Thu. Oct 15th, 2026

ରାଜ୍ୟର ବିଭିନ୍ନ ଅଂଚଳରେ ଲଗାଣ ବର୍ଷା ଏବଂ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦରେ ଜଳସ୍ଥର ବୃଦ୍ଧି ପାଇଛି। ଫଳରେ ଆଜି ହୀରାକୁଦରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯାଇଛି। ସକାଳ ୯ଟାରେ ବନ୍ୟାଜଳ ନିଷ୍କାସନ ହୋଇଥିବା ବୋଲି ହୀରାକୁଦ ବନ୍ଧ କର୍ତୃପକ୍ଷ ସୂଚନା ଦେଇଛନ୍ତି।ବିଧି ଅନୁଯାୟୀ ପ୍ରଥମେ ପୂଜାର୍ଚ୍ଚନା ପରେ ଗେଟ୍ ଖୋଲା ଯାଇଥିଲା।

ପ୍ରଥମେ ୫ଟି ଗେଟ୍ ମଧ୍ୟ ଦେଇ ଜଳ ନିଷ୍କାସନ କରାଯାଉଛି। ବାମ ପଟ ସ୍ପିଲ ୱେର ୩ଟି ଗେଟ୍ ଓ ଡାହାଣ ପଟ ସ୍ପିଲ ୱେର ୨ଟି ଗେଟ୍ ଖୋଲାଯାଇ ୭୫ ହଜାର ଘନଫୁଟ ଜଳ ନିଷ୍କାସନ କରାଯିବାକୁ ଯୋଜନା ରହିଛି। ଏ ନେଇ ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସତର୍କ କରାଯାଇଥିବା ଜଣାପଡିଛି।ହୀରାକୁଦ ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ଆଜି ସକାଳ ୬ଟା ସୁଦ୍ଧା ଜଳସ୍ତର ୬୧୪.୮୧ ଫୁଟରେ ପହଞ୍ଚିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୮୮ ହଜାର ୯୩୨ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଛି।

Leave a Reply

Your email address will not be published. Required fields are marked *