ବିକ୍ରି ହେବ ୯୦ ବର୍ଷ ପୁରୁଣା ଲିପଷ୍ଟିକ୍

ବିକ୍ରି ହୋଇଯିବ ୯୦ ବର୍ଷ ପୁରୁଣା ଲିପଷ୍ଟିକ୍ କମ୍ପାନୀ ରେଭଲନ । ଦେବାଳିଆ ହୋଇଯିବା ପରେ ବିକ୍ରି ହେବାକୁ ଆବେଦନ କରିଛି ଆମେରିକାର ଏହି ପ୍ରତିଷ୍ଠିତ କମ୍ପାନୀ। ଗୋଟିଏ ସମୟ ଥିଲା ଯେତେବେଳେ ଆମେରିକୀୟମାନେ ଏହି କସମେଟିକ୍ କମ୍ପାନୀ ରେଭଲନର ଲିପଷ୍ଟିକ ଲଗାଇବାକୁ ଅଧିକ ପସନ୍ଦ କରୁଥିଲେ। କିନ୍ତୁ ପ୍ରତିଦ୍ୱନ୍ଦ୍ୱୀ ଆସିବାପରେ ଏବେ ଏହି କମ୍ପାନୀ ପଛରେ ପଡ଼ିଯାଇଛି। ଏବେ ଏହି କମ୍ପାନୀ ଲୋନ୍ ଦେବାରେ ଅସମର୍ଥ ହେବା ପରେ ଋଣ ପରିଶୋଧ ପାଇଁ ବିକ୍ରି ହେବାକୁ ଆବେଦନ କରିଛି। ଏହି କମ୍ପାନୀ ଉପରେ ୧୦ ବିଲିୟନ ଡଲାର ଋଣ ରହିଥିବା ସୂଚନା ରହିଛି। ରେଭଲନର ନେଲପଲିସ୍ ଏବଂ ଲିପଷ୍ଟିକ୍ ପାଇଁ ଜଣାଶୁଣା। କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡେବ୍ରା ପେରେଲମାନ ଏକ ବିବୃତ୍ତିରେ କମ୍ପାନୀର ବିକ୍ରି ବାବଦରେ ସୂଚନା ଦେଇଛନ୍ତି।

You May Also Like

More From Author

+ There are no comments

Add yours