ଜୈବ ଶକ୍ତି ବିଜ୍ଞାନରୁ ଉଦ୍ୟୋଗୀ ସ୍ଵପ୍ନ

ନବରଙ୍ଗପୁର: ଆଧୁନିକ ବିଜ୍ଞାନ ର ବ୍ୟବହାର ରେ ସାମଗ୍ରିକ ବିକାଶ ସମ୍ଭବ ବୋଲି ଭାରତୀୟ ପେଟ୍ରୋଲିୟମ ସଂସ୍ଥାନ ର ନିର୍ଦ୍ଦେଶକ ଡ଼ଃ ଅଞ୍ଜନ ରୟ ମତବ୍ୟକ୍ତ କରିଛନ୍ତି ।’ମୁଁ ବି ସମର୍ଥ’କ୍ୟାରିୟର ବିକାଶ କାର୍ଯ୍ୟକ୍ରମ ର ୧୭ତମ ଭାଗରେ ଯୋଗ ଦେଇ ଡ଼ଃ ରୟ ଜୈବ ଶକ୍ତି ର ବିନିଯୋଗ ଦ୍ଵାରା ଦେଶର ବିକାଶ ସମ୍ଭବ ବୋଲି କହିଛନ୍ତି ।ପ୍ଳାଷ୍ଟିକ୍ ର ବ୍ୟବହାର ବହୁଳ ମାତ୍ରାରେ ହେଉଥିବା ବେଳେ ଏହାକୁ ପୂନର୍ବିନିଯୋଗ ବ୍ୟବହାର ଦ୍ଵାରା ଅନେକ କର୍ମ ସଂସ୍ଥାନ ମିଳିପାରିବ ବୋଲି ସେ ମତ ପ୍ରକାଶ କରିଛନ୍ତି । ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ଯୋଗ ଦେଇ ଜଳ, ସୈାରଶକ୍ତି ଓ ପବନ ଶକ୍ତି ର ବ୍ୟବହାର ଏବଂ ଗବେଷଣା ବୃଦ୍ଧି ପାଉଥିବାରୁ ଅନେକ ଙ୍କୁ କର୍ମ ନିଯୁକ୍ତି ମିଳିପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି । ଜାତୀୟ ସୈାରଶକ୍ତି ଗବେଷଣା ସଂସ୍ଥାନ ଭଳି ଅନେକ ଗବେଷଣା ଅନୁଷ୍ଠାନ ରହି ଥିବାରୁ ଏଥିରେ ମଧ୍ୟ ଗବେଷଣା କରାଯାଇ ପାରିବ ବୋଲି ଡ଼ଃ ମିଶ୍ର କହିଛନ୍ତି ।ସି.ଏସ୍.ଆଇ.ଆର୍ ନିରି ନାଗପୁର ର ବରିଷ୍ଠ ପ୍ରଧାନ ବୈଜ୍ଞାନିକ ଡଃ ଆତ୍ୟା କାପଲେ ଯୋଗ ଦେଇ ପରିବେଶ ବିଜ୍ଞାନ ଗବେଷଣା ର ଚାହିଦା ବୃଦ୍ଧି ପାଉଥିବାରୁ ବିଦ୍ୟାର୍ଥୀ ଙ୍କ ପାଇଁ ଅନେକ ସୁଯୋଗ ସମ୍ପର୍କରେ ଧାରଣା ଦେଇଥିଲେ ।ଏନ୍.ସି.ସି.ବି.ଏମ୍ ର ମ୍ୟାନେଜର ଅଙ୍କୁର ମିତ୍ତଲ ଯୋଗ ଦେଇ ସିମେଣ୍ଟ, କୋଇଲା ଶିଳ୍ପ ଗବେଷଣା ସଂପର୍କ କହିବା ସହ ବିଶ୍ଵ ବିଦ୍ୟାଳୟ ଓ କଲେଜ ସ୍ତରରେ ଶକ୍ତି ବିଭାଗ ର କୋର୍ସ ମାନ ଆରମ୍ଭ ହୋଇଛି । ବିଦ୍ୟାର୍ଥୀ ମାନଙ୍କୁ ଶିଳ୍ପ କ୍ଷେତ୍ରରେ ରହିଥିବା ସୁଯୋଗ ସମ୍ପର୍କରେ ଶ୍ରୀ ମିତ୍ତଲ୍ ପ୍ରକାଶ କରିଛନ୍ତି। କେନ୍ଦ୍ରୀୟ ସୁଗନ୍ଧି ଫସଲ ଔଷଧୀୟ ବୃକ୍ଷ ସଂସ୍ଥାନ ଲକ୍ଷ୍ନୌ ର ବୈଜ୍ଞାନିକ ଅଶ୍ବିନ ଦୀପକ ନାନାଓ୍ବାରେ ଯୋଗ ଦେଇ ସୈାରଶକ୍ତି ର ବିକାଶ ରେ ଅନେକ ଶିଳ୍ପ ଓ କୁଟୀର ଶିଳ୍ପ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ବିଦ୍ୟାର୍ଥୀ ଙ୍କ ପାଇଁ ଅନେକ ଉଦ୍ୟୋଗ ପ୍ରତିଷ୍ଠା ଦିଗରେ ଶକ୍ତି ବିଜ୍ଞାନ ସହାୟକ ହୋଇ ପାରିବ ବୋଲି ସେ ମତ ପ୍ରକାଶ କରିଛନ୍ତି ।’ମୁଁ ବି ସମର୍ଥ’କାର୍ଯ୍ୟକ୍ରମ ର ସଂଯୋଜକ ଲକ୍ଷ୍ମୀ ନାରାୟଣ ବକ୍ସି ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ । ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ଛାତ୍ରଛାତ୍ରୀ ଓ ଗବେଷକ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ।

You May Also Like

More From Author

+ There are no comments

Add yours