ଉଦ୍ୟୋଗ‌ ପ୍ରତିଷ୍ଠା ରେ ମତ୍ସ୍ୟ ବିଜ୍ଞାନ ସହାୟକ ହୋଇ ପାରିବ

ନବରଙ୍ଗପୁର: ମତ୍ସ୍ୟ ବିଜ୍ଞାନ ରେ ଗବେଷଣା ସହ ଅନେକ ଉଦ୍ୟୋଗୀ ହୋଇ ପାରିବେ ବୋଲି କେନ୍ଦ୍ରୀୟ ମତ୍ସ୍ୟ ଜ୍ଞାନ କୌଶଳ ସଂସ୍ଥାନ ର ପ୍ରଧାନ ବୈଜ୍ଞାନିକ ଡଃ ସତ୍ୟେନ କୁମାର ପଣ୍ଡା ପ୍ରକାଶ କରିଛନ୍ତି ।’ମୁଁ ବି ସମର୍ଥ’କାର୍ଯ୍ୟକ୍ରମ ର ତ୍ରୟୋଦଶ ତମ ଅଧ୍ୟାୟ ରେ ଭାଗ ନେଇ ବିଦ୍ୟାର୍ଥୀ ମାନେ ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥା ର ବିଭିନ୍ନ ଅନୁଷ୍ଠାନ ରେ ଗବେଷଣା କରିବା ସହ ଅନେକ ଉଦ୍ୟୋଗ ପ୍ରତିଷ୍ଠା କରି ପାରିବେ ବୋଲି ସେ ପ୍ରକାଶ କରିଥିଲେ । କାଶ୍ମୀର ମତ୍ସ୍ୟ ବିଜ୍ଞାନ ମହା ବିଦ୍ୟାଳୟ ର ଆସିଷ୍ଟାଣ୍ଟ ପ୍ରଫେସର ଡ଼ଃ ଏମ୍.ଡି.ଆସରଫ୍ ଭାଗ ନେଇ ଅଧ୍ୟାପନା ସହ ଶିଳ୍ପ ଏବଂ ଉଦ୍ୟୋଗ ପ୍ରତିଷ୍ଠା ଦିଗରେ ମତ୍ସ୍ୟ ବିଜ୍ଞାନ ସହାୟକ ହୋଇ ପାରିବ ବୋଲି ସେ ପ୍ରକାଶ କରିଥିଲେ । ନେଦରଲାଣ୍ଡ ୱଲ୍ଡ ଫିସର ଶ୍ନୀଧାଜ୍ୟୋତି ଶତପଥୀ ଭାଗ ନେଇ ୟୁରୋପ ମହାଦେଶ ରେ କିପରି ମତ୍ସ୍ୟ ବିଜ୍ଞାନ ରେ ଉଦ୍ୟୋଗ ପ୍ରତିଷ୍ଠା କରାଯାଇଛି ଏବଂ ସେଠାରେ ରହିଥିବା ସୁଯୋଗ ସମ୍ପର୍କରେ କହିଥିଲେ । ନରୱେ ନର୍ଡ ବିଶ୍ଵ ବିଦ୍ୟାଳୟ ର ବରିଷ୍ଠ ଗବେଷକ ପାର୍ଥ ସାରଥି ତ୍ରିପାଠୀ ମତ୍ସ୍ୟ ବିଜ୍ଞାନ ରେ କ୍ୟାରିୟର ଓ ଗବେଷଣା ର ପଦ୍ଧତି ସମ୍ପର୍କରେ କହିଥିଲେ । ଓଡ଼ିଶାର ତିସ୍ସା ଏଗ୍ରିଭେଞ୍ଚର୍ ଉଦ୍ୟୋଗୀ ଡ଼ଃ ନିନା ସିଂ ମୁକ୍ତା ଚାଷ ର ପଦ୍ଧତି ଓ ସୁଯୋଗ ସମ୍ପର୍କରେ ନିଜର ଅଭିଜ୍ଞତା କହିବା ସହ ମଧୁର ଜଳ ରେ ମୁକ୍ତା ଚାଷ ରେ ରହିଥିବା ସୁଯୋଗ ସମ୍ପର୍କରେ କହିଥିଲେ ।’ମୁଁ ବି ସମର୍ଥ’ କାର୍ଯ୍ୟକ୍ରମ ର ସଂଯୋଜକ ଲକ୍ଷ୍ମୀ ନାରାୟଣ ବକ୍ସି ଏହି କ୍ୟାରିୟର କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାର୍ଥୀ ଓ ବୈଜ୍ଞାନିକ ମାନଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ସଙ୍ଗେ ସଙ୍ଗେ ବିଦ୍ୟାର୍ଥୀ ମାନଙ୍କୁ ବିଭିନ୍ନ କ୍ୟାରିୟର ଜ୍ଞାନ ଆରୋହଣ ଦିଗରେ ସହାୟକ ହୋଇ ପାରିଛି ବୋଲି ସେ ପ୍ରକାଶ କରିଥିଲେ । ରାଜ୍ୟ ଏବଂ ବିଭିନ୍ନ ପ୍ରଦେଶର ଛାତ୍ରଛାତ୍ରୀ ଉଦ୍ୟୋଗ ପ୍ରତିଷ୍ଠା ଓ କ୍ୟାରିୟର ସମ୍ପର୍କରେ ବିଶେଷଜ୍ଞ ଙ୍କ ଠାରୁ ପଚାରି ବୁଝିଥିଲେ । ବିଭିନ୍ନ ଦେଶର ଓଡ଼ିଆ ବୈଜ୍ଞାନିକ ମାନେ ମଧ୍ୟ ‘ମୁଁ ବି ସମର୍ଥ’କାର୍ଯ୍ୟକ୍ରମ ରେ ସାମିଲ୍ ହୋଇ ଥିଲେ ।

You May Also Like

More From Author

+ There are no comments

Add yours