Wed. Oct 14th, 2026
https://twitter.com/GUnknown_writer/status/1330531071843241986?s=09

ରାୟପୁର:  ଅନ୍ଧ ବିଶ୍ୱାସ ହେଉ କି ପୁତ୍ର ସନ୍ତାନର ମୋହ, ଆଧୁନିକ ମଣିଷକୁ ପାଇଁ ଉପହାସ । ଏଇ ଭାଇରାଲ ଭିଡିଓ ଛତିଶଗଡର ଏକ ପାରମ୍ପରିକ ପର୍ବର । ଦେଖିବାକୁ ମିଳିଛି ପ୍ରାୟ ୨୦୦ରୁ ଅଧିକ ମହିଳା ତଳେ ଶୋଇଛନ୍ତି। ପୂଜକଙ୍କ ପରି ଦିଶୁଥିବା କିଛି ଲୋକ ସେମାନଙ୍କ ଉପରେ ଚଢି ଚଢି ଆସୁଛନ୍ତି।  ଏପରି କରିବା ଦ୍ୱାରା ଗ୍ରାମଦେବୀଙ୍କ ଆଶୀର୍ବାଦ ମିଳିଥାଏ ଓ ସନ୍ତାନହୀନ ମହିଳାଙ୍କର ସନ୍ତାନପ୍ରାପ୍ତି ହୋଇଥାଏ। ବିଶେଷକରି ପୁତ୍ର ସନ୍ତାନ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଛତିଶଗଡରେ ଏହି ପର୍ବକୁ କୁହାଯାଏ ମଡଇ ମେଳା। ଦିପାବଳୀ ପରେ ପଡୁଥିବା ପ୍ରଥମ ଶୁକ୍ରବାର ଏହି ପର୍ବ ପାଳନ କରାଯାଏ। ଏହି ପର୍ବରେ ବିଶେଷ କରି ଆଦିବାସୀ ମହିଳାମାନେ ଦେବୀ ଅଙ୍ଗାରମୋତିଙ୍କୁ  ପୂଜାର୍ଚ୍ଚନା କରିଥାନ୍ତି। ଜିଲ୍ଲାର ମୁଖ୍ୟାଳୟଠାରୁ ୧୪ କିମି ଦୂର ଗଙ୍ଗରେଲ ଡ୍ୟାମ ନିକଟରେ ରହିଛି ଅଙ୍ଗାରମୋତିଙ୍କ ମନ୍ଦିର। ଏହି ଠାରେ ପ୍ରତିବର୍ଷ ହୁଏ ମଡଇ ମେଳା। ଏଥିରେ ବିଭିନ୍ନ ଗାଁରୁ ଲୋକେ ଆସି ଏଠାରେ ମା’ଙ୍କୁ ପୂଜାର୍ଚ୍ଚନା କରିଥାନ୍ତି।

Leave a Reply

Your email address will not be published. Required fields are marked *