Thu. Oct 15th, 2026

ଶବ୍ଦମିଡ଼ିଆ ବ୍ୟୁରୋ:ପୁରୀ ପୌରପାଳିକାର ୨୧୮ ଜଣ ସ୍ୱଛ ସାଥୀ,ଜଳ ସାଥୀ, ଆହାର କର୍ମୀ ଇତ୍ୟାଦି ଙ୍କୁ ଆଜି ସାଇକେଲ ବଣ୍ଟନ କରାଯାଇଛି।ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗୋଷ୍ଠୀ ସହଭାଗିତାର ଉତ୍ସବ ପାଳନ ଅବସରରେ ଏହି ସାଇକେଲ ବିତରଣ କରାଯାଇଛି।ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ବାରା ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ ହେବା ପରେ ପୁରୀ ପୌରପାଳିକା ପକ୍ଷରୁ ଟାଉନ ହଲ ଠାରେ ଏହି ସାଇକେଲ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରୀ ବିଧାୟକ ଜୟନ୍ତ କୁହାଯାଏ ଷଡ଼ଙ୍ଗୀ ଏହି ସାଇକେଲ ପାଇବା ଦ୍ଵାରା କର୍ମଚାରୀ ମାନଙ୍କର କର୍ମ ତତ୍ପରତା ବୃଦ୍ଧି ପାଇବା ସହ କର୍ମ କ୍ଷେତ୍ରକୁ ଯିବା ଆସିବା ରେ ବେଶ ସହାୟକ ହୋଇ ପାରିବ ବୋଲି କହିଥିଲେ।ପୁରୀ ଏକ ଧାର୍ମିକ ସହର ସହ ପର୍ଯ୍ୟଟନ କ୍ଷେତ୍ର ହୋଇ ଥିବାରୁ ହଜାର ହଜାର ପର୍ଯ୍ୟଟକ ଦୈନିକ ଆସିଥାନ୍ତି।ତେଣୁ ସହରକୁ ସ୍ୱଛ ରଖିବା ଦାୟିତ୍ୱ ଆମ ସମସ୍ତ ର ହେବା ଉଚିତ।ଆମ ସମସ୍ତ ଙ୍କ ଉଦ୍ୟମ ରେ ପୁରୀ ର ଅନେକ ବିକାଶ ହେଉଛି।ତେଣୁ ସମସ୍ତ ଙ୍କ ସହଯୋଗ ରେ ପୁରୀ କୂ ଏକ ନମ୍ବର ମୁନିସିପାଲ୍ଟି କରିବାକୁ ସେ ଆହ୍ୱାନ ଦେଇଥିଲେ।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ସାଇକେଲ ବିତରଣ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିବା ସହ ଏହା ଦ୍ଵାରା କର୍ମଚାରୀ ମାନେ ସମୟ ବଞ୍ଚାଇବା ସହ ଯାତାୟାତ ଖର୍ଚ୍ଚ କୁ ସଞ୍ଚୟ କରି ଉପକୃତ ହୋଇ ପାରିବେ ବୋଲି କହିଥିଲେ।ମହିଳା ସଶକ୍ତିକରଣ କ୍ଷେତ୍ରରେ ଏହା ଆଉ ଏକ ପାଦ ଆଗକୁ ନେବ ବୋଲି ସେ କହିଥିଲେ।ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ଏଥିରେ ଅଧ୍ୟକ୍ଷତା କରିବା ସହ ଯେଉଁ ମାନେ ସାଇକେଲ ପାଉଛନ୍ତି ସେମାନେ ତାହାର ସଠିକ ଉପଯୋଗ କରିବା ସମୟାନୁବର୍ତ୍ତିତା ହେବା ଓ ନିଷ୍ଠାପର ଭାବେ ସେବା ପ୍ରଦାନ ପାଇଁ ଅନୁରୋଧ କରିଥିଲେ।ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।ଅତିରିକ୍ତ ପୌର ନିର୍ବାହୀ ଅଧିକାରୀ ମନୋଜ କୁମାର ବେହେରା ସମସ୍ତେ ଙ୍କୁ ସ୍ୱାଗତ କରିବା ସହ ସଭା ପରିଚାଳନା ଓ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ।ଶେଷରେ ହିତାଧିକାରୀ ଙ୍କୁ ଅତିଥି ମାନେ ସାଇକେଲ ବିତରଣ କରିଥିଲେ।

By

Leave a Reply

Your email address will not be published. Required fields are marked *