Thu. Oct 15th, 2026

କାଶ୍ମୀରର ଏକ ପରିବାର ଆଜି ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଢାକାରେ ରହୁଥିବା ଏମବିବିଏସ ଛାତ୍ରଙ୍କ ର କାର୍ ଦୁର୍ଘଟଣା ହୋଇଥିଲା।ଭାରତ ସରକାର ତାଙ୍କ ପୁଅକୁ ଆମ୍ବୁଲାନ୍ସ ଯୋଗେ ବିଦେଶରୁ ଆଣି ଦିଲ୍ଲୀରେ ଚିକିତ୍ସା କରିଥିଲେ। ଏ କାହାଣୀ ହେଉଛି କାଶ୍ମୀରର ରାଜୌରୀ ଅଞ୍ଚଳରେ ରହୁଥିବା ଶୋଏବ ଲୋନଙ୍କର ।

ମେ ୨୩ ରେ, ସେ ବନ୍ଧୁଙ୍କ ବିବାହରୁ ଢାକାରୁ ଫେରୁଥିବାବେଳେ ତାଙ୍କ ସହ ବିପଜ୍ଜନକ କାର ଦୁର୍ଘଟଣା ଘଟିଥିଲା। ଯାହାଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଚିକିତ୍ସା ପାଇଁ ବାଂଲାଦେଶର ଏକ ଘରୋଇ ଡାକ୍ତରଖାନାରେ ସେ ଭର୍ତ୍ତି ହୋଇଥିଲେ, ଯାହାର ଦୈନିକ ଫି ଥିଲା ଏକ ଲକ୍ଷ ଟଙ୍କା। ପୁଅର ଜୀବନ ବଞ୍ଚାଇବା ପାଇଁ କାଶ୍ମୀରରେ ରହୁଥିବା ଏହି ପରିବାର ଭାରତ ସରକାରଙ୍କ ସାହାଯ୍ୟ ଲୋଡ଼ିଥିଲେ।  ପରିବାର ସାହାଯ୍ୟ ପାଇଁ ସ୍ୱର ଉତ୍ତୋଳନ କରିବା ମାତ୍ରେ ଭାରତ ସରକାର ପରିବାରକୁ ସାହାଯ୍ୟ କରିବା ପାଇଁ ତୁରନ୍ତ ଫାଷ୍ଟ-ଟ୍ରାକରେ କାମ କରିବା ଆରମ୍ଭ କରିଥିଲେ।  ଶୋଏବଙ୍କୁ ଭାରତ ସରକାରଙ୍କ ତରଫରୁ ଏମ୍ସ ର ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ସେ ଚିକିତ୍ସିତ ହେଉଛନ୍ତି। ଭାରତ ସରକାରଙ୍କ ସାହାଯ୍ୟ ପରେ ଆହତ ଯୁବକଙ୍କ ସମଗ୍ର ପରିବାର ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସେହି ସମସ୍ତ ଲୋକଙ୍କୁ ଧନ୍ୟବାଦ ଦେଉଛନ୍ତି, ଯାହା ସାହାଯ୍ୟରେ ସେମାନଙ୍କ ପିଲା ଅଛନ୍ତି। ଜାମ୍ମୁ କାଶ୍ମୀରବାସୀଙ୍କ ଭବିଷ୍ୟତ ସୁରକ୍ଷିତ ହାତରେ ଅଛି ବୋଲି ସେମାନେ ମତବ୳କ୍ତ କରିଥିଲେ

Leave a Reply

Your email address will not be published. Required fields are marked *