ଲାଖ ଚାଷ ଉପରେ ସି ଡ଼ି ଓ ଙ୍କ ଗୁରୁତ୍ୱାରୋପ

ନବରଙ୍ଗପୁର- ନବରଙ୍ଗପୁର ସି ଡ଼ି ଓ ଅନନ୍ୟା ଦାଶ, ଗୁରୁବାର ଦିନ ଚନ୍ଦାହାଣ୍ଡି ଗସ୍ତ କରିଛନ୍ତି । ଗତ କିଛି ଦିନ ତଳେ ନିର୍ମାଣ ସମାପ୍ତ ହୋଇଥିବା ବ୍ଲକ ପରିସର ଶିଶୁ ଉଦ୍ୟାନ, ଧୋଡ଼ିପାଣି ସାପ୍ତାହିକ ହାଟ, ଖଲିଆ ବନ୍ଦ ର ସମାପ୍ତ ହୋଇଥିବା କାର୍ଯ୍ୟ ପରିଦର୍ଶନ କରିଛନ୍ତି l ପାଟଖଲିଆ ପଞ୍ଚାୟତ ରେ ଲାଖ ପ୍ରୋସେସିଂ ଗୃହରେ ଲାଖ ଚାଷ ସମ୍ପର୍କ ବୁଝିଛନ୍ତି । ସ୍ୱୟଂ ସାହାୟିକା ଗୋଷ୍ଠୀ ମାନଙ୍କ ସହ ଲାଖ ଚାଷ କରି ବିଶେଷ ଲାଭବାନ ହେବା ସହ , ଲାଖ ଶିଳ୍ପ ରେ ତାଲିମ ନେବା ନେବା ନେଇ ସେ ଉତ୍ସାହିତ କରିଛନ୍ତି l ଏହାର ବିଶେଷ ଫାଇଦା ନେବା ପାଇଁ ସେ ମହିଲା ସ୍ୱୟଂ ସହାୟିକା ଗୋଷ୍ଠୀ ଙ୍କୁ ଆହ୍ୱାନ ଦେଇଥିଲେ l ଏଥିରେ ଓରମାସ ର ମାର୍କେଟିଙ୍ଗ ହେଡ଼ ଉମା ମହେଶ ଯୋଗ ଦେଇଥିଲେ l ଉପସ୍ଥିତ ରହିଥିବା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଂକୁ ଲାଖ ପ୍ରସ୍ତୁତ ସାମଗ୍ରୀ ଦେଖାଇବା ସହ ଏଥିରେ କେତେ ଲାଖ ଖର୍ଚ୍ଚ ହେଉଛି ଓ ଲାଭ କେତେ ମିଳୁଛି ସେ ସମର୍କ ରେ ବୁଝାଇଥିଲେ l ମିଶନ ଶକ୍ତି ରୁ ହର୍ଷାନନ୍ଦ ପ୍ରଧାନ ଯୋଗଦାନ କରି ମିଶନ ଶକ୍ତି ମାଧ୍ୟମ ରେ ବିଭିନ୍ନ ଶିଳ୍ପ ବାବଦରେ ସ୍ୱୟଂ ସହାୟିକା ଗୋଷ୍ଠୀ ଙ୍କୁ ତାଲିମ ପ୍ରଦାନ କରି ରଣ ଯୋଗାଇ ଦିଆ ଯିବ ବୋଲି ମହିଳା ମାନଙ୍କୁ ବୁଝାଇ ଥିଲେ l ସି ଡ଼ି ଓ ଅନନ୍ୟା ଦାଶ ଲାଖ ଚାଷୀ ମାନଙ୍କ ସମସ୍ୟା ପଚାରି ବୁଝିଥିଲେ । ଉତ୍ପାଦିତ ଲାଖ ବିକ୍ରୀ ପାଇଁ କୌଣସି ବଜାର ବ୍ୟବସ୍ଥା ନଥିବାରୁ , ଲାଖ ଚାଷୀ ମାନେ କମ ଦର ରେ ଛତିଶଗଡ ବେପାରୀ ଙ୍କୁ ବିକିବା କୁ ବାଧ୍ୟ ହେଉଛନ୍ତି ବୋଲି ଲାଖ ଚାଷୀ ହର ପୂଜାରୀ ଅଭିଯୋଗ କରିଥିଲେ l ଏହା ଛଡା ଏଠାରେ ଆଇ ଟି ଡ଼ି ଏ ତରଫରୁ ହୋଇଥିବା ଲାଖ ପ୍ରୋସେସିଂ ମେସିନ ସବୁ ଅଚଳ ହୋଇ ପଡିବା ସହ ଏଥିରେ କଳଙ୍କି ଲାଗି ଯାଇ ଥିବାରୁ ଏହାର ଶୀଘ୍ର ମରାମତି ପାଇଁ ସେ ସି ଡ଼ି ଓ ଙ୍କୁ ଅନୁରୋଧ କରିଥିଲେ l ଉତ୍ପାଦିତ ଲାଖ ଓର ମାସ ତରଫରୁ କିଣା ଯିବା ସହ ଲାଖ ପ୍ରୋସେସିଂ ମେସିନ କୁ ଶୀଘ୍ର କାର୍ଯ୍ୟକ୍ଷମ କରାଯିବ ବୋଲି ସି ଡ଼ି ଓ ପ୍ରତିଶ୍ରୁତି ଦେଇ ଥିଲେ l ବିରି, କାନ୍ଦୁଲ, ତେନ୍ତୁଳି ଏବଂ ମାଣ୍ଡିଆ ଚାଷ ଓ ଏହାର ଶିଳ୍ପ ଉପରେ ଅଧିକ ଗୁରୁତ୍ୱ ଦେଇ ଆଦିବାସୀଙ୍କ ଅର୍ଥନୀତି କୁ ସୁଦୃଢ଼ କରିବା ଦିଗରେ ବିଶେଷ ପଦକ୍ଷେପ ନିଆ ଯିବ ବୋଲି ସୂଚନା ଦେଇଥିଲେ l ଏହା ପରେ ବ୍ଲକ ସଭା ଗୃହ ରେ ଚାଷୀ ମାନଂକୁ ନେଇ ଏକ ବୈଠକ କରି ବିଭିନ୍ନ ଲାଭଦାୟକ ଚାଷ, ଛତୁ ଚାଷ ମାଛ ଚାଷ, ଛେଲି ପାଳନ, କୁକୁଡ଼ା ଫାର୍ମ କରି ଅଧିକା ଲାଭବାନ ହେବା କୁ ସେ ଆହ୍ୱାନ ଦେଇଥିଲେ l ଏହି ଅଵସର ରେ ବି ଡ଼ି ଓ ଧର୍ମରାଜ ମାଝି, ସି ଡ଼ି ପି ଓ ସୌରେନ୍ଦ୍ରୀ ମହାନନ୍ଦ, ପରିଦର୍ଶିକା, ଦଳିଲା ଖୋସଲା, ସହକାରୀ ଯନ୍ତ୍ରୀ ଥୟ ପଟେଲ, କନିଷ୍ଠ ଯନ୍ତ୍ରୀ ଚନ୍ଦନ ଦଳାଇ ଅଙ୍ଗନୱାଡି କର୍ମୀ ଏବଂ ପଂଚାୟତ ପି ଇ ଓ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ l
ନବରଙ୍ଗପୁରରୁ ମୁକୁନ୍ଦ ବେଶ୍ରା,ଶବ୍ଦ ମିଡିଆ

You May Also Like

More From Author

+ There are no comments

Add yours