ସି.ଅଫ୍. ଟି .ଆର୍.ଆଇ ପକ୍ଷରୁ ଖାଦ୍ୟ ପ୍ରକ୍ରିୟାକରଣ କୃଷକ ସଂଘ ଗଠନ ପ୍ରକ୍ରିୟା

ନବରଙ୍ଗପୁର: ଆଜି ଜିଲ୍ଲା‌ ପରିଷଦ ସମ୍ମିଳନୀ କକ୍ଷରେ କେନ୍ଦ୍ରୀୟ ଖାଦ୍ୟ ପ୍ରଯୁକ୍ତି ବିଦ୍ୟା ଗବେଷଣା ପ୍ରତିଷ୍ଠାନ ହାଇଦ୍ରାବାଦ ପକ୍ଷରୁ ଖାଦ୍ୟ ପ୍ରକ୍ରିୟାକରଣ ସଂଘ ଗଠନ ଓ ପନିପରିବା,ଫଳ ଓ ବନଜାତ ପଦାର୍ଥ ର ମୂଲ୍ୟ ଯୁକ୍ତ ଉତ୍ପାଦ ଉପରେ ଆଲୋଚନା ହୋଇଯାଇଛି । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିନିଯୋଗ ରେ ନବରଙ୍ଗପୁର ଜିଲ୍ଲାର ସାମାଜିକ ଓ ଆର୍ଥିକ ଉନ୍ନତି ପ୍ରକଳ୍ପ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଡ଼ଃ ଅଜିତ୍ କୁମାର ମିଶ୍ର ଯୋଗ ଦେଇ ଜିଲ୍ଲା ରେ ମିଳୁଥିବା କଞ୍ଚା ମାଳ ବ୍ୟବହାର କରି ମୂଲ୍ୟ ଯୁକ୍ତ ପଦାର୍ଥ ଉତ୍ପାଦନ ଓ ବଜାର ବ୍ୟବସ୍ଥା ସୁଦୃଢ଼ କରିବା ଦିଗରେ ଜିଲ୍ଲାରେ ଖାଦ୍ୟ ପ୍ରକ୍ରିୟାକରଣ କୃଷକ ଉତ୍ପାଦନ ପ୍ରତିଷ୍ଠାନ କରିବା ଦିଗରେ ଗୁରୁତ୍ବ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ସି.ଅଫ୍. ଟି.ଆର଼.ଆଇ ହାଇଦ୍ରାବାଦ ପକ୍ଷରୁ ଟେକ୍ନିକାଲ ଅଧିକାରୀ ଏ.ନଗେନ୍ଦ୍ର , ଡ଼ଃ ପ୍ରଭାକର ରାଓ,କେ.ଶ୍ରୀ ନିବାସ ସୁଲୁ, ନରସିଂହ ରାଓ ଉପସ୍ଥିତ ରହି ଖାଦ୍ୟ ପ୍ରସ୍ତୁତି ର ଦିଗ ସମ୍ପର୍କରେ ବୁଝାଇ ଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ରତ୍ନାକର ସାହୁ ଉପସ୍ଥିତ ରହି ବଜାର ବ୍ୟବସ୍ଥା ଓ ଖାଦ୍ୟ ପ୍ରସ୍ତୁତି କରଣ ପ୍ରକ୍ରିୟାକରଣ ରେ ଜିଲ୍ଲା ରେ ରହିଥିବା ବିଭିନ୍ନ ସୁଯୋଗ ସମ୍ପର୍କରେ ବୁଝାଇ ଥିଲେ । ଓରମାସ ଉପ କାର୍ଯ୍ୟ ନିର୍ବାହୀ ଏ.ଉମା ମହେଶ ଉପସ୍ଥିତ ରହି ଆବଶ୍ୟକ ରେଜିଷ୍ଟ୍ରେସନ ଓ ଯନ୍ତ୍ରପାତି ବ୍ୟବହାର ଓ କୃଷକ ଉତ୍ପାଦକ ପ୍ରତିଷ୍ଠାନ ର ଆବଶ୍ୟକ ସମ୍ପର୍କରେ ବୁଝାଇ ଥିଲେ । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପ୍ରକଳ୍ପ ର ସଦସ୍ୟ ଲକ୍ଷ୍ମୀ ନାରାୟଣ ବକ୍ସି ଉପସ୍ଥିତ ରହି ନବରଙ୍ଗପୁର ଜିଲ୍ଲାରେ ମିଳୁଥିବା କଞ୍ଚା ମାଳ ପଣସ, ଅଁଳା, ସେମଳୀ ଆଳୁ, ତେନ୍ତୁଳି ଓ କରଡ଼ି କୁ ବ୍ୟବହାର କରି ମୂଲ୍ୟ ଯୁକ୍ତ ଉତ୍ପାଦକ ପ୍ରସ୍ତୁତି ଦିଗରେ ଉଦ୍ୟମ ହେବା ଆବଶ୍ୟକ ବୋଲି ମତ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ଏ.ପିଡି ଧର୍ମ ନାରାୟଣ ସାହୁ ଉପସ୍ଥିତ ରହି ତାଲିମ ସମ୍ପର୍କରେ ବୁଝାଇ ଥିଲେ । ଏହି କାର୍ଯ୍ୟକ୍ରମ ରେ ୧୫ ରୁ ଅଧିକ ଉଦ୍ୟୋଗୀ ଉପସ୍ଥିତ ରହି ସେମାନଙ୍କର ଆଗାମୀ ଯୋଜନା ସମ୍ପର୍କରେ ପଚାରି ବୁଝିଥିଲେ ।

You May Also Like

More From Author

+ There are no comments

Add yours