ବାନୋ (22,ବୁଧବାର ଦିନ ରାତିରେ କୁଆଡେ ଘରୁ ଚାଲି ଯାଇଥିବା ନେଇ ସ୍ୱାମୀ ଚନ୍ଦାହାଣ୍ଡି ଥାନାରେ ଏତଲା ଦେଇଛନ୍ତି ।ଏ ନେଇ ଚନ୍ଦାହାଣ୍ଡି ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ ଗଣମାଧ୍ୟମ ସୂଚନା ଦେଇଛନ୍ତି । ଏତଲା କୁ ଭିତ୍ତି କରି ଚନ୍ଦାହାଣ୍ଡି ଥାନା ମିସିଙ୍ଗ କେସ ନଂ 6/23 ନୁସାରେ ଏକ ନିଖୋଜ ମାମଲା ରୁଜ୍ଜୁ କରି ତଦନ୍ତ ଭାର ଏ ଏସ ଆଇ ବସନ୍ତ କୁମାର ସ୍ୱାଇଁ ଙ୍କୁ ହସ୍ତାନ୍ତର କରିଛନ୍ତି ।

ପୁଲିସ ସୂତ୍ର ଅନୁସାରେ ବରୀଗୁଡା ଗ୍ରାମର ଶେଖ ଫାରୁକ l ଗତ ଡିସେମ୍ବର ମାସରେ ଛତିଶଗଡ଼ ଗରିୟାବନ୍ଦ ଜିଲ୍ଲା କୁସୁମ ଖୁଣ୍ଟା ଗ୍ରାମର l ଅନବର ଖାନ ଙ୍କ ଝିଅ ସାଇରା ବାନୋ କୁ ବୈଦିକ ରୀତି ରେ ବିବାହ କରିଥିଲେ l ଫାରୁଖ ନିଜର ନବବିବାହିତା ସ୍ତ୍ରୀ ଙ୍କ ସହ ବେଶ ହସଖୁସିରେ ରହୁଥିଲେ l ସବୁଦିନ ପରି ଗତ ବୁଧବାର ଦିନ ଖାଇ ପିଇ ସ୍ୱାମୀ ସ୍ତ୍ରୀ ସାଙ୍ଗ ରେ ଶୋଇ ଥିଲେ l ସକାଳେ ଉଠିକି ଫାରୁଖ୍ ତାଙ୍କ ସ୍ତ୍ରୀ ସାଇରା ବାନୋ କୁ ଘରେ ନପାଇ ସେ ବିଭିନ୍ନ ସ୍ଥାନ ରେ ଖୋଜା ଖୋଜି କରିବା ସହ l ସାଇରା ବାନୋ ଙ୍କ ବାପଘର ସମେତ , ତାଙ୍କ ସମର୍କୀୟ ଙ୍କ ସହ ଯୋଗାଯୋଗ କରିଥିଲେ l ସେଠାରେ ମଧ୍ୟ ତାଙ୍କର କୌଣସି ଖବର ନ ମିଳିବାରୁ ,ସେ ତାଙ୍କ ସମର୍କୀୟ ମାନଙ୍କ ସହ ଚନ୍ଦାହାଣ୍ଡି ଥାନା କୁ ଆଶି ଏକ ଲିଖିତ ଅଭିଯୋଗ ଦେଇଥିଲେ l ସାଇରା ବାନୋ କାହା ସହ ପ୍ରେମ ସମ୍ପର୍କ ରଖି ଘରୁ ଚାଲି ଯାଇଥିବା ନେଇ ପରିବାର ଲୋକେ ସନ୍ଦେହ କରୁଛନ୍ତି । ଅନ୍ୟପଟେ ଘରୁ ଏକ ଲକ୍ଷ ଟଙ୍କା ଏବଂ ସୁନାଗହଣା ସାଙ୍ଗରେ ନେଇକି ଯାଇଥିବା ନେଇ ଫାରୁଖ୍ ଗଣମାଧ୍ୟମ କୁ ପ୍ରକାଶ କରିଛନ୍ତି l ଏ ଦିଗରେ ଜିଲ୍ଲା ଆରଖି ଅଧିକ୍ଷକ ଏକ ସ୍ୱତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ନେବା କୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି l
ନବରଙ୍ଗପୁରରୁ ମୁକୁନ୍ଦ ବେଶ୍ରା,ଶବ୍ଦ ମିଡିଆ

You May Also Like

More From Author

+ There are no comments

Add yours