Thu. Oct 15th, 2026

ବିକ୍ରି ହୋଇଯିବ ୯୦ ବର୍ଷ ପୁରୁଣା ଲିପଷ୍ଟିକ୍ କମ୍ପାନୀ ରେଭଲନ । ଦେବାଳିଆ ହୋଇଯିବା ପରେ ବିକ୍ରି ହେବାକୁ ଆବେଦନ କରିଛି ଆମେରିକାର ଏହି ପ୍ରତିଷ୍ଠିତ କମ୍ପାନୀ। ଗୋଟିଏ ସମୟ ଥିଲା ଯେତେବେଳେ ଆମେରିକୀୟମାନେ ଏହି କସମେଟିକ୍ କମ୍ପାନୀ ରେଭଲନର ଲିପଷ୍ଟିକ ଲଗାଇବାକୁ ଅଧିକ ପସନ୍ଦ କରୁଥିଲେ। କିନ୍ତୁ ପ୍ରତିଦ୍ୱନ୍ଦ୍ୱୀ ଆସିବାପରେ ଏବେ ଏହି କମ୍ପାନୀ ପଛରେ ପଡ଼ିଯାଇଛି। ଏବେ ଏହି କମ୍ପାନୀ ଲୋନ୍ ଦେବାରେ ଅସମର୍ଥ ହେବା ପରେ ଋଣ ପରିଶୋଧ ପାଇଁ ବିକ୍ରି ହେବାକୁ ଆବେଦନ କରିଛି। ଏହି କମ୍ପାନୀ ଉପରେ ୧୦ ବିଲିୟନ ଡଲାର ଋଣ ରହିଥିବା ସୂଚନା ରହିଛି। ରେଭଲନର ନେଲପଲିସ୍ ଏବଂ ଲିପଷ୍ଟିକ୍ ପାଇଁ ଜଣାଶୁଣା। କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡେବ୍ରା ପେରେଲମାନ ଏକ ବିବୃତ୍ତିରେ କମ୍ପାନୀର ବିକ୍ରି ବାବଦରେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *