ଭୁବନେଶ୍ୱର : ପ୍ରତିଶ୍ରୁତି ପତ୍ରିକା ପରିବାର ଆନୁକୂଲ୍ୟରେ ଏକ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ସ୍ଥାନୀୟ ଭୁବନେଶ୍ୱର ସ୍ଥିତ ରେଡ଼କ୍ରସ ଭବନ ପରିସରରେ ଅନୁଷ୍ଠିତ ହୋଇଛି। ଏଥିରେ ପତ୍ରିକାର ଷଷ୍ଠ ସଂସ୍କରଣ ( ଲୋକକଳା ବିଶେଷାଙ୍କ ) ଉନ୍ମୋଚନ, ଆଲୋଚନାଚକ୍ର, ପ୍ରତିଭା ସମ୍ନାନ ଓ କବିତା ପାଠର ଆୟୋଜନ କରାଯାଇଥିଲା । ଲୋକକଳା ସଂସ୍କୃତି ଓ ସାହିତ୍ୟରେ କୁତ୍ରିମ ବୁଦ୍ଧିମତା ପରି ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । କବି, ଅଧ୍ୟାପିକା ଈପ୍ସିତା ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ, କବି ତଥା ଭାଷାବିତ ଶଙ୍କର୍ଷଣ ପରିଡା, ଡ଼. ଦେବାଶିଷ ମହାପାତ୍ର, ସ୍ତମ୍ଭକାର ବିଘ୍ନେଶ୍ୱର ସାହୁ, ଅନୁଵାଦକ ହରେକୃଷ୍ଣ ଦାସ, ବରିଷ୍ଠ ସାମ୍ବାଦିକ ସତୀଶ ମିଶ୍ର,ଗବେଷିକା ପ୍ରମୋଦିନୀ ଜେନା,ଶିକ୍ଷାବିତ୍ ଅଶ୍ୱିନୀ ତ୍ରିପାଠୀ, କବି ଇନ୍ଦିରା ମିଶ୍ର, କୁଞ୍ଜ ବିହାରୀ ସାହୁ ପ୍ରମୁଖ ନିଜ ନିଜ ମନ୍ତବ୍ୟ ରଖିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ଓ ପରିଚାଳନା ସମ୍ପାଦକ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ତ୍ରିପାଠୀ ଓ ସହକାରୀ ସମ୍ପାଦିକା କମଳିନୀ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କୁନି ପ୍ରତିଭା ଡିଏଭି ସ୍କୁଲ,ଚନ୍ଦ୍ରଶେଖରପୁର ଲାଶ୍ୟାଙ୍କୁ ସମ୍ମାନିତ କରାଯାଇଥିଲା । ଷ୍ଟାଣ୍ଡାର୍ଡ 4ରେ ପାଠ ପଢୁଥିବା ଲାସ୍ୟା ବ୍ୟାଘ୍ର ସଂରକ୍ଷଣ ଭଳି ପ୍ରକଳ୍ପ ପରିବେଷଣ କରି ପୂର୍ବରୁ ଅନେକ ସମ୍ମାନ ଓ ସ୍ୱୀକୃତି ହାସଲ କରିଛନ୍ତି ।
ପ୍ରତିଶ୍ରୁତି ପତ୍ରିକା ପରିବାର ତରଫରୁ ନୃତ୍ୟ,କବିତା ସହ ଜଡିତ ବିଭିନ୍ନ ଜିଲ୍ଲାରୁ ପ୍ରତିଭାବାନ ସାହିତ୍ୟିକ ତଥା ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା. କବିତା ପାଠ ଉତ୍ସବ, କବି ଗୀତାଞ୍ଜଳି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା । କବି ମାନଗୋବିନ୍ଦ ବାରିକ, ବଟକୃଷ୍ଣ ପଣ୍ଡା, ନିରୁପମା କର, ଜୟଶ୍ରୀ ପଟ୍ଟନାୟକ,ଅନୁସୟା ବାରିକ, ଶ୍ୟାମାକିଙ୍କର ମହାନ୍ତି ପ୍ରମୁଖ ଏଥିରେ ଯୋଗ ଦେଇଥିଲେ। ଶେଷରେ ସହକାରୀ ସମ୍ପାଦକ ଶୁଭବ୍ରତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ
+ There are no comments
Add yours