Wed. Oct 14th, 2026

ନବରଙ୍ଗପୁର: ଆଜି ନବରଙ୍ଗପୁର ଶୁଭ ଅଭିନନ୍ଦନ କଲ୍ୟାଣ ମଣ୍ଡପ ଠାରେ ଚାରି ଦିନିଆ ଖାଦ୍ୟ ପ୍ରକ୍ରିୟାକରଣ ଓ ସଂରକ୍ଷଣ ତାଲିମ୍ ଜିଲ୍ଲାପାଳ ଡ଼ଃ ଅଜିତ୍ କୁମାର ମିଶ୍ର ଙ୍କ ଦ୍ୱାରା ଉଦଘାଟିତ ହୋଇ ଯାଇଛି । ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ସହାୟତା କେନ୍ଦ୍ରୀୟ ଖାଦ୍ୟ ଜ୍ଞାନ କୌଶଳ ଗବେଷଣା ସଂସ୍ଥା ହାଇଦ୍ରାବାଦ ପକ୍ଷରୁ ଆୟୋଜିତ ୪ଦିନିଆ କର୍ମଶାଳା ରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ୍ କୁମାର ମିଶ୍ର ଯୋଗ ଦେଇ ଶିକ୍ଷାର୍ଥୀ ମାନେ ନିଜେ ସ୍ବାବଲମ୍ବୀ ହେବା ସହ ସ୍ବୟଂ ସହାୟକ ଗୋଷ୍ଠୀ ଙ୍କୁ ଆତ୍ମନିର୍ଭରଶୀଳ କରିବା ଦିଗରେ ଚେଷ୍ଟା କରିବା ଦରକାର ବୋଲି ସେ ମତବ୍ୟକ୍ତ କରିଥିଲେ । ଜିଲ୍ଲା ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଡ଼ଃ ପ୍ରଦୋଷ କୁମାର ପଣ୍ଡା ଯୋଗ ଦେଇ ନବରଙ୍ଗପୁର ରୁ ବାହାରୁଥିବା କାଜୁରୁ ଫେନୀ କରିବା ସହ ଆଖୁରସ ବ୍ୟବହାର କରି ମୃଦୁ ପାନୀୟ ଦିଗରେ ଉଦ୍ୟମ ଦ୍ଵାରା ଅନେକ ଉଦ୍ୟୋଗୀ ବାହାରି ପାରିବେ ବୋଲି ପ୍ରକାଶ କରିଥିଲେ । ରତ୍ନାକର ସାହୁ ଅତିରିକ୍ତ ନିର୍ଦ୍ଦେଶକ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ଉପସ୍ଥିତ ରହି ଗୋଷ୍ଠୀଗତ ଚେଷ୍ଟା ଦ୍ଵାରା ବ୍ୟାଙ୍କ୍ ରୁ ଋଣ ସୁବିଧା ଥିବାରୁ ଗୋଷ୍ଠୀଗତ ଭାବେ ପ୍ରକ୍ରିୟାକରଣ ଶିଳ୍ପ କରିବା ଦିଗରେ ମତ ଦେଇଥିଲେ ।

ମୃତ୍ତିକା ରସାୟନବିତ୍ ପ୍ରମୋଦ ବେହେରା ଜିଲ୍ଲା ରେ ମିଳୁଥିବା କଞ୍ଚାମାଳ ର ବିନିଯୋଗ ସହ ବଜାର ର ଚାହିଦା ମୁତାବକ ଉତ୍ପାଦକ ପ୍ରସ୍ତୁତ ଦିଗରେ କାର୍ଯ୍ୟ କରିବା ଦରକାର ବୋଲି କହିଥିଲେ। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପ୍ରକଳ୍ପ ର କ୍ରିୟାନ୍ବୟନ କମିଟି ସଦସ୍ୟ ଲକ୍ଷ୍ମୀ ନାରାୟଣ ବକ୍ସି ଜିଲ୍ଲା ରେ ରହିଥିବା ପ୍ରାକୃତିକ ସମ୍ବଳ କୁ ଉଚିତ୍ ସମୟ ର ବ୍ୟବହାର ଦ୍ଵାରା ପ୍ରକ୍ରିୟାକରଣ ଓ ସଂରକ୍ଷଣ ଦିଗରେ ସହାୟକ ହୋଇ ପାରିବ ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମ କୁ ସି.ଏଫ୍.ଟି.ଆର୍.ଆଇ ର ବୈଷୟିକ ଅଧିକାରୀ ଡ଼ଃ ପ୍ରଭାକର ରାଓ,ଏ.ନଗେନ୍ଦ୍ରର,କେ.ଶ୍ରୀ ନିବାସଲୁ ଓ ନରସିଂହ ରାଓ ତାଲିମ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ତାଲିମ ଶିବିର ରେ ଟମାଟୋ ଆଚାର, ମୃଦୁ ପାନୀୟ ପ୍ରସ୍ତୁତି, ଚକୋଲେଟ୍ ତିଆରି ଭଳି ଅନେକ ତାଲିମ୍ ଦିଆଯିବା ର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମ କୁ କ୍ଷେତ୍ର ସହାୟିକା ହରପ୍ରିୟା ସାହୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *