Wed. Oct 14th, 2026

ସୁବର୍ଣ୍ଣପୁର : ନିଜ ସ୍ବାମୀଙ୍କ ଉପସ୍ଥିତିରେ ଜଣେ ସ୍ତ୍ରୀ ତାର ପ୍ରେମିକକୁ କରୁଛି ବିବାହ। ବିବାହ ପୁଣି କୌଣସି ବେଦି କିମ୍ବା ମଣ୍ଡପରେ ନୁହେଁ। ବିବାହ ସମୟରେ
ନା ଥିଲା ବ୍ରାହ୍ମଣର ମନ୍ତ୍ରପାଠ ନା ବାଜୁଥିଲା ସାହାନାଇ ।ନିରାଡମ୍ବର ଭାବରେ ସରିଛି ଏଭଳି ଏକ ଅଜବ ବାହା ଘର। ଫେରାର ହୋଇ ଥିବା ପ୍ରେମୀ ଯୁଗଳ ଥାନା ପରିସରରରେ ବିବାହ ହେଉଛି,ଓ ପୋଲିସ ସଂପୃକ୍ତ ପ୍ରେମୀ ଯୁଗଳଙ୍କ ବିବାହ କରାଉଛି ।
ଉଭୟ ପ୍ରେମ ଯୁଗଳ ପରସ୍ପରକୁ ଫୁଲମାଳ ଦେଇ ଥାନା ଅଧିକାରୀ , ଅନ୍ୟାନ୍ୟ ପୋଲିସ୍ ଓ ସେମାନଙ୍କ ପରିବାରର ଲୋକଙ୍କ ଉପସ୍ଥିତିରେ ବିବାହ କରୁଛନ୍ତି। ବିବାହ କରୁଥିବା ପ୍ରେମୀ ଯୁଗଳ ହେଉଛନ୍ତି ସମ୍ପର୍କରେ ଦିଅର ଭାଉଜ। ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଥାନା ପରିସର ।ଅନୁଗୁଳ ଜିଲା ସାମସିଙ୍ଗା ଗ୍ରାମର ୨୨ ବର୍ଷୀୟା ଝିଲି ପ୍ରଧାନ ତିନି ବର୍ଷ ପୂର୍ବରୁ ସୁବଳୟା ଥାନା ଅନ୍ତର୍ଗତ ସାନକିରାସିରା ଗ୍ରାମର ମାଧବ ପ୍ରଧାନ ଙ୍କ ସହିତ ବୈଦିକ ରୀତିରେ ବିବାହ କରିଥିଲା । ଇତି ମଧ୍ୟରେ ଖଣ୍ଡହତା ପଞ୍ଚାୟତର ବରଘାଟ ଗ୍ରାମର ପରେମେଶ୍ୱର ପ୍ରଧାନ, ତାଙ୍କ ମାଉସୀ ପୁଅ ଭାଇ ମାଧବଙ୍କ ଘରକୁ ଯିବା ଆସିବା କରିବା ଭିତରେ ଭାଉଜ ଝିଲି ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପ୍ରେମ ସମ୍ପର୍କ ବଢିଯିବାରୁ ଉଭୟ ଦିଅର ଭାଉଜ ଗତ ସପ୍ତାହେ ପୂର୍ବରୁ ଘରୁ ପଳାଇ ଯାଇଥିଲେ। ପରିବାର ଲୋକେ ଉଭୟଙ୍କୁ ଖୋଜା ଖୋଜି କରିବା ପରେ ନ ପାଇବାରୁ ସୁବଳୟା ଥାନାରେ ଏନେଇ ଅଭିଯୋଗ କରିଥିଲେ। ସ୍ୱାମୀ ମାଧବଙ୍କ ଅଭିଯୋଗ ଆଧାରରେ ସୁବାଳୟା ଥାନାରେ ଜିଡି ନଂ ୨୫/୨୩ ରେ ଏକ ଅଭିଯୋଗ ପଞ୍ଜିକରଣ ମଧ୍ୟ ହୋଇଥିଲା। ପୋଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ଗତ ଗୁରୁବାର ଉଭୟ ପ୍ରେମୀ ଯୁଗଳଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା। ଉଭୟ ଦିଅର ଭାଉଜ ପରସ୍ପରକୁ ବିବାହ କରିବେ ବୋଲି ଅଡି ବସି ଥିଲେ। ଉଭୟେ ସାବାଳକ ଥିବାରୁ ତାଙ୍କ ପରିବାର ଲୋକଙ୍କୁ ଥାନାକୁ ଡକାଗଲା। ପରିବାର ଲୋକେ ମଧ୍ୟ ଉଭୟଙ୍କୁ ବୁଝାସୁଝା ପରେ ମଧ୍ୟ ଉଭୟ ଦିଅର ଭାଉଜ କାହାରି କଥା ଶୁଣି ନ ଥିଲେ। ଶେଷରେ ଥାନା ପରିସରରେ ଝିଅର ବାପା ଘର ଓ ଶଶୁର ଘର ଲୋକ ଏବଂ ପ୍ରେମିକ ପରମେଶ୍ବର ଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ଉଭୟ ଦିଅର ଭାଉଜଙ୍କ ବିବାହ କରାଯାଇଥିଲା।

Leave a Reply

Your email address will not be published. Required fields are marked *