Thu. Oct 15th, 2026

ବିଜେପିକୁ ମାତ୍ ଦେବେ ବିରୋଧୀ । କାରଣ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏକାଠି ହୋଇଛନ୍ତି ବିରୋଧୀ ଦଳର ନେତା । ଯାହାର ନେତୃତ୍ୱ ନେଇଛନ୍ତି ଫାରୁକ ଅବଦୁଲ୍ଲା । ଗୋଟିଏ ପଟେ ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟରେ ଭୋଟ ସରିଥିବା ବେଳେ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଆଗାମୀ ନିର୍ବାଚନ ପାଇଁ ପରାମର୍ଶ ଦେଇଛନ୍ତି ଫାରୁକ ।

ଚାଲିଛି ନିର୍ବାଚନ ପର୍ବ । ଉତରପୂର୍ବାଂଚଳରେ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡରେ ସରିଛି ବିଧାନସଭା ନିର୍ବାଚନ । ଆସାମର ମୁଖ୍ୟମନ୍ତ୍ରୀ ତଥା ଉତ୍ତରପୂର୍ବାଞ୍ଚଳରେ ‘ବିଜେପି’ର ମୁଖ୍ୟ ନିର୍ବାଚନ ରଣନୀତିଜ୍ଞ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି, ତ୍ରିପୁରାରେ ‘ବିଜେପି’ର ମୁଖ୍ୟମନ୍ତ୍ରୀ ହେବେ, ନାଗାଲାଣ୍ଡ୍ରେ ମେଣ୍ଟ ସରକାର ଏବଂ ‘ବିଜେପି’ ଜିଣିଥିବା ଆସନକୁ ଆଧାର କରି ମେଘାଳୟରେ ସରକାର ନିର୍ଦ୍ଧାରଣ କରାଯିବ।ସୂଚନାଯୋଗ୍ୟ, ତ୍ରିପୁରାରେ ୮୭.୭୬%, ନାଗାଲାଣ୍ଡ୍ରେ ୮୫.୯୦% ଏବଂ ମେଘାଳୟରେ ୮୫.୨୭% ମତଦାନ ରେକର୍ଡ କରାଯାଇଛି।
ସେପଟେ ବିଜେପିର ଦବଦବାକୁ ହ୍ରାସ କରିବା ପାଇଁ ଏକାଠି ହେଉଛନ୍ତି ବିରୋଧୀ ଦଳ । କାରଣ ଆଗକୁ ରହିଛି ସାଧାରଣ ନିର୍ବାଚନ । ଯାହାର ନେତୃତ୍ୱ ନେଇଛି କଂଗ୍ରେସ । ତେବେ ଆଗାମୀ ପ୍ରଧାନମନ୍ତ୍ରୀ ଚେହେରା କିଏ ହେବେ, ସେକଥା ଦଳ କହି ନାହିଁ। ଏସବୁ ଭିତରେ ନ୍ୟାଶନାଲ କନଫରେନ୍ସ(ଏନସି)ର ଫାରୁକ ଅବଦୁଲ୍ଲା ବଡ଼ ବୟାନ ଦେଇଛନ୍ତି। ସେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ପ୍ରଥମେ ନିର୍ବାଚନ କେମିତି ଜିତବାକୁ ହେବ, ତା’ ଉପରେ ଫୋକସ କରିବାକୁ କହିଛନ୍ତି। ପ୍ରଥମେ ନିର୍ବାଚନ ଜିତ, ତା’ ପରେ ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କଥା ବିଚାର କରାଯିବ ବୋଲି ସେ ପରାମର୍ଶ ଦେଇଛନ୍ତି।
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ୭୦ମ ଜନ୍ମଦିନ ଉପଲକ୍ଷେ ଚେନ୍ନାଇରେ ଗୋଟିଏ କାର୍ୟ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଫାରୁକ ଅବଦୁଲ୍ଲା, ମଲ୍ଲିକାର୍ଜୁନ ଖଡଗେ, ସମାଜବାଦୀ ପାର୍ଟିର ଅଖିଲେଶ ଯାଦବ ଓ ଆରଜେଡିର ତେଜସ୍ୱୀ ଯାଦବଙ୍କ ସମେତ ଅନେକ ବିରୋଧୀ ଦଳର ନେତା ଉପସ୍ଥିତ ଥିଲେ।
ଏହି କାର୍ୟ୍ୟକ୍ରମରେ ଫାରୁକ ସମ୍ବୋଧନ କରି ଖଡଗେଙ୍କୁ କହିଛନ୍ତି, “କିଏ ପ୍ରଧାନମନ୍ତ୍ରୀ ହେବେ, ସେକଥା ଏବେ ଭୁଲି ଯାଆନ୍ତୁ। ପ୍ରଥମେ ନିର୍ବାଚନ କେମିତି ଜିତିବାକୁ ହେବ, ସେକଥା ଭାବନ୍ତୁ।” ସେ ଆହୁରି ଦାବି କରିଛନ୍ତି ଯେ “ ଭାରତ ବର୍ତ୍ତମାନ କଠିନ ସମୟ ଦେଇ ଗତି କରୁଛି। ଗଣତନ୍ତ୍ର ଓ ସମ୍ବିଧାନ ପ୍ରତି ବିପଦ ସୃଷ୍ଟି ହୋଇଛି।
ତେବେ ରାଜନୈତିକ ପାଣିପାଗରେ କେଉଁ ମୋଡ ସାମ୍ନାକୁ ଆସିଛି ତାହା ଦେଖିବା ବାକି ରହିଲା ।

Leave a Reply

Your email address will not be published. Required fields are marked *